Posted inଫୁରସତ

୪୨ ବର୍ଷ ଧରି ବନ୍ଦ ରହିଥିଲା ଏହି ରେଲ୍‌ଓ୍ବେ ଷ୍ଟେଶନ, ଜାଣନ୍ତୁ କାରଣ

ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ପଶ୍ଚିମବଙ୍ଗର ପୁରୁଲିୟା ଜିଲାରେ ରହିଛି ଏହି ଷ୍ଟେଶନ। ଯାହାର ନାମ ବେଗୁନ୍‌କୋଦର। ୧୯୬୦ ମସିହାରେ ଏହି ଷ୍ଟେଶନଟି ଆରମ୍ଭ ହୋଇଥିଲା। ସନ୍ଥାଳର ରାଣୀ ଲାଚନ କୁମାରୀ ସେତେବେଳେ ଏହାକୁ ଉଦ୍‌ଘାଟନ କରିଥିଲେ। ଷ୍ଟେଶନ ଖୋଲିବାର କିଛିଦିନ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଥିଲା। ମାତ୍ର ଏହା ପରେ ଅଦ୍ଭୁତ ଘଟଣାସବୁ ଘଟିଲା। ୧୯୬୭ ମସିହାରେ ରେଲ୍‌ଓ୍ବେର ଜଣେ କର୍ମଚାରୀ ଷ୍ଟେଶନରେ ଭୂତ ଦେଖିଥିବା କହିଥିଲେ। ମହିଳା ରୂପୀ ଭୂତ ଜଣକ ଉଡ଼ିଯିବାରୁ ଏକ ଟ୍ରେନ୍‌ ଦୁର୍ଘଟଣା ମଧ୍ୟ ଘଟିଥିଲା ବୋଲି କର୍ମଚାରୀ ଜଣକ କହିଥିଲେ। ମାତ୍ର ତାଙ୍କର ଏହି କଥାକୁ ସମସ୍ତେ ଅଣଦେଖା କରିଥିଲେ।

ପ୍ରକୃତ କାରଣ ଜଣାପଡ଼ିଥିଲା ଯେତେବେଳେ ଷ୍ଟେଶନ ମାଷ୍ଟରଙ୍କ ପରିବାର ଲୋକଙ୍କ ମୃତଦେହ ଷ୍ଟାଫ୍‌ କ୍ୱାର୍ଟର୍ସରେ ଦେଖିବାକୁ ମିଳିଥିଲା। ଭୂତ ଯୋଗୁ ଏମାନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ଏହି କଥା ରେଲ୍‌ଓ୍ବେ ମନ୍ତ୍ରଣାଳୟ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଫଳରେ ଷ୍ଟେଶନଟିକୁ ପୂରା ବନ୍ଦ କରି ଦିଆଯାଇଥିଲା। ୨୦୦୯ ମସିହାରେ ମମତା ବାନାର୍ଜୀ ରେଲ୍‌ଓ୍ବେ ମନ୍ତ୍ରୀ ଥିବା ବେଳେ ଏହାକୁ ପୁନଃ ଚାଲୁ କରିଥିଲେ। ଏବେ ଏଠାରେ ୧୦/୧୨ଟି ଟ୍ରେନ୍‌ ଅଟକୁଛି। ମାତ୍ର ଲୋକଙ୍କ ମନରୁ ଆଜି ବି ଭୟ ଛାଡ଼ିନି। ଏହି ଷ୍ଟେଶନଟି ଭୂତ ଷ୍ଟେଶନ ନାମରେ ଜଣାଶୁଣା। ଏହି ଷ୍ଟେଶନ ବୁଲିବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି। କିନ୍ତୁ ସନ୍ଧ୍ୟା ପୂର୍ବରୁ ଫେରିଯାଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ପୋଷ୍ୟ କନ୍ୟାଙ୍କ ରାଜକୀୟ ବିବାହ: ଉପହାର ମିଳିଲା ୫ ଲକ୍ଷ ଏଫ୍‌ଡ଼ି ଓ ଘର ପାଇଁ ପ୍ଲଟ୍‌

ରାଜକୋଟ,୨୧।୧: ଗୁଜରାଟ ରାଜକୋଟ ଜିଲା ଗୋଣ୍ଡଲରେ ଥିବା ମହାରାଜା ସର ଭଗବତ୍‌ ସିଂଜୀ ବାଳାଶ୍ରମରେ ୭ ପୋଷ୍ୟ କନ୍ୟାଙ୍କ ବିବାହ ରାଜକୀୟ ଶୈଳୀରେ ହୋଇଛି। ଏଥିରେ...

ଗାନ୍ଧୀ ଆଦର୍ଶର ମଣିଷ, ଯେଉଁମାନେ କରିଚାଲିଛନ୍ତି ନୀରବ ସଂଗ୍ରାମ…

ମହାତ୍ମା, ବାପୁଜୀ, ଜାତିର ଜନକ, ଗାନ୍ଧିଜୀ, ବାପୁ ଏମିତି କେତେ ନାଁରେ ସେ ପରିଚିତ ଜନମାନସରେ। ଆମ ଦେଶର ସ୍ବାଧୀନତା ସଂଗ୍ରାମର ସେ ଥିଲେ କର୍ଣ୍ଣଧାର।...

ସିଂହକୁ ଡ୍ରଗ୍ସ ଦେଇ ଫଟୋଶୁଟ୍‌

ବିବାହବେଳେ ବରକନ୍ୟା ଏକ ସିଂହ ଛୁଆ ସହ ଫଟୋଶୁଟ୍‌ କରିଛନ୍ତି। ସେହି ସିଂହ ଛୁଆକୁ ଡ୍ରଗ୍ସ ଦିଆଯାଇଥିବା ଜଣାପଡିଛି। ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଥିବାବେଳେ ଫଟୋଗୁଡ଼ିକ...

ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର...

ଛାଡ଼ପତ୍ର ପରେ ସ୍ତ୍ରୀଙ୍କୁ ଭରଣପୋଷଣ ଲାଗି ସ୍ବାମୀ ଦେଲେ…

ଆର୍ଜେଣ୍ଟିନାର ସ୍ଥାନୀୟ କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଡିଗ୍ରୀଧାରୀ ସ୍ତ୍ରୀଙ୍କୁ ୨୮ ବର୍ଷ ପର୍ଯ୍ୟନ୍ତ ଘର କାମ କରିବା ନିମନ୍ତେ ୧ କୋଟି ୨୦ ଲକ୍ଷ...

ପରିଣତ ବୟସରେ ବୃଦ୍ଧା ଜଣକ ଗାଇଲେ ଏପରି ଗୀତ, ୟୁଜର୍ସ କହିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ହାତୀ ଉପରେ ଚଢ଼ି ଏମିତି ଷ୍ଟଣ୍ଟ୍‌ ମାରିଲେ ଯୁବକ, ପଛରେ ପଡ଼ିଯିବେ ବାହୁବଳୀ

ଆଜିର ସମୟରେ ଫିଟ୍‌ନେସ୍‌ ଏବଂ ଷ୍ଟଣ୍ଟ୍‌ ସାଧାରଣ କଥା ପାଲଟିଗଲାଣି। ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଅନେକ ଅଦ୍ଭୁତ ଷ୍ଟଣ୍ଟ ଦେଖିବାକୁ ମିଳୁଛି। ସେମିତି ଏବେ...

୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ

ବର୍ଲିନ୍‌, ୧୨।୧: ଜର୍ମାନ୍‌ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌...

Advertisement
Archives

Model This Week