୩ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା…

ପ୍ରେମୀ ଦିବସକୁ ନେଇ ପ୍ରତିଟି ପ୍ରେମିକାପ୍ରେମିକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଥାଏ। ପ୍ରେମ ଉପରେ ସବୁବେଳେ କଟକଣା ଲାଗିଛି। ତେବେ ଯେତେବେଳେ କଟକଣା ଶକ୍ତ ହୋଇଛି ପ୍ରେମ ଅଧିକ ଗଭୀର ହୋଇଛି। ଏହା ପୃଥିବୀ ଇତିହାସରୁ ଜଣାପଡ଼େ। ତୃତୀୟ ଶତାବ୍ଦୀରେ ଇଟାଲୀରେ ପ୍ରେମକୁ ସମର୍ଥନ କରୁଥିବା ସନ୍ଥ ଭାଲେଣ୍ଟାଇନଙ୍କୁ ତତ୍‌କାଳୀନ ରାଜା ବନ୍ଦୀ କରିଥିଲେ। ସନ୍ଥଙ୍କ ମୃତ୍ୟୁ ପରେ ଲୋକେ ଫେବୃୟାରୀ ୧୪କୁ ପ୍ରେମୀ ଦିବସ ଭାବେ ପାଳନ କରିବା ଆରମ୍ଭ କରିଥିଲେ ଏବଂ ଫେବୃୟାରୀ ୭ ଠାରୁ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍‌ ଓ୍ବିକ୍‌ ଭାବେ ଅଭିହିତ କରିଥିଲେ। କାଳକ୍ରମେ ସପ୍ତାହର ପ୍ରତିଟି ଦିନକୁ ଲୋକେ ନିଜ ନିଜ ସୁବିଧା ଅନୁସାରେ ନାମିତ କରିଥିଲେ। କ୍ରମାନ୍ବୟରେ ଫେବୃୟାରୀ ୭କୁ ରୋଜ୍‌ ଡେ, ୮କୁ ପ୍ରପୋଜ୍‌ ଡେ, ୯ରେ ଚକୋଲେଟ୍‌ ଡେ, ୧୦ରେ ଟେଡି ଡେ, ୧୧ରେ ପ୍ରମିସ୍‌ ଡେ, ୧୨ରେ ହଗ୍‌ ଡେ ବା ଆଲିଙ୍ଗନ ଦିବସ, ୧୩ରେ କିସ୍‌ ଡେ ବା ଚୁମ୍ବନ ଦିବସ ଏବଂ ୧୪ରେ ଭାଲେଣ୍ଟାଇନ୍‌ ଡେ ପାଳିତ ହୋଇଥାଏ । ତେବେ ଚଳିତ ୨୦୨୦ ବର୍ଷ ଏହି ଅବସରରେ ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରେମର ବର୍ଷା ହେବାର ସମ୍ଭାବନା ରହିଛି। ସେସବୁ ରାଶି ମଧ୍ୟରେ ରହିଛନ୍ତି କନ୍ୟା, ମକର ଓ କୁମ୍ଭ ରାଶିର ବ୍ୟକ୍ତି। କନ୍ୟା ରାଶିର ବ୍ୟକ୍ତି ନିଜ ପ୍ରେମିକା କିମ୍ବା ପ୍ରେମିକଙ୍କୁ କିଛି ପୋଷାକ ପତ୍ର ଦେଲେ ସାଥୀଙ୍କ ପ୍ରେମ ସମ୍ପର୍କ ଅତୁଟ ରହିବାର ଆଶା ରହିଛି। ସେହିପରି ମକର ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କିଛି ଅଳଙ୍କାର ଉପହାର ଦେଲେ ସାଥୀଙ୍କ ସହିତ ମାନସିକ ସ୍ତରରେ ତାଙ୍କର ସମ୍ପର୍କ ଦୃଢ଼ ରହିବା ସମ୍ଭାବନା ରହିଛି। ଅପରପକ୍ଷରେ କୁମ୍ଭ ରାଶିର ବ୍ୟକ୍ତି ସାଥୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ଉପହାର ଦେଲେ ପ୍ରେମ ସମ୍ପର୍କ ସୁଦୃଢ଼ ହେବାର ଆଶା ରହିଛି। ଏହି ୩ ରାଶିଙ୍କୁ ଛାଡି ଦେଲେ ତୁଳା, ମୀନ ଏବଂ ସିଂହ ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଚଳିତ ବର୍ଷ ପ୍ରେମରେ ସଫଳତା ମିଳିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଏମିତି ସମୟ ବିତାଉଛନ୍ତି କୋଟିପତି

କରୋନା ଭାଇରସ ସହ ସମଗ୍ର ବିଶ୍ୱ ଏବେ ଲଢ଼େଇ କରୁଛି। ଏଥିରୁ ରକ୍ଷା ପାଇବା ପାଇଁ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପରି ପଦକ୍ଷେପ ନିଆଯାଉଛି। ଏଥିସହ...

ମେଲାନିଆଙ୍କ ପସନ୍ଦର ଖାଦ୍ୟ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ୨ ଦିନିଆ ଭାରତ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍‌ ପ୍ରସ୍ତୁତ କରୁଛନ୍ତି ୯୯ ବର୍ଷୀୟା ବୃଦ୍ଧା

ପୁନେ,୩୧।୫: ଦେଶରେ ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକମାନଙ୍କୁ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି। ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ବହୁ ଲୋକ ଆଗେଇ...

ଏମିତି ଦେଶ, ଯେଉଁଠି ବାହାର ଦେଶର ନ୍ୟୁଜ୍‌ ଦେଖିବା ମନା

ଭାରତ ସମେତ ଦୁନିଆର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ନିଜ ଇଚ୍ଛାରେ ରୁହନ୍ତି, ନିଜ ଇଚ୍ଛାରେ ଖାଆନ୍ତି ଏବଂ ମନଇଚ୍ଛା କଥାବାର୍ତ୍ତା କରିବାର ସ୍ବତନ୍ତ୍ରତା ରହିଛି।...

ମହିଳା ଛିଙ୍କି ଦେବାରୁ ଦୋକାନୀ ଫିଙ୍ଗିଦେଲେ ୨୬ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ

ଓ୍ବାଶିଂଟନ୍‌: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏନେଇ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକେ ଘରେ ରହୁଛନ୍ତି। ଗୁରୁତ୍ୱପୂର୍ଣ୍ଣ...

ପ୍ରେମିକଙ୍କୁ ଛାଡ଼ି ୩୦ ଘୁଷୁରିଙ୍କ ସହ ଫେରାର ହୋଇଗଲେ ପ୍ରେମିକା

ପ୍ରତିଦିନ ସୋସିଆଲ ମିଡିଆରେ ଅଜବ ଘଟଣା ସବୁ ସାମ୍ନାକୁ ଆସୁଛି। ଏବେ ସେମିତି ଏକ ଅଜବ ଘଟଣା ଜାଣିବାକୁ ମିଳିଛି। ଜଣେ ପ୍ରେମିକା ୩୦ ଘୁଷୁରିଙ୍କୁ...

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି...

ପୋକରେ ତିଆରି ଆମଲେଟ୍‌: ବାସ୍ନାରେ ଟାଣି ହୋଇ ଚାଲି ଆସନ୍ତି ଲୋକେ

ଆମିଷ ଖାଉଥିବା ମଣିଷ ନିଶ୍ଚିତଭାବେ ଆମଲେଟ୍‌ ଖାଇଥିବେ। ତେବେ ଭିଏତ୍‌ନାମ, ହାନୋଇରେ ପ୍ରସ୍ତୁତ ହେଉଥିବା ଏକ ସ୍ବତନ୍ତ୍ର ପ୍ରକାରର ଆମଲେଟ୍‌ ବୋଧହୁଏ ସମସ୍ତଙ୍କ ପକ୍ଷେ ଖାଇବା...

Advertisement
Archives

Model This Week