୩୭ ବର୍ଷରେ ପାଦ ଦେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ଗୁରୁବାର ୩୭ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନିଲ କପୁର, ବରୁଣ ଧାଓ୍ବନ, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତ ନେନେଙ୍କ ଭଳି ବହୁ ବଲିଉଡ ସେଲିବ୍ରିଟି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ପ୍ରିୟଙ୍କାଙ୍କ ବନ୍ଧୁ ଏବଂ ସହ-କଳାକାରମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ପୋଷ୍ଟ କରିଛନ୍ତି। ଅନିଲ କପୁର ‘ହାପି ବାର୍ଥ ଡେ’ ଜଣାଇବା ସହିତ ଆପଣଙ୍କ ସହିତ କାର୍ଯ୍ୟ କରିବା ଖୁବ୍‌ ଖୁସି ଲାଗେ ବୋଲି ଉଲ୍ଲେଖ କରିଛନ୍ତି। ମାଧୁରୀ ଦୀକ୍ଷିତ ନେନେ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ହାପି ବାର୍ଥଡେ ଜଣାଇ ପରଦାରେ ଓ ପରଦା ବାହାରେ ସବୁବେଳେ ଆନନ୍ଦ ଓ ଖୁସିରେ ଥାଅ ବୋଲି କାମନା କରିଛନ୍ତି। ଆଲିଆ ଭଟ୍ଟ ଲେଖିଛନ୍ତି, ‘ସାରା ବିଶ୍ୱର ବାଳିକାଙ୍କ ପାଇଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରୁହ।’ ସୋନମ କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ବାର୍ତ୍ତା ଦେଇଛନ୍ତି, ‘ତୁମ ପାଇଁ ଆଗାମୀ ବର୍ଷଗୁଡିକ ଚମତ୍କାର ହେଉ।’ ପ୍ରିୟଙ୍କା ମିସ୍‌ ଓ୍ବାର୍ଲଡ ୨୦୦୦ ପ୍ରତିଯୋଗିତାରେ ବିଜୟୀ ହୋଇ ବିଶ୍ୱ ସୁନ୍ଦରୀ ମାନ୍ୟତା ପାଇଥିଲେ। ନ୍ୟାଶନାଲ ଫିଲ୍ମ ଆଓ୍ବାର୍ଡ ସମେତ ଅନେକ ପୁରସ୍କାର ସେ ଲାଭ କରିଛନ୍ତି। ୨୦୧୬ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି। ୨୦୦୩ରେ ପ୍ରଥମ କରି ‘ଦି ହିରୋ: ଲଭ୍‌ ଷ୍ଟୋରି ଅଫ୍‌ ଏ ସ୍ପାଏ’ରେ ସେ ଅଭିନୟ କରିଥିଲେ। ଏହାପରେ ‘ଅନ୍ଦାଜ୍‌’ ଏବଂ ‘ମୁଝ୍‌ସେ ଶାଦି କରୋଗୀ’ ଭଳି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ୨୦୧୮ରେ ଆମେରିକୀୟ ପପ୍‌ ଗାୟକ ତଥା ଅଭିନେତା ନିକ୍‌ ଜୋନାସ୍‌ଙ୍କୁ ସେ ପ୍ରେମବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସ୍ବୟମ୍ବର ନେଇ ତମନ୍ନା ଦେଲେ ମଜାଳିଆ ଉତ୍ତର…

ମୁମ୍ବାଇ: ସାଉଥ୍‌ ଫିଲ୍ମରୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ତମନ୍ନା ଭାଟିଆଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଏକ...

ମୁମ୍ବାଇ ଯିବ ସିବିଆଇର ଏସ୍‌ଆଇଟି ଟିମ୍‌

ମୁମ୍ବାଇ,୨୦।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ। ବୁଧବାର ସୁପ୍ରିମକୋର୍ଟ ଏନେଇ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଗୁରୁବାର...

ସୁସ୍ମିତାଙ୍କ ସହ ବ୍ରେକ୍‌ଅପ୍‌ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିକ୍ରମ

ମୁମ୍ବାଇ: ବଲିଉଡ୍‌ ପ୍ରେମ କାହାଣୀ ସବୁଠାରୁ ନିଆରା। ଏଠାରେ ନାୟିକାମାନଙ୍କର ନାଁ ସହ କେତେବେଳେ କାହା ନାଁକୁ ଯୋଡି ଦିଆଯାଇଥାଏ ତାହା ଅନୁମାନ କରିବା ମୁସ୍କିଲ।...

ଡିଜିଟାଲ ଫିଲ୍ମରେ ନଜର ଆସିବେ ଜ୍ୟାକ୍‌ଲିନ

ମୁମ୍ବାଇ: ହଟ୍‌ନେସ୍‌ ପାଇଁ ବଲିଉଡ୍‌ ଦୁନିଆରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନାୟିକାଙ୍କ ମଧ୍ୟରେ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜ ହେଉଛନ୍ତି ଅନ୍ୟତମ। ଏବେ ସେ...

ଲକ୍‌ଡାଉନ୍‌ରେ ଅମିତାଭ ବଚ୍ଚନଙ୍କ ଲ୍ୟାପ୍‌ଟପ୍‌

ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମ, ଟୁଇଟର୍‌ ବ୍ୟତୀତ ନିଜ ବ୍ଲଗରେ ପୋଷ୍ଟ କରୁଛନ୍ତି। ନିକଟରେ ସେ ବ୍ଲଗ ପୋଷ୍ଟ...

ପିଲାଦିନେ ଫ୍ରିଜ୍‌ ଭିତରେ ଲୁଚୁଥିଲେ ଏହି ଅଭିନେତା, ନିକଟରେ ପାଇଛନ୍ତି ଜାତୀୟ ପୁରସ୍କାର

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଜଣେ ଅଭିନେତା। ଯିଏ କି, ନିକଟରେ ଜାତୀୟ ପୁରସ୍କାର ପାଇଛନ୍ତି। ସେ ଆଉ କେହି ନୁହନ୍ତି, ଅଭିନେତା ବିକି କୌଶଲ।...

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ମୁମ୍ବାଇରେ ରଣବୀର ସିଂଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୧୫।୧୦-ବଲିଉଡ ଅଭିନେତା ରଣବୀର ସିଂଙ୍କ ଗାଡି ଗୁରୁବାର ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଣବୀର ଡବିଂ ଷ୍ଟୁଡିଓରୁ କାମ ସାରି ନିଜ କାରରେ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ...

Coronavirus Update

Archives

Model This Week

Why Dharitri