୭୩.୫% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ରାଜ୍ୟରେ ପୁରୁଷ ଓ ମହିଳା ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ କ୍ଷେତ୍ରରେ କୋଭିଡ୍‌ ଆଣ୍ଟିବଡ଼ି ସୃଷ୍ଟି ହେବା ନେଇ କୌଣସି ବଡ଼ ଧରଣର ପାର୍ଥକ୍ୟ ନାହିଁ। ବର୍ତ୍ତମାନ ସୁଦ୍ଧା ୭୩.୫ ପ୍ରତିଶତ ଲୋକଙ୍କ ଶରୀରରେ କୋଭିଡ୍‌ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆର୍‌ଏମ୍‌ଆର୍‌ସି) ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରବିବାର ଯୋଗଦେଇ ଡା. ପତି ୧୨ଟି ଜିଲାରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ସମମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ରାଜ୍ୟର ୧୨ ଜିଲାରୁ ୬ ହଜାର ନମୂନା ସଂଗ୍ରହ କରାଯାଇ ସେରୋ ସର୍ଭେ କରାଯାଇଥିଲା। ଯେଉଁଥିରେ ଉଭୟ ଗୋଷ୍ଠୀ ଓ ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା ଓ ସ୍ବାସ୍ଥ୍ୟ କର୍ମୀଙ୍କଠାରୁ ନମୂନା ସଂଗ୍ରହ କରାଯାଇଥିଲା। ଏହି ସେରୋ ସର୍ଭେରେ ମୋଟ୍‌ ୭୩.୫ ପ୍ରତିଶତ ଲୋକଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ଲୋକଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଏଥର ରାଜ୍ୟସ୍ତରୀୟ ସେରୋ ସର୍ଭେରେ ପ୍ରଥମ ଥର ପାଇଁ ପିଲାଙ୍କୁ ସାମିଲ କରାଯାଇଥିଲା। ପିଲାମାନଙ୍କ ପାଖରେ କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ତା’ର ମଧ୍ୟ ସେ ରିପୋର୍ଟ ପ୍ରଦାନ କରିଥିଲେ। ୬ରୁ ୧୦ ବର୍ଷ ବୟସର ୭୦ ପ୍ରତିଶତ ପିଲାଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ସୃଷ୍ଟି ହୋଇଥିବା ସେ କହିଛନ୍ତି। ସେହିପରି ୧୧ରୁ ୧୮ ବର୍ଷ ବୟସର ୭୪ ପ୍ରତିଶତ ପିଲାଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ସୃଷ୍ଟି ହୋଇଛି। ତେବେ ବୟସ୍କ ଲୋକଙ୍କ ପାଖରେ କୋଭିଡ୍‌ ଆଣ୍ଟିବଡି ଅଧିକ ରହିଛି ବୋଲି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିକା ବିଧାନସଭା : ୨୦୯ ବୁଥ୍‌ରେ ଚାଲିଛି ମତଦାନ

ଆସିକା,୧୮ା୪(ଡି.ଏନ.ଏ.): ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୨୦୯ ବୁଥ୍‌ରେ ନିର୍ବାଚନ ଶୃଙ୍ଖଳାର ସହ ଚାଲିଛି । ପ୍ରଥମ ୨ ଘଣ୍ଟା ମଧ୍ୟରେ ମତଦାନ ହାର ଆଶାନୁରୂପ...

ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ମୂଲ୍ୟବାନ୍‌ କାଠ

ଚନ୍ଦ୍ରପୁର, ୨୭।୬(ଡି.ଏନ୍‌.ଏ.): ଗଛ ଆମର ବନ୍ଧୁ। ସୁସ୍ଥ ପରିବେଶ ପାଇଁ ଗଛ ଯେ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ପରିବେଶକୁ ସ୍ବଚ୍ଛ, ସୁସ୍ଥ ରଖିବାକୁ...

ଆଗକୁ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ

ଭୁବନେଶ୍ୱର,୨୮।୫ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିଯୋଗୁ ସାମାଜିକ ତଥା ଆର୍ଥିକ ସ୍ଥିତି ବିଗିଡି ଯାଉଥିବାରୁ କଟକଣାରେ...

୭ ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ: ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ,୧୬।୧୧(ଡି.ଏନ୍‌.ଏ.): ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ସଭ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଏନ୍‌ସି ମାରୁଆଙ୍କ ନେତୃତ୍ୱରେ ଆସିଥିବା ୭ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତିନିଧି ଶୁକ୍ରବାର ପ୍ରଥମେ...

ଯୁକ୍ତ୨ ନାମଲେଖା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୧।୯(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ରାଜ୍ୟ ସରକାର ଆବେଦନ ପାଇଁ ଛାତ୍ରୀଛାତ୍ରଙ୍କୁ ଅଧିକ...

‘ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉ’

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ବାହାର ରାଜ୍ୟରେ ଫସିଯାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ...

ଦେବାଳିଆ ହେଉଛି ଗ୍ରୀଡ୍‌କୋ

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟର ବିଦ୍ୟୁତ୍‌ ଭିତ୍ତିଭୂମି ଅତ୍ୟନ୍ତ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଋଣଭାର ସାଙ୍ଗକୁ ବିଦ୍ୟୁତ୍‌ ସଙ୍କଟ ସମଗ୍ର ବ୍ୟବସ୍ଥାକୁ ଦୋହଲାଇ ଦେଲାଣି।...

ଢାଙ୍କୁଣୀ ନ ପକାଇ ବାଉଁଶ ବାନ୍ଧିଲା ବିଏମ୍‌ସି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ଜୟଦେବ ବିହାର ଭିଲ୍ଲା ଛକ ନିକଟ ଡ୍ରେନ୍‌ରେ ଗୁରୁବାର ଭାସିଯାଇ ସାଲିଆସାହି ଆଦିବାସୀ ଗାଁର ଟି. ଆକାମ୍ମାଙ୍କ ମୃତ୍ୟୁ ଘଟିଥିଲା। ପରେ ଢାଙ୍କୁଣୀ...

Advertisement
Archives

Model This Week