୩ ଜରିମାନା ଖିଲାପୀ ଖଣିର ସମ୍ପତ୍ତି ଜବତ ନିର୍ଦ୍ଦେଶ

କେନ୍ଦୁଝର,୨ା୨(ଡ଼ି.ଏନ୍‌.ଏ.)- ଜରିମାନା ଖିଲାପୀ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଚାଲିଥିବା ଓପିଡିଆର୍‌ ସାର୍ଟିଫିକେଟ କେଶ ମଧ୍ୟରୁ ଶନିବାର ୩ଟି ଖଣିର ଶୁଣାଣି ହୋଇଛି। ଏହି ୩ ଖଣିର ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଓପିଡିଆର୍‌ ସାର୍ଟିଫିକେଟ କେଶ ନଂ. ୩୦/୨୦୧୮ର ଏଚ୍‌ଜି ପାଣ୍ଡିଆ ଆଣ୍ଡ ଅଦର୍ସ ଖଣି ଲିଜ୍‌ଧାରୀଙ୍କର ବକେୟା ଥିବା ୯୨କୋଟି ୬୬ଲକ୍ଷ ୨୧ହଜାର ୪୮୩ ଟଙ୍କା ଜରିମାନା ଦାଖଲ ସମ୍ପର୍କରେ ଶନିବାର ଶୁଣାଣି ହୋଇଥିଲା। ଜରିମାନା ଦାଖଲ ହୋଇ ନ ଥିବାରୁ ଉପରୋକ୍ତ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରି ଜରିମାନା ବାବଦ ଅର୍ଥ ଆଦାୟ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଓପିଡିଆର୍‌ ସାର୍ଟିଫିକେଟ କେଶ ନଂ. ୩୨/୨୦୧୮ର ବିପିଏମ୍‌ଇ ଲିଃ ଖଣି ଲିଜ୍‌ଧାରୀଙ୍କର ବକେୟା ଥିବା ୨୪୧ କୋଟି ଟଙ୍କା ଜରିମାନା ଦାଖଲ ସମ୍ପର୍କରେ ଶୁଣାଣି ହୋଇଥିଲା। ସମ୍ପୃକ୍ତ ଲିଜ୍‌ଧାରୀଙ୍କ ସମ୍ପତ୍ତି ବିକ୍ରୟ କରି ଜରିମାନା ଆଦାୟ କରିବାକୁ ବଡବିଲ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଓପିଡିଆର୍‌ ସାର୍ଟିଫିକେଟ କେଶ ନଂ. ୪୭/୨୦୧୮ର ଏସ୍‌ସି ପାଢୀ ଖଣି କର୍ତ୍ତୃପକ୍ଷ ବକେୟା ଥିବା ଜରିମାନା ୨୮କୋଟି ୪୫ଲକ୍ଷ ୯୫ହଜାର ୮୬୬ ଟଙ୍କା ପୈଠ କରି ନ ଥିବାରୁ ଲିଜଧାରୀଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତି ଜବତ କରି ଅର୍ଥ ଆଦାୟ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଜାରୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନର ଶିଶୁକନ୍ୟାର ମୃତ୍ୟୁ ପରେ ବିଷ ପିଇଲେ ମା’ବାପା

କେନ୍ଦୁଝର, ୨୦ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅଧୀନ ଗୁମୁରା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ୧୪ଦିନର ଶିଶୁକନ୍ୟାଙ୍କ ମୃତ୍ୟୁରେ ମର୍ମାହତ ହୋଇ ମା’...

କର୍ମଚାରୀଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଚୋରି

ଯୋଡ଼ା, ୧୧।୬ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ବନେଇକଳା ବସ୍ତିରେ ଭଡା ଘରେ ରହୁଥିବା ଜଣେ କମ୍ପାନୀ କର୍ମଚାରୀଙ୍କ ଘରୁ ନଗଦ ଟଙ୍କା ଓ ସୁନା...

‘ଧରିତ୍ରୀ’ ପ୍ରଭାବ: ବାୟୋମେଟ୍ରିକ୍‌ ମେଶିନ୍‌ରେ ଠକେଇ କରି ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ଘଟଣାର ତଦନ୍ତ ଆରମ୍ଭ

ଯୋଡ଼ା,୨୩।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତରେ ବାୟୋମେଟ୍ରିକ ମେଶିନରେ ଟିପ ଚିହ୍ନ ଠକେଇ କରି ‘ପିଡିଏସ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ...

ହେଲମେଟ୍‌ ନାହିଁ ତ ଚା’ ନାହିଁ

କେନ୍ଦୁଝର, ୧୪ା୯(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକଠାରେ ଥିବା ଏକ ଚା’ ଦୋକାନ ଆଗରେ ଝୁଲୁଛି ଏକ ବ୍ୟାନର। କୌଣସି ବାଇକ...

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଯୋଡ଼ା,୧ା୬(ଡି.ଏନ୍‌.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ...

ସାଂସଦ ପାଣ୍ଠିରେ ବିଲକୁ ରାସ୍ତା ନିର୍ମାଣ

କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ୧୧ ନଂ. ୱାର୍ଡରେ ଏକ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ସରକାରୀ କଲୋନୀ ମଝିରେ ଘରୋଇ ଲୋକଙ୍କ...

ଖବରଦାତାଙ୍କୁ ମାଡ଼ ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର

ପାଟଣା,୨୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମପାଟଣା ପ୍ରେସ କ୍ଲବ ତରଫରୁ ସୋମବାର କେନ୍ଦ୍ରାପଡ଼ାରେ ଖବରଦାତାଙ୍କୁ ପୋଲିସର ମାଡ଼ ମାରିବା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି।...

୩ କୋଟିର କଂକ୍ରିଟ ରାସ୍ତା ୬ ମାସରେ ଫାଟି ଆଁ

ପାଟଣା,୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ମଝି ସାହିରେ କେନ୍ଦୁଝର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ୬.୮୪୦ କିମି କଂକ୍ରିଟ ରାସ୍ତା...

Advertisement
Archives

Model This Week