Posted inଜାତୀୟ

ମୋତେ ଇର୍ଷା କରୁଛନ୍ତି ମୋଦି, କାହିଁକି ଏମିତି କହିଲେ ଦିଦି

କୋଲକାତା,୨୬।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋମ ଯିବାକୁ କେନ୍ଦ୍ର ତରଫରୁ ଅନୁମତି ନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ଦିଦି। ସେ କହିଛନ୍ତି, ମୋଦି ମୋତେ ଇର୍ଷା କରୁଛନ୍ତି। ଅକ୍ଟୋବରରେ ଇଟାଲୀଠାରେ ବିଶ୍ୱ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ମମତା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ମମତାଙ୍କୁ ରୋମ ଯିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇ ନାହିଁ। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, ଆପଣ ମୋତେ ଅଟକାଇ ପାରିବେ ନାହିଁ। ମୁଁ ବିଦେଶ ଯିବା ପାଇଁ ଉତ୍ସୁକ ନୁହଁ। ଏହାର ସମ୍ବନ୍ଧ ରାଷ୍ଟ୍ରର ସମ୍ମାନ ସହ ରହିଛି। ଆପଣ (ପ୍ରଧାନମନ୍ତ୍ରୀ ମୋଦି) ହିନ୍ଦୁମାନଙ୍କ କଥା କହୁଛନ୍ତି, ମୁଁ ମଧ୍ୟ ଜଣେ ହିନ୍ଦୁ ମହିଳା, ମୋତେ ଯିବା ପାଇଁ କାହିଁକି ଅନୁମତି ଦେଲେ ନାହିଁ? ଆପଣ ମୋତେ ଈର୍ଷା କରୁଛନ୍ତି। ମମତା ଆହୁରି କହିଛନ୍ତି, ଆମକୁ ଆମର ସ୍ବାଧୀନତା ରକ୍ଷା କରିବାକୁ ପଡ଼ିବ। ‘ତାଲିବାନ’ ଶାସନ ଭାରତରେ ଚାଲିପାରିବ ନାହିଁ। ଟିଏମସି ଭାଜପାକୁ ପରାସ୍ତ କରିବାକୁ ଯଥେଷ୍ଟ। ‘ଖେଲା’ ଭବନିପୁରରୁ ଆରମ୍ଭ ହୋଇ ସାରା ଦେଶରେ ଆମର ବିଜୟ ପରେ ଶେଷ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଶ୍ୱ ସ୍ତରୀୟ ଶାନ୍ତି ସମ୍ମିଳନୀରେ ଜଣେ ମୁଖ୍ୟମନ୍ତ୍ରୀ ଯୋଗଦେବାର ଷ୍ଟାଟସ ନାହିଁ। ସେ କେବେ ହେଲେ ଭାରତ ପକ୍ଷରୁ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ ପକ୍ଷ ରଖିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯୯୩ ସିରିଏଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଖଲାସ

ନୂଆଦିଲ୍ଲୀ,୨୯।୨: ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଅବଦୁଲ କରିମ ଟୁଣ୍ଡା ଗୁରୁବାର (୨୯ ଫେବୃଆରୀ) କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ...

PM KISAN: ଖାତାକୁ ଆସିଲା ଟଙ୍କା

ନୂଆଦିଲ୍ଲୀ,୨୯।୨: ଚାଷୀଙ୍କ ପାଇଁ ଖୁସି ଖବର । ଖାତାକୁ ଆସିଲା ଟଙ୍କା । PM KISAN ଯୋଜନାରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା।...

ସରକାରଙ୍କ ବଡ ଘୋଷଣା: ଦଶମ ଛାତ୍ରୀଛାତ୍ରଙ୍କୁ ଦେଲେ ଖୁସି ଖବର, ପରୀକ୍ଷା ପାଇଁ କରିପାରିବେ ମାଗଣା ବସ୍‌ଯାତ୍ରା

ନୂଆଦିଲ୍ଲୀ,୨୯।୨: ଛାତ୍ରାଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବସରେ ଗଲେ ଦେବାକୁ ପଡ଼ିବନି ବସ ଭଡ଼ା। ପରୀକ୍ଷା କେନ୍ଦ୍ରକୁ ଏଥର ମାଗଣାରେ ଯାତ୍ରା କରିପାରିବେ।...

ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରିହେବ କି? ଜାଣି ନିଅନ୍ତୁ ନିୟମ ଆଉ ଦେବାକୁ ପଡିବନି ଫାଇନ

ନୂଆଦିଲ୍ଲୀ,୨୯।୨: ବିମାନ, ଜାହାଜ କିମ୍ବା ଟ୍ରେନ ଯାତାୟତ ମଧ୍ୟରୁ ରେଳଯାତ୍ରା ଏବେ ଯାତାୟତା ପାଇଁ ସୁବିଧା ଓ ସହଜ ରାସ୍ତା ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ...

କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି

ଶିମଲା,୨୯।୨: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ଭାଜପାକୁ ଯାଉଥିବା ରାଜ୍ୟ ସଭା ଆସନ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ...

୨୦୨୪ର ସବୁଠାରୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ମୋଦି ପ୍ରଥମ: ଜାଣନ୍ତୁ ଟପ୍‌-୧୦ କିଏ ସବୁ ଅଛନ୍ତି

ନୂଆଦିଲ୍ଲୀ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ର ସବୁଠାରୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୪ ମୃତ, ୨୧ ଆହତ: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୨୯।୨: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ୨୧ ଜଣ ଆହତ ହୋଇଥିବା କୁହାଯାଉଛି। ଏକ...

‘ବ୍ରେକ୍‌ଫାଷ୍ଟ ମିଟିଂ’ ଡାକିଲେ ମୁଖ୍ୟମନ୍ତ୍ରୀ: ପହଞ୍ଚିଲେନି ବିକ୍ରମଦିତ୍ୟ ସିଂ

ଶିମଲା,୨୯।୨: ହିମାଚଳରେ ରାଜନୈତିକ ଝଡ ଧୀରେ ଧୀରେ ଶାନ୍ତ ହେବାକୁ ଲାଗୁଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ତରଫରୁ ଗୁରୁବାର ଶିମଲାରେ ସମସ୍ତ କଂଗ୍ରେସ ବିଧାୟକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri