୪ ବର୍ଷ ଧରି ପାନୀୟ ଜଳ ପ୍ରକଳ୍ପ ଅଚଳ

ଫିରିଙ୍ଗିଆ,୫ା୬- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତରେ ହୋଇଥିବା ଏକ ପାନୀୟ ଜଳ ପ୍ରକଳ୍ପ ୪ ବର୍ଷ ଧରି ଅକାମୀ ହୋଇ ପଡିଛି। ଫଳରେ ପାନୀୟ ଜଳ ପାଇଁ ମାଝିପଡା ଏବଂ ତଳପଡାବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସମସ୍ୟା ଆହୁରି ଜଟିଳ ହୋଇ ପଡିଛି। ହେଲେ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସପ୍ତାହେ ମଧ୍ୟରେ ଅଚଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ ଲୋକଙ୍କୁ ପାଣି ଦିଆଯିବ ବୋଲି କହିଛନ୍ତି। ପ୍ରକାଶ ଯେ, ୨୦୧୫-୧୬ରେ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ପ୍ରକଳ୍ପ ହୋଇଥିଲା। ଗ୍ରାମବାସୀଙ୍କୁ ଜଳ ଯୋଗାଣ ପାଇଁ ପାଇପ ମଧ୍ୟ ବିଛା ଯାଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୪ରୁ ୫ ମାସ ପର୍ଯ୍ୟନ୍ତ ଗ୍ରାମବାସୀ ପାଣି ପାଇଥିଲେ। ଏହାପରେ ପ୍ରକଳ୍ପ ଅଚଳ ହୋଇପଡିଥିଲା। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପାହାଡ ଉପରେ ଥିବା ଝରଣା ପାଣିକୁ ବନ୍ଧାଇ ପାଇପ ସାହାର୍ଯ୍ୟରେ(ଗ୍ରାଭିଟ ୱାଟର ସପ୍ଲାଇ) ଜଳ ଯୋଗାଇବା ପାଇଁ ଏଠାରେ କାର୍ଯ୍ୟ ହୋଇଥିଲା। ଆମକୁ ୫ ମାସ ପାଣି ମିଳିଲା ପରେ ଆଉ ମିଳିଲା ନାହିଁ। ମାଝିପଡାର ନେଡି ସାହି, ଗୁଣ୍ଡୁରି ସାହି, ପଦର ସାହି, ତଳପଡାର ପ୍ରାୟ ୨୦୦ ଘର ଏହା ଉପରେ ନିର୍ଭର କରୁଥିଲୁ। ପ୍ରକଳ୍ପ ଅଚଳ ଯୋଗୁ ଆମେ ନଦୀ, ଚୂଆ ଏବଂ ୨/୩ଟି ନଳକୂପ ଉପରେ ଭରସା କରି ଚଳୁଛୁ। ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମର ପ୍ରଫୁଲ ଚନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, କାଳୀ କହଁର, ରମେଶ ଚନ୍ଦ୍ର କହଁର, ରଥ ପାତ୍ର ପ୍ରମୁଖ କହିଛନ୍ତି। ଏ ନେଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କୁ ପଚାରିବାରୁ ଏହି ପ୍ରକଳ୍ପ କେତେକ କାରଣରୁ ଅଚଳ ହୋଇ ପଡିଛି। ସପ୍ତାହେ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଲୋକଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲୁନି ଧାନ ମଣ୍ଡି: ବେଗୁନିଆପଡ଼ା ବିଡିଓଙ୍କୁ ଦାବି ଜଣାଇଲା ଋଷିକୂଲ୍ୟା ରୟତ ମହାସଭା

ବେଗୁନିଆପଡ଼ା,୨୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ଅଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି।...

ଛାତ୍ରଙ୍କୁ ମାଡ଼ ଘଟଣା ,ସହକାରୀ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୩ା୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ...

ଜୁଆ ଖେଳ ଚାଲିଥିବା ବେଳେ ଗଞ୍ଜାମ ପୋଲିସର ଚଢ଼ାଉ: ୬ ଜୁଆଡି ଗିରଫ

ଗଞ୍ଜାମ,୧୯।୧୦(ଡି.ଏନ୍‌.ଏ.): ଦାମୋଦରପୁର ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳ ଚାଲିଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ସନ୍ତୋଷ କୁମାର...

ସ୍ମାର୍ଟ ସ୍କୁଲରେ ତାଲା, ପ୍ରାଥମିକ ବିଦ୍ୟାଳୟରେ ପାଠପଢା

ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ଛାତ୍ରୀଛାତ୍ରଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଗତ ଜୁନ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ...

କରୋନା କଟକଣା: ବନ୍ଦହେଲା ଛତ୍ରପୁର ସାପ୍ତାହିକ ହାଟ

ଛତ୍ରପୁର,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରରେ ଗୁରୁବାର ସାପ୍ତାହିକ ହାଟକୁ ପ୍ରଶାସନ ବନ୍ଦ କରିଦେଇଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।...

ନାଚକରି ପାଠ ପଢ଼ାଇ ଚର୍ଚ୍ଚାରେ ଶିକ୍ଷକ

ଦିଗପହଣ୍ଡି,(ଡି.ଏନ.ଏ.)/ ପାଟପୁର,୭ା୨- ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ନାଚଗୀତ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚାରେ ରହିଛନ୍ତି। ଶିକ୍ଷକ ଜଣକ...

ବ୍ୟବସାୟୀଙ୍କୁ ପିଟି ପିଟି ମାରିଦେଲେ

ଛତ୍ରପୁର,୨୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ହଂସପୁରରେ ଶୁକ୍ରବାର ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେ ହେଲେ ହଂସପୁର ଗ୍ରାମର...

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।...

Advertisement
Archives

Model This Week