୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଜନସାଧାରଣ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଜେଡିରୁ ଟିକେଟ ପାଇ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରୁ ଟୁକୁନି ବଲାଙ୍ଗୀର ଜିଲାରେ ପ୍ରଥମ ମହିଳା ବିଧାୟିକା ଭାବେ ୨୦୧୪ରେ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ପୂର୍ବାପେକ୍ଷା ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରାଯିବା ପରେ ସେ ବଲାଙ୍ଗୀର ଜିଲାର ପ୍ରଥମ ମହିଳା ମନ୍ତ୍ରୀ ଭାବେ ରେକର୍ଡ ସ୍ଥାପନ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇବାରେ ଟୁକୁନି ହେଉଛନ୍ତି ବଲାଙ୍ଗୀର ଜିଲାରୁ ଅଷ୍ଟମ। ତାଙ୍କ ପୂର୍ବରୁ ବଲାଙ୍ଗୀର ଜିଲାରୁ ରାଜେନ୍ଦ୍ର ନାରାୟଣ ସିଂଦେଓ, ଡା. ରାମପ୍ରସାଦ ମିଶ୍ର, ଅଇଁଠୁ ସାହୁ, ଅନଙ୍ଗ ଉଦୟ ସିଂଦେଓ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂଦେଓ, ଯୋଗେନ୍ଦ୍ର ବେହେରା ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଥିଲେ। ଅପରପକ୍ଷେ ଦୀର୍ଘ ୩୯ ବର୍ଷ ପରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ମନ୍ତ୍ରୀ ପଦ ଫେରିପାଇଛି।
୧୯୮୦ରେ ଟିଟିଲାଗଡ଼ ବିଧାୟକ ଲଲିତ ମୋହନ ଗାନ୍ଧୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଜିଲାର ୫ଟି ବିଧାନସଭା ଆସନ ମଧ୍ୟରୁ ୨ଟିରେ ବିଜେଡି ବିଜୟୀ ହୋଇଛି। ଟୁକୁନିଙ୍କୁ ବରିଷ୍ଠତା, ଦଳ ପ୍ରତି ଆନୁଗତ୍ୟ, ସାଙ୍ଗଠନିକ ଦକ୍ଷତା ପାଇଁ ମନ୍ତ୍ରୀ ପଦ ମିଳିଥିବା ଆଲୋଚନା ହୋଇଛି। ଦିବଂଗତ ସ୍ବାମୀ ତଥା ରାଜ୍ୟ ଯୁବ ସମ୍ପାଦକ ଅଭିମନ୍ୟୁ ସାହୁଙ୍କୁ ହତ୍ୟା ପରେ ଟୁକୁନିଙ୍କୁ ଦଳ ୨୦୧୪ ନିର୍ବାଚନରେ ଟିଟିଲାଗଡ଼ରୁ ପ୍ରାର୍ଥୀ କରିଥିଲା। ଗୃହିଣୀରୁ ରାଜନେତା ପାଲଟିଥିବା ଟୁକୁନି ସ୍ବାମୀ ଅଭିମନ୍ୟୁଙ୍କ ସଙ୍ଗଠନ ତଥା ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ନିର୍ବାଚନକୁ ଓହ୍ଲାଇଥିବା ବେଳେ ୧୪ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ।
ବୁଧବାର ଟୁକୁନିଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ଉତ୍ସାହିତ ଶତାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଟିଟିଲାଗଡ଼ସ୍ଥିତ ହନୁମାନ ବ୍ୟାୟାମଶାଳାରେ ଥିବା ଅଭିମନ୍ୟୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଦଳ ପକ୍ଷରୁ କାଳୀଚରଣ ପାନୁଆ, ବବୃ ରତେଇ, ରତନ ହାତୀ, ତପନ ହେର୍ଣ୍ଣା, ଦିଲୀପ ବେହେରା, ସନ୍ତୋଷ ସାହୁ, ରବି ବାଗ, ଦେବାଶିଷ ସୌରା, ବାପୁନି ପଣ୍ଡ. ପ୍ରତାପ ସିଂ, ଜନସନ ବିହାରୀ, ମୁନା ବେହେରା, ଜିତୁ ପାଢୀ, ନରେଶ ପାଢୀ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଟୁକୁନିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଟିଟିଲାଗଡ଼ରୁ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଉପାଧ୍ୟକ୍ଷା ଅଞ୍ଜନା ବର୍ମା, ବରିଷ୍ଠ ନେତା ପ୍ରେମ ଜୈନ, ଲାଲା ବର୍ମା, ଆଶିଷ ବେହେରା, ରଣଜିତ ପୃଷ୍ଟି, ଶମ୍ଭୁପ୍ରସାଦ ସାହୁ, ଦିଲୀପ ବାଗ, ଦୀପକ ମିଶ୍ର, ଅରୁଣ ମିଶ୍ର, ରୁଟୁ ବାଗ, ଅରୁଣ ବାଗ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ସୁନୀଲ ସାହୁ, ରାଜକିଶୋର ଡାଙ୍ଗ, ଅଶୋକ ପାଢୀ ପ୍ରମୁଖ ବହୁ ନେତା ରାଜଧାନୀ ଯାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୩୧ ଯାଏ ରାଜଭବନ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର,୮।୭(ବ୍ୟୁରୋ): କରୋନା ସଂକ୍ରମଣ ଦୃଷ୍ଟିରୁ ରାଜଭବନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜୁଲାଇ ୩୧ ତାରିଖ ଯାଏ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଅତି...

ଉଦୟପୁରରେ କଙ୍ଗାରୁ କୋର୍ଟ

ନୟାଗଡ଼ ଅଫିସ,୨୧ା୧୧: ନୟାଗଡ଼ ସଦର ଥାନା ଅଧୀନ ଦୁର୍ଦ୍ଦୁରା ପଞ୍ଚାୟତର ଉଦୟପୁର ଗାଁରେ କଙ୍ଗାରୁ କୋର୍ଟର ଜୁଲମ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି। ଗାଁରେ ଖଟ...

ପୁନର୍ଗଠିତ ହେଲା ବିଜୁ ଛାତ୍ର ଜନତା ଦଳ

ଭୁବନେଶ୍ବର, ୨୩ା୮(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ସାଙ୍ଗଠନିକ ପୁନର୍ଗଠନ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ଏହି କ୍ରମରେ ସୋମବାର ବିଜୁ ଛାତ୍ର ଜନତା...

ପୁରୀ ପୋଲିସର ଡବଲ ଏନ୍‌କାଉଣ୍ଟର:ମୋଷ୍ଟ ଓ୍ବାଣ୍ଟେଡ ଟିକି ଖାଁ, ବିଶ୍ୱରଞ୍ଜନ ସାହୁ ଆହତ

ପୁରୀ ଅଫିସ, ୧୧-୯:ପୁରୀର ବିକାଶ ପାଇଁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ପୁରୀକୁ ଅପରାଧ ମୁକ୍ତ କରିବା ଲାଗି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି...

ପାଟକୁରାରେ ପ୍ରଚାର ଲାଗି ବିଜେଡି ନେତାଙ୍କ ଆନ୍ତରିକ ଇଚ୍ଛା ନାହିଁ: ବିଜୟ

ଭୁବନେଶ୍ୱର,୮।୭(ବ୍ୟୁରୋ): ପାଟକୁରା ନିର୍ବାଚନରେ ରଣନୀତିକୁୁ ନେଇ ନବୀନ ନିବାସରେ ସୋମବାର ହୋଇଥିବା ଆଲୋଚନାକୁ ନେଇ ମନ୍ତବ୍ୟ ରଖିଛନ୍ତି ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର। ସେ କହିଛନ୍ତି,...

ଆଜି ରାଜ୍ୟରେ ରେକର୍ଡ ୮,୩୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ରେକର୍ଡ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ...

ଏମ୍ସରେ ଲାଗିବ ଏକ୍‌ମୋ ମେଶିନ

ଭୁବନେଶ୍ୱର,୧୦।୬: ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଲାଗିବ ୨ଟି ଏକ୍‌ମୋ ମେଶିନ। ଜୁନ ଶେଷ ସୁଦ୍ଧା ଏହି ମେଶିନ ଲାଗିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର...

ନୂଆବର୍ଷରୁ ଖୋଲିପାରେ କଲେଜ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଦୀର୍ଘ ୮ରୁ ୯ ମାସ ଧରି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରେ କଲେଜ ଖୋଲିପାରେ ବୋଲି...

Advertisement
Archives

Model This Week