୩ ନକଲି ମାଓବାଦୀ ଗିରଫ : ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

କୋରାପୁଟ,୨୧।୧୦(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ ୩ ବର୍ଷ ଧରି ମାଓବାଦୀଙ୍କ ନାମରେ ଅର୍ଥ ଆଦାୟ ଅଭିଯୋଗରେ ସୋମବାର କାକିରିଗୁମ୍ମା ପୋଲିସ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ କୋରାପୁଟ ଜିଲା ସେମିଳିଗୁଡ଼ା ଥାନା ଉପରସାହିର ଶୁକଦେବ ମହାନନ୍ଦିଆ(୩୭), ସେମିଳିଗୁଡ଼ା ତଳ ସାହିର ଶ୍ୟାମ ମହାନନ୍ଦିଆ (୨୮) ଏବଂ ନାରାୟଣପାଟଣା ବ୍ଲକର ଉପରଗୁମାଣ୍ଡି ଗ୍ରାମର ପୂର୍ଣ୍ଣ ତାଡିଙ୍ଗି(୨୭)। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ସମେତ ବହୁ ପୋଷ୍ଟର ଜବତ କରାଯାଇଥିବା ସୋମବାର ଅପରାହ୍ନରେ ସ୍ଥାନୀୟ ଜିଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ମୁକେଶ ଭାମୁ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗା ସମୀକ୍ଷା ବୈଠକ :୪୩୯ ବସ୍ତି ବାସିନ୍ଦାଙ୍କୁ କରାଯାଇନି ଥଇଥାନ

ଛତ୍ରପୁର,୧୯ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜାଗା ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନର ଅଗ୍ରଗତି ସମୀକ୍ଷା ବୈଠକ ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରାଞ୍ଚଳ...

କାର୍ଯ୍ୟକ୍ଷମ ହୋଇପାରିନି ଅର୍ବାନ ହାଟ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଏପ୍ରିଲ ପୂରି ସେପ୍ଟେମ୍ବର ସରିବାକୁ ବସିଲାଣି। ହେଲେ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ଛତ୍ରବଜାର ଅର୍ବାନ ହାଟ। ଏପରିକି ଚଳିତ ମାସ ୧୬ ତାରିଖରେ...

ଅସଲି ସୁନା ଦେଖାଇ ନକଲି ବିକ୍ରି କରୁଥିଲେ, ବନ୍ଧା ହେଲେ ୨

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଅସଲି ସୁନା ଅଳଙ୍କାର ଦେଖାଉଥିଲେ। ହେଲେ କୌଶଳକ୍ରମେ ନକଲି ଦେଇ ଠକୁଥିଲେ। ଏଭଳି ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଶହୀଦନଗର...

ଚାଷୀଙ୍କୁ ଦୋହରା ଧକ୍କା

ଯାଜପୁର ଅଫିସ, ୧୦।୧: ୨୦୧୯ ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଗଜପତି, ଗଞ୍ଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ହୋଇଥିବା ଉଠିଛି। ଏହି ଜିଲାଗୁଡ଼ିକର ୨୦ରୁ...

ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ପାଟଣାଗଡ/ଖପ୍ରାଖୋଲ,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ଗୁରୁବାର ୪...

୭୧୦ ଶିଶୁ, ୧୭୩ ଗର୍ଭବତୀଙ୍କୁ ଦିଆଯିବ ଟିକା

ଫୁଲବାଣୀ ଅଫିସ, ୩୦ା୧୧ -କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ଜିଲାରେ କାର୍ଯ୍ୟକାରୀ...

କାଳିଆ ଯୋଜନା ନାଁରେ ମହିଳାଙ୍କୁ ଠକେଇ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗ୍ରାମର ନିରୀହ ଆଦିବାସୀ ମହିଳା ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା କରାଇ ଦେବାକୁ...

ଗଞ୍ଜେଇ ଜବତ: ୬ ଗିରଫ, ୩ ଫେରାର

ଜୟପୁର, ୨୫।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଉପଖଣ୍ଡ ପୋଲିସ, ଜୟପୁର ଟାଉନ, ସଦର ଏବଂ ବୈପାରିଗୁଡ଼ା ଥାନା ପକ୍ଷରୁ ଶନିବାର ପୃଥକ ପୃଥକ ଭାବେ ବିଭିନ୍ନ...

Advertisement
Archives

Model This Week