୪ଦିନରେ ଶୁଟିଂ ହୋଇଥିଲା ଏହି ହୋଲି ଗୀତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କ ଫିଲ୍ମ ‘ୟେ ଜଓ୍ବାନୀ ହେ ଦିଓ୍ବାନୀ’ର ଗୀତ ‘ବଲମ ପିଚ୍‌କାରୀ’ ସବୁଠାରୁ ଚର୍ଚ୍ଚିତ ଓ ଲୋକପ୍ରିୟ ହୋଲି ଗୀତ ମଧ୍ୟରୁ ଅନ୍ୟତମ। ଉକ୍ତ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିବା ବେଳେ ଏହି ଗୀତ ମଧ୍ୟ ସୁପରହିଟ୍‌ ହୋଇଥିଲା। ହେଲେ ଏହି ଗୀତର ଶୁଟିଂ ପଛରେ କିଛି କୌତୁହଳ କାହାଣୀ ରହିଛି। ଜାଣିଛନ୍ତି କି ଏହି ଗୀତକୁ ଶୁଟିଂ କରିବାକୁ ୪ ଦିନ ସମଲ ଲାଗିଥିଲା। ସୂଚନା ମୁତାବକ ରଣବୀର ଓ ଦୀପିକାଙ୍କ ଏହା ପ୍ରଥମ ହୋଲି ଗୀତ। ଯେଉଁଥିରେ ଅଭିନେତା ଆଦିତ୍ୟ ରୟ କପୁର ମଧ୍ୟ ରହିଥିଲେ। ଅୟାନ ମୂଖାର୍ଜିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ‘ବଲମ ପିଚ୍‌କାରୀ’ ଗୀତକୁ କୋରିଓଗ୍ରାଫର ରେମୋ ଡିସୁଜା କୋରିଓଗ୍ରାଫି କରିଥିଲେ। ରଣବୀର ଡ୍ୟାନ୍ସରେ ନିପୁଣ ଥିବା ବେଳେ ସାଢ଼େ ୩ ମିନିଟ୍‌ରେ ସେ ସମସ୍ତ ଡ୍ୟାନ୍ସ ଷ୍ଟେପ୍‌ ଶିଖିଯାଇଥିଲେ। ହେଲେ ଆଦିତ୍ୟ ଶିଖି ନ ଥିଲେ। ଯେତେବେଳେ ଗୀତର ଶୁଟିଂ ପାଇଁ ରଣବୀର ପ୍ରସ୍ତୁତ ହୋଇଥିଲେ ସେତେବେଳେ ଆଦିତ୍ୟ ତାଙ୍କୁ ଅଟକାଇ କହିଥିଲେ, ମୁଁ ପ୍ରସ୍ତୁତ ହୋଇନାହିଁ। ଏହି ଗୀତର ଶୁଟିଂ ପାଇଁ କେତେବେଳେ ଷ୍ଟାର ପ୍ରସ୍ତୁତ ନ ଥିଲେ ତ କେତେବେଳେ କ୍ୟାମେରା ପ୍ରସ୍ତୁତ ହୋଇପାରୁ ନ ଥିଲା। ଅୟାନ ମୁର୍ଖାଜୀ ଏହି ପର୍ବକୁ ବେଶ୍‌ ପସନ୍ଦ କରୁଥିବା ବେଳେ ଶୁଟିଂ ସମୟରେ ସବୁ ଷ୍ଟାର କାଷ୍ଟଙ୍କ ସହ ମିଶି ସେ ବହୁ ମଜାମସ୍ତି କରିଥିଲେ। କେତେବେଳେ କାହାକୁ ଯାଇ ରଙ୍ଗ ବୋଳି ଦେଉଥିଲେ ତ ଆଉ କାହାକୁ ସୁଇମିଂ ପୁଲ୍‌ରେ ନେଇକି ପକାଇ ଦେଉଥିଲେ। କେବଳ ସେତିକି ନୁହେଁ ଏହି ଗୀତର ଶୁଟିଂ ସମୟରେ ଏତେ ରଙ୍ଗ ଖେଳା ଯାଇଥିଲା ଯେ ଏହାକୁ ଶୁଟ୍‌ କରିବା ପାଇଁ ପ୍ରାୟ ୪ ଦିନ ସମୟ ଲାଗିଯାଇଥିଲା। କାରଣ ପ୍ରାୟ ସମୟରେ କ୍ୟାମେରାର ଲେନ୍ସରେ ରଙ୍ଗ ଲାଗି ଯାଉଥିଲା। ଯେଉଁଥିପାଇଁ ପୁଣି ଥରେ ଶୁଟିଂ ଆରମ୍ଭ କରିବାକୁ ପଡ଼ୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri