୪୦୦ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଫିଲ୍ମ ‘ରାଧେ ଶ୍ୟାମ’ ନିର୍ମାତା

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ରିଲିଜ୍‌ ହେବାର ଥିଲା। ତେବେ କୋଭିଡ୍‌ ପରିସ୍ଥିତିକୁ ନଜରରେ ରଖି ଏହାର ରିଲିଜ୍‌ ତାରିଖକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଖବର ଅନୁଯାୟୀ, ଏହି ଫିଲ୍ମଟି ଓଟିଟିରେ ଷ୍ଟ୍ରିମିଂ ପାଇଁ ୪୦୦ କୋଟିର ଅଫର ପାଇଥିଲା। କିନ୍ତୁ ରାଧେ ଶ୍ୟାମର ନିର୍ମାତା ରାଧା କୃଷ୍ଣ କୁମାର ଏହି ଅଫରକୁ ପ୍ରତ୍ୟାଖ୍ୟାନ କରି ପ୍ରେକ୍ଷାଳୟରେ ଫିଲ୍ମଟି ମୁକ୍ତିଲାଭ କରିବାକୁ କହିଥିଲେ। ନିର୍ଦ୍ଦେଶକ ରାଧା କୃଷ୍ଣ କୁମାର ଟୁଇଟରେ ନିଶ୍ଚିତ କରିଛନ୍ତି ଯେ, ରାଧେ ଶ୍ୟାମ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ନିର୍ମାତା ଫିଲ୍ମକୁ ମାର୍ଚ୍ଚରେ ରିଲିଜ୍‌ କରିବାକୁ ଯୋଜନା କରୁଛନ୍ତି ବୋଲି ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ କୁମାରଙ୍କ ବଦାନ୍ୟତା

ଅଭିନେତା ଅକ୍ଷୟ କୁମାରଙ୍କ ହେୟାର ଷ୍ଟାଇଲିଷ୍ଟ ମିଲନ ଯାଦବ ନିକଟରେ ପ୍ରାଣ ହରାଇଛନ୍ତି। ଅକ୍ଷୟଙ୍କ ସହ ସେ ୧୫ ବର୍ଷ କାମ କରିଥିଲେ। ମିଲନଙ୍କ ଆକସ୍ମିକ...

ଆଉ ଘରକୁ ଫେରିବେ ନାହିଁ ବୋଲି ଜାଣିପାରିଥିଲେ ଧର୍ମେଶ, ଭଉଣୀ ବାନ୍ଧିଥିଲେ ରାକ୍ଷୀ

ବମ୍ବେ: ବଲିଉଡ ଚଳଚ୍ଚିତ୍ର ‘ଗଲିବୟ’ରୁ ଚର୍ଚ୍ଚାକୁ ଆସିଥିବା ରାପର ଧର୍ମେଶ ପରମାରଙ୍କ ମୃତ୍ୟୁ ପ୍ରଶଂସକଙ୍କ ଲାଗି ଶକ୍ତ ଝଟକାଠାରୁ କମ୍‌ ନୁହେଁ। ସଙ୍ଗୀତକୁ ଜୀବନର ସବୁକିଛି...

ସୁନା କପ୍‌ରେ ଚା’ ପିଉଥିଲେ ବାପି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଜୁହୁର କ୍ରିଟି କେୟାର ହସ୍ପିଟାଲରେ...

କୋଚିଂ ଦେବା ବେଳେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା, ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ…

ବମ୍ବେ: ଫିଲ୍ମଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ। ଛାତ୍ରୀଙ୍କ ପ୍ରେମରେ ପଡ଼ି କରିଛନ୍ତି ବିବାହ। ଆମେ କହୁଛି ଅଭିନେତା ଆର୍‌ ମାଧବନଙ୍କ କଥା। ଚଳଚ୍ଚିତ୍ର ’ରେହଦା ହେ ତେରେ...

୧୯୦ କୋଟିର ବଙ୍ଗଳା କିଣିନାହାନ୍ତି ଉର୍ବଶୀ, ମିଥ୍ୟା ଖବରକୁ ଖଣ୍ଡନ କଲେ ଉର୍ବଶୀଙ୍କ ମା’

ମୁମ୍ବାଇ: ମଡେଲ-ଅଭିନେତ୍ରୀ ଉର୍ବଶୀ ରୌତେଲା ପ୍ରାୟତଃ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାନ୍ତ,ଏବଂ ତାଙ୍କ ସହ ଜଡିତ ଖବର ସବୁବେଳେ ହେଡଲାଇନରେ ରହିଥାଏ।...

ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଲକି କୋଚଲିନ୍‌ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବୟଫ୍ରେଣ୍ଡ୍‌ ଗାୟ ହର୍ଷବର୍ଗଙ୍କ ସହ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ...

‘ପୁଣି ତୁମକୁ ଭେଟିବି’

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ଜନ୍ମବାର୍ଷିକୀ। ଏହି ଅବସରରେ ଅଭିନେତ୍ରୀ ଶେହନାଜ ଗିଲ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିଛନ୍ତି। ସେ ସିଡଙ୍କ...

ବୟଫ୍ରେଣ୍ଡକୁ ଭେଟିବା ପାଇଁ ଘର ତାଲା ଭାଙ୍ଗି ପଳାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ ଜାଣିବାପରେ…

କରିନା କପୁର ଖାନ୍‌ ହେଉଛନ୍ତି ବଲିଉଡର ଅନ୍ୟତମ ଷ୍ଟାଇଲିଶ ଏବଂ ସୁନ୍ଦରୀ ଅଭିନେତ୍ରୀ, ଯିଏକି ତାଙ୍କର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ପିଲାବେଳେ ଅନେକ...

Advertisement
Archives

Model This Week