Posted inଜାତୀୟ

୩ ବେଡ୍‌ରୁମରେ ୨୦୦ରୁ ଊର୍ଦ୍ଧ୍ୱ ଡୋଲ୍‌

ନୂଆଦିଲ୍ଲୀ: ବାର୍ବି ଡୋଲ୍‌ ଭଳି ଖେଳନା ସାଧାରଣତଃ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି। ହେଲେ ନିକଟରେ ଜଣେ ୩୫ ବର୍ଷୀୟଙ୍କ ପାଖରେ ଡୋଲ୍‌ର ବହୁତ କଲେକ୍ସନ ଥିବା ଦେଖିବାକୁ ମିଳିଛି। ସେ ତାଙ୍କ ୩ଟି ବେଡ୍‌ରୁମକୁ ୨୦୦ରୁ ଊର୍ଦ୍ଧ୍ୱ ଡୋଲ୍‌ରେ ଭରି ଦେଇଛନ୍ତି। ସାଧାରଣତଃ ଡୋଲ୍‌ ଝିଅଙ୍କ ପସନ୍ଦ ଥିବାବେଳେ ତାଙ୍କର ଏପରି ସଉକ ପାଇଁ ସ୍କୁଲରେ ତାଙ୍କୁ ଅଧିକାଂଶ ଥଟ୍ଟା କରୁଥିଲେ। ହେଲେ ତାଙ୍କର ଏପରି ସଉକକୁ ସେ ବଜାୟ ରଖିଛନ୍ତି। ଏକ୍ସ ଫ୍ୟାକ୍ଟରର ପ୍ରତିଯୋଗୀ ଡୁଆନି ଏଜେଙ୍କୁ ୫ ବର୍ଷ ବୟସ ଉପହାରରେ ଏକ ଡୋଲ୍‌ ମିଳିଥିଲା। ତାହା ତାଙ୍କୁ ବହୁତ ପସନ୍ଦ ଆସିଥିଲା। ତା’ ପରଠାରୁ ଘରେ ହେଉଥିବା ସମସ୍ତ ଉତ୍ସବରୁ ତାଙ୍କୁ ଅନେକ ଡୋଲ୍‌ ଉପହାର ସ୍ବରୂପ ମିଳୁଥିଲା। ସେ ଡୋଲ୍‌ ଏକାଠି କରିବା ଆରମ୍ଭ କରିଥିଲେ। ଏବେ ଏହା ତାଙ୍କର ସଉକରେ ପରିଣତ ହୋଇଯାଇଛି। ରିପୋର୍ଟ ମୁତାବକ, ସେ ବିଭିନ୍ନ ସାଇଟ୍‌ରୁ ଡୋଲ୍‌ କିଣିଥାନ୍ତି ଏବଂ ତାହାକୁ ତାଙ୍କ ସୋସିଆଲ ମିଡିଆର ୟୁଜର୍ସଙ୍କ ସହ ଶେୟାର କରିଥାନ୍ତି। ତାଙ୍କ ପାଖରେ ଥିବା ଡୋଲ୍‌ର ମୂଲ୍ୟ ୨୦ ଡଲାରରୁ ଆରମ୍ଭ କରି ୬୦୦ ଡଲାର ପର୍ଯ୍ୟନ୍ତ ରହିଛି। ସେ ଏହା ମଧ୍ୟରେ ବିବାହ କରିସାରିଛନ୍ତି। ହେଲେ ମଧ୍ୟ ତାଙ୍କର ଏପରି ଡୋଲ୍‌ ଏକାଠି କରିବା ସଉକ ସେ ଚାଲୁ ରଖିଛନ୍ତି। ଏଥିରେ ତାଙ୍କ ସ୍ତ୍ରୀଙ୍କୁ କୌଣସି ଅସୁବିଧା ମଧ୍ୟ ହୁଏନି। ସେ ତାଙ୍କର ଏହି ସଉକକୁ ନେଇ ଗର୍ବ ମଧ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri