୪୦ ଛୁଇଁଲା ପାରଦ, ସକାଳୁଆ ହେଲା ଅଫିସ୍‌

ଢେଙ୍କାନାଳ ଅଫିସ, ୧୬।୪: ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ସହରର ତାପମାତ୍ରା ୪୦ ଛୁଇଁଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ସାଢ଼େ ୩ଟା ଯାଏ ତାତିର ପ୍ରଭାବ ପରିଲକ୍ଷିତ ହୋଇଛି। ସନ୍ଧ୍ୟାରେ ଗରମ ପବନ ସହରବାସୀଙ୍କୁ ଅତିଷ୍ଠ କରିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ସକାଳୁଆ ହୋଇଛି। ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଜନସ୍ବାସ୍ଥ୍ୟ ବିଭାଗର ପାଇପ ପାଣି ଯୋଗାଣରେ ସମସ୍ୟା ଉପୁଜିଛି। ଏହାକୁ ନେଇ ଜନସାଧାରଣ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। କୁଞ୍ଜକାନ୍ତସ୍ଥିତ ରାଜସ୍ବ ବିଭାଗ ସମେତ ଅନ୍ୟ ସରକାରୀ କଲୋନୀରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇଦିନ ହେଲା ପାଣି ଯୋଗାଣ ବନ୍ଦ ଥିଲା। ସନ୍ଧ୍ୟାରେ ମେଶିନ୍‌ ତ୍ରୁଟି ସଜଡ଼ାଯାଇଥିବାବେଳେ ଗୁରୁବାରଠାରୁ ଜଳଯୋଗାଣ ସ୍ବାଭାବିକ ହେବ ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ଗଜେନ୍ଦ୍ର ବାଟବଣା: ନୀଳଗିରି ଛାଡି ଯାଉନାହାନ୍ତି ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୧୮।୬(ଡି.ଏନ.ଏ.)-ନୀଳଗିରି ଅଞ୍ଚଳକୁ ଝାଡ଼ଖଣ୍ଡୀ ହାତୀପଲ ଆସିବାର ୮ଦିନ ବିତିଗଲାଣି। ଫେରିବାର ନାଁ ଧରୁନାହାନ୍ତି। ହାତୀପଲ ଇଚ୍ଛାନୁସାରେ ଖାଦ୍ୟ ପାଇଁ ଘୂରି ବୁଲୁଥିବା ବେଳେ ବନବିଭାଗ...

ଚିତ୍ରକଳା ପ୍ରତିଯୋଗିତାରେ ବାରିପଦାର ମାନସ ଶ୍ରେଷ୍ଠ

ବାରିପଦା ଅଫିସ,୧୬।୪ ବିଶ୍ୱ କଳା ଦିବସ ଅବସରରେ ଅନ୍‌ଲାଇନ ଆର୍ଟ ସୋ ଉତ୍ସବର ୫ମ ଅନ୍ତର୍ଜାତୀୟ ‘ଧଉଳୀ ଅନ୍‌ଲାଇନ ଆର୍ଟ ଫେଷ୍ଟ-୨୦୨୨’ ପ୍ରଦର୍ଶନୀରେ ମୟୂରଭଞ୍ଜ ଜିଲାକୁ...

ବାଣ ପ୍ରସ୍ତୁତ ବେଳେ ଅଘଟଣ: ନିଆଁ ଲାଗି ୨ ଗୁରୁତର, ବାଣ ପ୍ରସ୍ତୁତ ଘର ସିଲ୍‌ କଲା ପୋଲିସ

ଚାନ୍ଦବାଲି,୧୭।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟାରେ ମଶା ଧୂପରୁ ନିଆଁ ଲାଗି...

୧୩ରୁ ଖୋଲିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ,୧୦ା୯(ସ୍ବ.ପ୍ର.): କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ ତାରିଖରୁ ଖୋଲିବ। ଲୋକ ସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।...

ଭଡ଼ାଘରେ ସେକ୍ସ ରାକେଟ୍‌

ଢେଙ୍କାନାଳ ଅଫିସ, ୩।୫: ଢେଙ୍କାନାଳ ସହର ଆନନ୍ଦନଗର କାଠଗଡ଼ା ଅଞ୍ଚଳର ଏକ ଭଡ଼ାଘରେ ଚାଲିଥିବା ସେକ୍ସ ରାକେଟ୍‌ର ରହସ୍ୟ ଉନ୍ମୋଚନ କରିଛି ଟାଉନ ଥାନା ପୋଲିସ।...

ବିଦ୍ୟୁତ୍‌ ଆଘାତରେ ଗୁରୁତର ମହିଳା ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଜି.ଉଦୟଗିରି,୨୦ା୨(ଡି.ଏନ.ଏ.)-୧୩୨ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୧୭ ତାରିଖରେ କଳିଙ୍ଗା ପଞ୍ଚାୟତ ତାରାବାଡ଼ି ଗ୍ରାମର ଅମୂଲ୍ୟା ଦିଗାଳ (୩୮) ଗୁରୁତର ହୋଇଥିଲେ। ତାଙ୍କୁ...

ଜାଲ୍‌ ଶିକ୍ଷକଙ୍କୁ ଖୋଜୁଛି ପୋଲିସ

ବାରିପଦା ଅଫିସ,୨୩ା୬: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ବିରୋଧରେ ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନାରେ ଅଭିଯୋଗ କରାଯାଇଛି। ବିଇଓ ମାଳତୀ ଟୁଡୁଙ୍କ ଅଭିଯୋଗ...

ଚିକିତ୍ସା ଲାଗି ରୁନି ଗଲେ କଟକ ଏସ୍‌ସିବି ମେଡିକାଲ

ବରଗଡ଼ ଅଫିସ୍‌,୨୮।୪: ନିଆଁରେ ପୋଡ଼ିହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଳ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦)ଙ୍କୁ...

Advertisement
Archives

Model This Week