୩ ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ବର,୨୬।୯: ଆରମ୍ଭ ହୋଇଯାଇଛି ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ଓଡ଼ିଶାର ଦକ୍ଷିଣ ଉପକୂଳକୁ ଛୁଇଁଛି। କଳିଙ୍ଗପାଟ୍ଟନମଠାରୁ ୨୫ କି.ମି ଦୂରରେ ଏହା ଉପକୂଳକୁ ଅତିକ୍ରମ କରିବ। ବର୍ତ୍ତମାନ ପୁରୀରେ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ପବନ ବୋହୁଥିବା ବେଳେ ଗୋପାଳପୁରରେ ଘଣ୍ଟା ପ୍ରତି ୨୬ କି.ମି ବେଗରେ ପବନ ବୋହୁଥିବା ସୂଚନା ଦେଛନ୍ତି।

ବାତ୍ୟା ଉପକୂଳ ନିକଟକୁ ଯେତେକି ପାଖେଇ ଆସିବ ପବନର ବେଗ ସେତେ ବଢିବ। ପୂର୍ବାନୁମାନ ମୁତାବକ ପବନର ବେଗ ସର୍ବାଧିକ ୭୫ରୁ ୮୫ କି.ମି ବେଗ ରହିପାରେ। ବେଳେବେଳେ ୯୫ କି.ମି ବେଗରେ ଝଟକା ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଓ ଗଜପତିରେ ସର୍ବାଧିକ ପ୍ରଭାବ ପଡିବ ବୋଲି ଆଇଏମଡି ଡିଜି କହିଛନ୍ତି । ଗୋପାଳପୁର, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା ଅଫିସ,୨୮।୧୨: ଜାନୁୟାରୀ ୨ ରୁ ୧୧ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରହିବ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଭିତରକନିକାରେ କୁମ୍ଭୀର...

ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ: ବିଧାନସଭାରେ ପହଞ୍ଚିଲେ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ମଙ୍ଗଳବାର ବିଧାନସଭାରେ ପହଞ୍ଚିଛନ୍ତି। ୩ଟି ଆସନରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ହୋଇଥିବା ବେଳେ ସେମାନେ...

ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ତାଙ୍କର...

ଖରସ୍ରୋତା ନଦୀ ବନ୍ଧରୁ ପଥର ଲୁଟ୍‌ ଘଟଣା: ତଦନ୍ତ କରି ଫେରିଲେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ

ବିଞ୍ଝାରପୁର,୨୦।୬(ଡି,ଏନ୍‌.ଏ.): ଖରସ୍ରୋତା ନଦୀ ଘଣ୍ଟିଆଳି ସଂଲଗ୍ନ ବନ୍ଧରୁ ପଥର ଲୁଟ୍‌ ଘଟଣାରେ ବୁଧବାର ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ନବୀନ କିଶୋର ପାଣିଗ୍ରାହୀ ଘଟଣାସ୍ଥଳ...

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ ଅଫିସ୍‌, ୧୬।୧୨ : ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ...

ସତ ଲୁଚାଉଛି ସିଏମ୍‌ସି

କଟକ ଅଫିସ, ୧୧।୫: ଜିଲାରେ କରୋନାର ୨ୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ...

୭ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର

ଭୁବନେଶ୍ୱର(ବ୍ୟୁରୋ),୧୦ା୮- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକଳା କ୍ଷେତ୍ରରେ ପ୍ରଦାନ କରାଯାଉଥିବା...

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୨ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ...

Advertisement
Archives

Model This Week