୪୦ ବର୍ଷ ପରେ ଘରକୁ ଫେରିଲେ ଅପୂର୍ବ

ତିହିଡ଼ି, ୧୩।୯ (ଡି.ଏନ.ଏ.) – ଦୀର୍ଘ ୪୦ ବର୍ଷ ପରେ ସେ ଘରକୁ ବାହୁଡ଼ିଛନ୍ତି। ଜନ୍ମମାଟିର ମମତା ତାଙ୍କୁ ଗଁାକୁ ଫେରାଇ ଆଣିଛି ବୋଲି ଗୁରୁବାର ଘରକୁ ଫେରିଥିବା ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ କୁଅଁାରଚତର ଗ୍ରାମର ଅପୂର୍ବ ରଞ୍ଜନ ନାୟକ(୬୦) କହିଛନ୍ତି। ଗୁରୁବାର ରାତି ୮ଟାରେ ଅପୂର୍ବ ଗଁା ମାଟିରେ ପାଦ ଦେବା ପରେ ଖୁସିରେ ବିଭୋର ହୋଇଥିଲେ। ଘରର ବଡ଼ପୁଅ ହୋଇଥିବାରୁ ଦୀର୍ଘବର୍ଷ ପରେ ତାଙ୍କୁ ପାଇ ପରିବାର ଲୋକଙ୍କର ଆନନ୍ଦର ସୀମା ରହି ନ ଥିଲା। ଗଁାର ତାଙ୍କ ସାଙ୍ଗ ଏବଂ ଅନ୍ୟ ଲୋକେ ମଧ୍ୟ ଅପୂର୍ବଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ।
ଅପୂର୍ବଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ୧୯୮୦ ମସିହାରେ ୨୦ ବର୍ଷର ହୋଇଥିବା ବେଳେ ଅପୂର୍ବ ଘରେ କାହାକୁ କିଛି ନ କହି କେଉଁଆଡ଼େ ଚାଲିଯାଇଥିଲେ। ପରେ ସେ କଟକରେ ଫଳ ବ୍ୟବସାୟ କରୁଥିବା ସେମାନେ ଜାଣିବାକୁ ପାଇଥିଲେ। ମାତ୍ର ସେ ଆଉ ଗଁାକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ଏହାର ୭/୮ ବର୍ଷ ପରେ ଅପୂର୍ବ ଉତ୍ତରପ୍ରଦେଶ ଚାଲିଯାଇଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଠିକ୍‌ ସୂଚନା ନ ମିଳିବାରୁ ତାଙ୍କ ପାଖକୁ ଯାଇପାରି ନ ଥିଲେ। ଦୁଇଦିନ ତଳେ ଅପୂର୍ବ ରାଉରକେଲା ଆସିଥିଲେ। ତାଙ୍କର ପରିଚୟପତ୍ର ନ ଥିବାରୁ ସେ କୌଣସି ଲଜ୍‌ରେ ରହିପାରି ନ ଥିଲେ। ସେ ଏକ ଅଟୋରେ ଯାଉଥିବା ବେଳେ ଗାଡ଼ି ଚାଳକଙ୍କ ସହ ପରିଚିତ ହୋଇଥିଲା। ଅଟୋ ଚାଳକ କୁଅଁାରଚତର ଗ୍ରାମର ଜ୍ୱାଇଁ ହୋଇଥିବାରୁ ସେ ଅପୂର୍ବଙ୍କୁ ଜାଣି ତାଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ବୁଧବାର ପରିବାର ଲୋକେ ରାଉରକେଲାରେ ପହଞ୍ଚି ଅପୂର୍ବଙ୍କୁ ଭେଟିଥିଲେ। ଘର ଲୋକଙ୍କୁ ଦେଖିବା ପରେ ଅପୂର୍ବ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ଗଁା ଲୋକଙ୍କ ସହ ଶେଷ ଜୀବନ କାଟିବାକୁ ଇଚ୍ଛା କରି ସେ ଗୁରୁବାର ଗଁାକୁ ଫେରିଛନ୍ତି। ତେବେ ଅପୂର୍ବ ଏଯାଏ ଅବିବାହିତ ଅଛନ୍ତି। ଉତ୍ତରପ୍ରଦେଶରେ ସେ ହୋଟେଲ ଓ ଷ୍ଟୁଡିଓ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି। ଏପରିକି ବର୍ଷରେ ଥରେ ଦୁଇଥର ସେ ଓଡ଼ିଶା ଆସୁଥିଲେ ମଧ୍ୟ ଘରକୁ ଫେରି ପାରି ନ ଥିଲେ। ଘରକୁ କାହିଁକି ଆସି ନ ଥିଲେ ତା’ର କୌଣସି କାରଣ ସେ ଦର୍ଶାଇ ପାରି ନାହାନ୍ତି। ଏହାମଧ୍ୟରେ ତାଙ୍କ ବାପା ଗଙ୍ଗାଧରଙ୍କ ପରଲୋକ ହୋଇଯାଇଥିବା ଜାଣିବା ପରେ ସେ ଦୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?