୪୬୮ ଟ୍ରେନ୍‌ରେ ଫେରିଲେଣି ୫ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୧୨ା୫ (ପି.ଟି.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଚଳ କରାଯାଉଛି। ମେ’ ୧ରୁ ଇତିମଧ୍ୟରେ ୪୬୮ଟି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ୫ ଲକ୍ଷରୁ ଅଧିକ ଶ୍ରମିକ ଘରକୁ ଫେରିଛନ୍ତି। ଏଣିକି ରେଲଓ୍ବେ ପ୍ରତିଦିନ ୧୦୦ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି। ୩୬୩ଟି ଟ୍ରେନ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ସାରିଥିବାବେଳେ ୧୦୫ଟି ଟ୍ରେନ୍‌ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଛି। ଉତ୍ତରପ୍ରଦେଶକୁ ସର୍ବାଧିକ ୧୭୨ଟି ଟ୍ରେନ୍‌ ଯାଇଥିବାବେଳେ ବିହାରକୁ ୧୦୦ ସ୍ବତନ୍ତ୍ର ଟ୍ରେନ ପଠାଯାଇଛି। ଝାଡ଼ଖଣ୍ଡକୁ ୨୨, ମଧ୍ୟପ୍ରଦେଶକୁ ୩୦ଟି ଏବଂ ଓଡିଶାକୁ ୨୫ଟି ଟ୍ରେନ ପଠାଯାଇଥିବାବେଳେ ପଶ୍ଚିମବଙ୍ଗକୁ ୨ଟି ଓ ତାମିଲନାଡୁକୁ ଗୋଟିଏ ଟ୍ରେନ୍‌ ପଠାଯାଇଛି।
ନୂଆ ଗାଇଡ୍‌ଲାଇନ ଅନୁଯାୟୀ ଏଣିକି ସ୍ବତନ୍ତ୍ର ଟ୍ରେନ୍‌ରେ ୧୨୦୦ ପରିବର୍ତ୍ତେ ୧୭୦୦ ଶ୍ରମିକ ଯାଇପାରିବେ। ସେହିପରି ଏହି ଟ୍ରେନ୍‌ଗୁଡ଼ିକ ଗନ୍ତବ୍ୟସ୍ଥଳ ଷ୍ଟେଶନ ବ୍ୟତୀତ ଅନ୍ୟ ୩ଟି ସ୍ଥାନରେ ରହଣି କରିବା ଲାଗି ଅନୁମତି ମିଳିଛି। ଏଥିପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ଅନୁରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଦଳାଚକଟା

ହାଇଦ୍ରାବାଦ୍‌,୧।୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ପୁଣି ଥରେ ରବିବାର ଦଳାଚକଡା ହୋଇଛି। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି। ଚାରି ଦିନ...

୫ ବର୍ଷରେ ୧% ମହିଳାଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ,୮।୫: ଭାରତରେ ମାତ୍ର ୩୨% ବିବାହିତା ମହିଳା ଓ ଝିଅ (୧୫ରୁ ୪୯ ବର୍ଷୀୟା) ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩% ରୋଜଗାର...

୬୦ କୋଟି କରୋନା ଟିକା ବୁକିଂ କରିଛି ଭାରତ

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୬୦ କୋଟି କରୋନା ଟିକା ବୁକିଂ କରିଛନ୍ତି।...

ହାଥରସ ପୀଡିତାଙ୍କ ପରିବାରକୁ ଭେଟି ଫେରୁଥିବାବେଳେ ଆମ ଆଦମି ପାର୍ଟି ଏମ୍‌ପିଙ୍କ ଉପରକୁ କାଳି ଫୋପାଡିଲେ ଦୁର୍ବୃତ୍ତ

ଲକ୍ଷ୍ନୌ,୫।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାର ଲୋକଙ୍କୁ ସୋମବାର ଆମ ଆଦମି ପାର୍ଟି (ଏଏପି)ର ଏମ୍‌ପି ସଞ୍ଜୟ ସିଂ ଭେଟିଛନ୍ତି। କିଛି ସମୟ ଧରି ପୀଡିତାଙ୍କ...

ଜେଲ୍‌ରେ ଅଚେତ୍‌ ହୋଇପଡ଼ିଲେ ଅନୀଲ ଦେଶମୁଖ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ ଶୁକ୍ରବାର ହଠାତ୍‌ ଜେଲ୍‌ରେ ଅଚେତ୍‌ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଜେଜେ...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ମୃତ୍ୟୁ ସଖ୍ୟା ୨ ହଜାର ଟପିଲା

ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ଅଢେଇ ଲକ୍ଷରୁ ଅଧିକ ନୂତନ...

ଦୈନିକ ମୃତ୍ୟୁ ସଂଖ୍ୟା ୩୩…

ନୂଆଦିଲ୍ଲୀ, ୧୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପୋଷ୍ଟର ଲଗାଉଥିଲେ ସ୍ବାମୀ, ଚାଲିଗଲା ଜୀବନ

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶର ହରଦୋଇ ଜିଲାର ଗ୍ରାମୀଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ସରପଞ୍ଚ ପଦବୀରେ ଠିଆ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ...

Advertisement
Archives

Model This Week