Posted inଜାତୀୟ

୩୬ ବର୍ଷରେ ୭ ବଡ଼ ଦଙ୍ଗାରେ ୭,୫୦୦ରୁ ଅଧିକ ନିରୀହଙ୍କ ମୁଣ୍ଡ ଗଡ଼ିଛି: କେବଳ ନ୍ୟାୟିକ ଯାଞ୍ଚ୍‌ ସହ ଶୁଣାଣି ରହିଛି ଜାରି

ନୂଆଦିଲ୍ଲୀ,୧।୩: ଦେଶ ବିଭାଜନ ପରେ ଦଙ୍ଗାରେ ବହୁ ଧନଜୀବନ ହାନି ହୋଇଥିଲା। ପରବର୍ତ୍ତୀ ସମୟରେ ଏଭଳି ଘଟଣା ଘଟିବା କମ ହୋଇଥିଲା। ୧୯୮୪ଠାରୁ ଗତ ୩୬ ବର୍ଷ ମଧ୍ୟରେ ଦେଶରେ ୭ ଥର ବଡ଼ ଧରଣର ଦଙ୍ଗା ଘଟିଛି। ଏଥିରେ ୭,୫୯୬ ନିରୀହଙ୍କ ମୁଣ୍ଡ ଗଡ଼ିଛି। ତେବେ ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କେବଳ ନ୍ୟାୟିକ ଯାଞ୍ଚ୍‌ ସହିତ ଶୁଣାଣି ଜାରି ରହିଛି। ନିକଟରେ ଦିଲ୍ଲୀରେ ଘଟିଥିବା ଦଙ୍ଗାରେ ମାତ୍ର ୪ ଦିନରେ ୪୩ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ଦଙ୍ଗା ପୂର୍ବରୁ ୬ ଥର ମଧ୍ୟ ଘଟିଛି। ୧୯୮୪ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ଦିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗାରେ ୩,୩୨୫ ଜଣ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେହିପରି ୧୯୮୯ ଅକ୍ଟୋବରରେ ଭାଗଲପୁରରେ ହୋଇଥିବା ଦଙ୍ଗାରେ ୧୦୦୦ ଲୋକଙ୍କ ଜୀବନ ଯାଇଥିଲା। ୧୯୯୨ରେ ବାବରୀ ମସଜିଦ୍‌ ଭଙ୍ଗା ଘଟଣା ପରେ ହୋଇଥିବା ଦଙ୍ଗାରେ ୨୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୨ରେ ଗୁଜରାଟରେ ହୋଇଥିବା ଦଙ୍ଗାରେ ୧,୧୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ୨୦୧୨ରେ ଆସାମର କୋକରଝାରାରେ ବୋଡ଼ା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାରେ ୮୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷରେ ୨୦୧୩ରେ ମୁଜଫରନଗରରେ ହୋଇଥିବା ଦଙ୍ଗାରେ ୪୮ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏସବୁ ଦଙ୍ଗାରେ ମୃତକଙ୍କ ସଂଖ୍ୟା ତୁଳନାରେ ପୀଡ଼ିତଙ୍କ ସଂଖ୍ୟା ୧୦ ଗୁଣା ଅଧିକ ରହିଛି। ଦଙ୍ଗାର ଭିନ୍ନ ଭିନ୍ନ କାରଣ ରହିଥିଲେ ମଧ୍ୟ ରାଜନୈତିକ ମନ୍ତବ୍ୟ ଏବଂ ଧାର୍ମିକ ଅସହିଷ୍ଣୁତା ଏସବୁର ମୁଖ୍ୟ କାରଣ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡ ସରକାରଙ୍କ ନୂଆ ସ୍କିମ୍‌: ଅନ୍ୟ ଧର୍ମରେ ବିବାହ କଲେ ମିଳିବ ୫୦ ହଜାର ପ୍ରୋତ୍ସାହନ ରାଶି

ଡେରାଡୁନ,୨୨।୧୧: ଗୋଟିଏ ପଟେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ହରିଆଣା ଭଳି ଭାଜପା ଶାସିତ ରାଜ୍ୟରେ ଲଭ ଜିହାଦ ବିରୋଧରେ ଯେଉଁଠାରେ କଡ଼ା ଆଇନ ପ୍ରଣୟନ କରିବାକୁ...

ସୀମାରୁ ମିଳିଲାଣି ୧୧ ସୁଡ଼ଙ୍ଗ

ଜମ୍ମୁ,୫ା୫(ଆଇଏଏନ୍‌ଏସ୍‌): ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ବର୍ଡରରୁ ଏକ ସୁଡ଼ଙ୍ଗ ଠାବ ହେବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନ ଆଗରେ...

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ...

କରୋନା ସହିତ ଲଢ଼େଇ: ୬୦ ପ୍ରତିଶତ ଭାରତୀୟ ପରିବାର ଖାଇବା ପୂର୍ବରୁ ସାବୁନରେ ଧୁଅନ୍ତି ନାହିଁ ହାତ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ନେଇ ଦେଶରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି...

ପ୍ରଚାର ପାଇଁ ଲୁଚିଥିଲା ସତ

ରାୟପୁର/ନୂଆଦିଲ୍ଲୀ(ଡି.ଏନ୍‌.ଏ.),୫ା୪: ଛତିଶଗଡ଼ର ବସ୍ତର ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତି ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ସେଠାକୁ ଏନ୍‌କାଉଣ୍ଟର କରିବାକୁ ଯାଇଥିଲା। ବିଜାପୁର ଓ...

କରୋନାରେ ପରିବେଶବିତ୍‌ ସୁନ୍ଦରଲାଲଙ୍କ ନିଧନ

ଡେରାଡୁନ,୨୧।୫: ଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ଏହି ସମୟରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଏହିକ୍ରମରେ...

ଡିଏମ୍‌କେ ଛାଡି ଭାଜପା ହାତ ଧରିଲେ ବିଧାୟକ ସରବାନନ

ଚେନ୍ନାଇ,୧୪ ।୩: ତାମିଲନାଡୁର ଡିଏମ୍‌କେ ବିଧାୟକ ଡ. ସରବାନନ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି ୬ ବର୍ଷ ପୂର୍ବରୁ...

ଲକ୍‌ଡାଉନ୍‌ ଉଲ୍ଲଂଘନ କଲେ ଲେଖିବାକୁ ପଡ଼ିବ ‘ରାମ’ ନାମ

ଭୋପାଳ,୧୭।୫: ଦେଶରେ କରୋନା ଭାଇରସ୍‌ ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ କଟକଣା ଲାଗୁ କରାଯାଇଛି। କରୋନାକୁ ରୋକିବା ପାଇଁ...

Advertisement
Archives

Model This Week