୩ ଦିନ ଧରି ହେବ ସାତକୋଶିଆରେ କୁମ୍ଭୀର ଗଣନା

ଗଣିଆ,୯ା୧(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହେଉଛି। ଏହି ଗଣନା କାର୍ଯ୍ୟ ୯,୧୦,୧୧ ତାରିଖ ତିନିଦିନ ଧରି କରାଯିବ। ତେବେ ସାତକୋଶିଆରେ ୮ଟି ୟୁନିଟ ଓ ମହାନଦୀ ଡିଭିଜନରେ ୫ଟି ୟୁନିଟ କୁମ୍ଭୀର ଗଣନା କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି। ପ୍ରତି ୟୁନିଟରେ ୨ଜଣ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ ୨ଜଣ ଲେଖାଁଏ ନାଉରିଆ ଥିବାବେଳେ ଗୋଟିଏ ଲେଖାଏଁ ଦେଶୀଡଙ୍ଗା ନିୟୋଜିତ କରାଯାଇଛି।
ମହାନଦୀ ଅବବାହିକାର ନୟାଗଡ ଜିଲା ଗଣିଆ ବ୍ଲକ ମଣିଭଦ୍ରା କଳାପାଟ ପୀଠଠାରୁ ବଡ଼ମୂଳ, ବଡମୂଳଠାରୁ କୁତୁରୀ, କୁତୁରୀଠାରୁ ମାରଡା,ବୌଦ୍ଧ ଜିଲାର ମାରଡାଠାରୁ ଶୀତଳପାଣି ଓ ଶୀତଳପାଣିଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଏବଂ ବିଭିନ୍ନ ଜଳାଶୟଗୁଡିକରେ ଏହି ଗଣନା କାର୍ଯ୍ୟ କରାଯିବ। ଏହି ଗଣନା ସମୟରେ କୁମ୍ଭୀରକୁ ସିଧାସଳଖ ଦେଖିବା ସହ କୁମ୍ଭୀର ଘୋଷରା ଚିହ୍ନକୁ ଅନୁଧ୍ୟାନ କରି ଗଣନା କରାଯାଉଥିବା ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଏସିଏଫ୍‌ ବିଜୟ କୁମାର ମହାନ୍ତି କହିଛନ୍ତି। ଏହି ୩ଦିନ ଧରି ମହାନଦୀରେ ନୌକାଚାଳନା,ମାଛ ଧରିବା ଓ ପର୍ଯ୍ୟଟକଙ୍କ ନୌକାବିହାର କାର୍ଯ୍ୟକୁ କଡାକଡି ଭାବେ ନିଷେଧ କରାଯାଇଥିବା ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଅଶୋକ ଦାସ ସୂଚନା ଦେଇଛନ୍ତି। ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ଛାମୁଣ୍ଡିଆ,କୁଶଙ୍ଗ ବନାଞ୍ଚଳର ମହାନଦୀ ଅବବାହିକାରେ ଥିବା ସମସ୍ତ ବିଟ୍‌ଗୁଡିକର ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବଲାଙ୍ଗୀର ଅଫିସ, ୩ା୨: ବଲାଙ୍ଗୀର ଗାନ୍ଧୀଭବନଠାରେ ବୌଦ୍ଧିକ ଅନୁଷ୍ଠାନ ରଚନା ପକ୍ଷରୁ ଶିକ୍ଷା ଅଧିକାର: ଲକ୍ଷ୍ୟ, ବାସ୍ତବତା ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ରବିବାର...

ନିଜସ୍ବ ଉଦ୍ୟମରେ ରାସ୍ତା ମରାମତି କଲା ସ୍ବେଚ୍ଛାସେବୀ ସଂଗଠନ

ଚୌଦ୍ୱାର,୧୬।୭(ଡ଼ି.ଏନ୍‌.ଏ): ଚୌଦ୍ୱାର ପୌରପାଳିକାର ୧୧ନମ୍ବର ୱାର୍ଡ ରାଧାମୋହନ ମନ୍ଦିର ସମ୍ମୁଖ ରାସ୍ତାଟି ଆଜିକୁ ଦୀର୍ଘଦିନ ହେବ ଖାଲଖମା ହୋଇ ପଡିରହିଥିଲା। ଉକ୍ତ ରାସ୍ତା ଦେଇ ଲୋକଙ୍କୁ...

ଜମି ଅଧିଗ୍ରହଣରେ ଅଟକିଛି ଅଧିକାଂଶ ରେଳ ପ୍ରକଳ୍ପ

ଭୁବନେଶ୍ୱର,୬ା୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାରେ ଚାଲୁଥିବା ନୂଆ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଧିମେଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ଅନୁମତି ଆଦି କ୍ଷେତ୍ରରେ ଉପୁଜିଥିବା...

ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ୍‌, ୨।୮: ଅସୁସ୍ଥ ହୋଇ ଶୁକ୍ରବାର ରାତିରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ...

ପୁରାତନ ମୂର୍ତ୍ତି ସଂରକ୍ଷଣ ପ୍ରତି ଏଏସ୍‌ଆଇର ନିଘା ନାହିଁ: ଭଙ୍ଗା ଗୋଇଠିରେ ଯମୁନା ମୂର୍ତ୍ତି

ପୁରୀ ଅଫିସ,୧୨।୧୨: ଶ୍ରୀମନ୍ଦିର ଏକ ପୁରାତନ କୀର୍ତ୍ତିରାଜି। ଏହାର ପ୍ରତିଟି ଅଂଶରେ ଐତିହ୍ୟ ଭରି ରହିଛି। ଏହା ପରିସରସ୍ଥ କୌଣସି ମନ୍ଦିର ହେଉ ଅବା ମୂର୍ତ୍ତିର...

ଦାନ୍ତ ପାଇଁ ବନବିଭାଗ ନୟାନ୍ତ

ବାରିପଦା ଅଫିସ, ୧ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନବିଲ ରେଞ୍ଜରେ ହାତୀ ଦାନ୍ତ ଉଦ୍ଧାର ନେଇ ବନବିଭାଗ ନୟାନ୍ତ...

ରେଗିଢ଼ି ଛକରେ ଠିକାଦାରଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୩।୯: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଛକ ନିକଟ ରେଗିଢ଼ି ଛକରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି। ୪/୫ ଜଣ...

କାର୍ଯ୍ୟରେ ଲାଗୁନି ଗୋଷ୍ଠୀ ଶୌଚାଳୟ

ଖଜୁରିପଡ଼ା,୧।୩:  ଜନସାଧାରଣଙ୍କ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ...

Advertisement
Archives

Model This Week