୩ କୋଠରିରେ ଚାଲିଛି ୮ ଶ୍ରେଣୀ

ବଅଁରପାଳ,୧୮।୧ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ କଲଣ୍ଡାପାଳ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ବର୍ତ୍ତମାନ ୩ଟି କୋଠରିରେ ୮ଟି ଶ୍ରେଣୀର ଛାତ୍ରୀଛାତ୍ର ପଢ଼ୁଥିବା ଅଭିଯୋଗ ହେଉଛି। ଏଥିସହ ଆବଶ୍ୟକ ଶିକ୍ଷକ ନ ଥିବାରୁ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଉଛି। ଏଠାରେ ପଢ଼ୁଥିବା ୮୫ ଜଣଙ୍କ ମଧ୍ୟରୁ ୪୩ ଛାତ୍ରୀ ହୋଇଥିବାବେଳେ ୪୨ ଜଣ ଛାତ୍ର ଅଛନ୍ତି। ତେବେ ଗୋଟିଏ କୋଠରିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପିଲା ପଢ଼ୁଥିବା ବେଳେ ଅନ୍ୟ ଏକ କୋଠରିରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଏବଂ ବାକି ଏକ କୋଠରିରେ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି। ସେହିପରି ମାତ୍ର ୩ ଜଣ ଶିକ୍ଷକ ଏଠାରେ ଶିକ୍ଷାଦାନ କରୁଛନ୍ତି। ଜଣେ ଶିକ୍ଷକ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼ାଉଥିବା ବେଳେ ଅନ୍ୟ ଦୁଇ ଜଣ ଷଷ୍ଠରୁ ଅଷ୍ଟମ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରୁଛନ୍ତି। ଶ୍ରେଣୀଗୃହ ଗୁଡ଼ିକର ଅବସ୍ଥା ମଧ୍ୟ ଭଲ ନାହିଁ। କବାଟ ଓ ଝରକା ଭାଙ୍ଗିଯାଇଥିବାବେଳେ ଘରର କଢ଼ି ଉଇ ଖାଇଗଲାଣି। ବର୍ଷା ଦିନେ ଶ୍ରେଣୀ ଗୃହରେ ପାଣି ଗଳୁଥିବା ନଜିର ରହିଛି। ବିପଦସଙ୍କୁଳ ଗୃହରେ ଛାତ୍ରୀଛାତ୍ରମାନେ ପଢ଼ୁଥିବାରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେଉନି ରୀନାଙ୍କ ଦୁଃଖ

ଆଠମଲ୍ଲିକ, ୧ା୬(ଡି.ଏନ.ଏ.)  ଭିନ୍ନକ୍ଷମ ବୋଲି ଚିହ୍ନଟ କରିଛି ପ୍ରଶାସନ। ପ୍ରମାଣପତ୍ର ମଧ୍ୟ ଦେଇଛି ତାଙ୍କୁ। ହେଲେ ସେ କେମିତି ସରକାରୀ ଯୋଜନାରେ ସାମିଲ ହୋଇ ଉପକୃତ ହେବେ...

ଉପଖଣ୍ଡରେ ନାହାନ୍ତି ୨୨ ଡାକ୍ତର

ବଇଣ୍ଡା, ୭ା୮ – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଖାଲି ପଡ଼ିଛି ୨୨ ଡକ୍ତର ପଦବୀ। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ...

ପୂଜାକୁ ଫେରିଲା ବାଜା

ବଅଁରପାଳ,୧୮ା୧(ଉପେନ୍ଦ୍ର ରାଉତ): ଆଧ୍ୟାତ୍ମିକ ଆୟୋଜନ ହେଉ କି ସାଂସ୍କୃତିକ ଅବା ମାଙ୍ଗଳିକ, ବାଦ୍ୟ ବିନା ଏହାର କଳ୍ପନା କଷ୍ଟକର। ଶାସ୍ତ୍ରରେ ମଧ୍ୟ ବାଦ୍ୟକୁ ସର୍ବଦା ଶୁଭର...

କ୍ଷେତକୁ ନିଅଣ୍ଟ ସାର

ଅନୁଗୋଳ ଅଫିସ, ୨୪।୮: ପ୍ରଥମେ ନିଅଣ୍ଟିଆ ବର୍ଷା, ଆଉ ଏବେ ସାର ଅଭାବକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅନୁଗୋଳ ଜିଲାର ଚାଷୀ। ପଛେଇ ଯାଇଥିବା ଚାଷକୁ ଆଗେଇ...

ବୈଠକ ବିଫଳ, କୋଲ୍‌ ଫିଲଡ୍ସରେ ଅଚଳାବସ୍ଥା ଜାରି

ତାଳଚେର,୪ା୮(ନି.ପ୍ର.)-ଭରତପୁର ଖଣି ଦୁର୍ଘଟଣାରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ତାଳଚେର କୋଲ୍‌ ଫିଲଡ୍ସରେ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ନିମନ୍ତେ ଶନିବାର ଗୋବରା, ଲକେଇପଶି, କୁକୁଡାଙ୍ଗ,...

୬ ମାସ ନ ପୂରୁଣୁ ୬ ସ୍ଥାନରେ ଫାଟ

ବଇଣ୍ଡା,୧୦ା୮(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନି। ଏପରି କି ନିର୍ମାଣାଧୀନ ୪୦ କିଲୋମିଟର ରାସ୍ତାକୁ ୬ ମାସ ମଧ୍ୟ ପୂରିନି। ହେଲେ ୬ଟି ସ୍ଥାନରେ...

ଅସ୍ଥାୟୀ ମେଡିକାଲ ବାହାରେ ୧୪୪ ଧାରା

ଅନୁଗୋଳ ଅଫିସ, ୧୧।୫: କରୋନା ସଂକ୍ରମଣ ତାଲିକାକୁ ଆସିଯିବା ପରେ ଅନୁଗୋଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ରବିବାର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

ଭିଜିଲାନ୍ସ ଜାଲରେ ସମିତି ସମ୍ପାଦକ

ବଇଣ୍ଡା,୫।୪ (ଡି.ଏନ.ଏ.): ଧାନ ବିକ୍ରୟ ନିମନ୍ତେ ଟୋକନ କରାଇଦେବା ପାଇଁ ଜଣେ ଚାଷୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି...

Advertisement
Archives

Model This Week