୩୫ ଶ୍ରମିକ ବସ୍‌ ଯୋଗେ କେନ୍ଦୁଝର ଫେରିଲେ

କେନ୍ଦୁଝର,୩୦ା୪(ଡି.ଏନ୍‌.ଏ): ସଂଗରୋଧ ଅବଧି ଶେଷ କରିବା ପରେ ୩୫ ଜଣ ଶ୍ରମିକଙ୍କୁ ଅନୁଗୁଳ ଜିଲା ପ୍ରଶାସନ ବସ୍‌ ଯୋଗେ କେନ୍ଦୁଝରକୁ ପଠାଇଛି। ଏହି ଶ୍ରମିକମାନେ ୧୪ ଦିନ ସଂଗରୋଧ ଅବଧି ଶେଷ କରିଥିବା ନେଇ ଅନୁଗୁଳ ଜିଲା ପ୍ରଶାସନ ପ୍ରମାଣପତ୍ର୍ର ପ୍ରଦାନ କରି ସ୍ବତନ୍ତ୍ର ବସ୍‌ ଯୋଗେ ପଠାଇଛି। ସୂଚନା ଅନୁଯାୟୀ, ଢ଼େଙ୍କାନାଳ ଜିଲା ହିନ୍ଦୋଳଠାରେ ଏକ ନିର୍ମାଣଧିନ ପେଟ୍ରୋଲ ପମ୍ପରେ ଘଟଗଁ। ବ୍ଲକ ଖଣ୍ଟଘର ପଞ୍ଚାୟତ ତଣ୍ଡିବେଡା ଗ୍ରାମର ୧୪ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଯିବାରୁ ଏହି ଶ୍ରମିକମାନେ ଘରକୁ ଫେରି ପାରି ନ ଥିଲେ। ଲକ୍‌ଡାଉନ ସମୟରେ ଚାଲି ଚାଲି ଘରକୁ ଫେରୁଥିବାବେଳେ ଅନଗୁଳ ଜିଲା ବଅଁରପାଳଠାରେ ପୋଲିସ ସହାୟତାରେ ସେମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେହିପରି ଭବାନୀପାଟଣାଠାରେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ପିଛୁଳାବେଡା ଗ୍ରାମର ୧୭ଜଣ ଶ୍ରମିକ ବିଏସ୍‌ଏନ୍‌ଏଲ କମ୍ପାନୀରେ କେବୁଲ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ଭବାନୀପାଟଣାରୁ ଅନୁଗୁଳକୁ ଏକ ଟ୍ରକ୍‌ ଯୋଗେ ଆସିଥିଲେ। ସେଠାରୁ ଚାଲି ଚାଲି କେନ୍ଦୁଝର ଅଭିମୁଖେ ଆସୁଥିବାବେଳେ ବଇଣ୍ଡା ନିକଟରେ ପୋଲିସ ସେମାନଙ୍କୁ ଅଟକାଇ ନିକଟସ୍ଥ ଲୁଆମୁଣ୍ଡା କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଥିଲା। ତେଲକୋଇ ଅଞ୍ଚଳର ୪ଜଣ ଶ୍ରମିକଙ୍କୁ ପାଲଲହଡା କ୍ୱାରାଣ୍ଟାଇନ ସେଣ୍ଟରରେ ମଧ୍ୟ ରଖାଯାଇଥିଲା। ସମସ୍ତ ଶ୍ରମିକଙ୍କ ସଂଗରୋଧ ଅବଧି ଶେଷ ହେବା ପରେ ଅନୁଗୁଳ ଜିଲା ପ୍ରଶାସନ ସଂଗରୋଧ ଶେଷ କରିଥିବା ମୋଟ ୩୫ ଜଣ ଶ୍ରମିକଙ୍କୁ ବସ୍‌ ଯୋଗେ କେନ୍ଦୁଝରକୁ ପଠାଇଥିଲେ। ଏହି ଶ୍ରମିକମାନେ ବୁଧବାର ସକାଳେ କେନ୍ଦୁଝରରେ ପହଞ୍ଚିଥିବାବେଳେ କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ,ଗ୍ରାମୀଣ ଶ୍ରମ ନିରୀକ୍ଷକ ବୃନ୍ଦାବନ ଜୁଆଙ୍ଗ,ମୁଖ୍ୟ କିରାଣୀ ଲଳିତେନ୍ଦୁ ମହାନ୍ତ ସେମାନଙ୍କୁୁ ୨ଟି ଗାଡ଼ିରେ ନିଜ ନିଜ ଗଁାକୁ ପଠାଇବାର ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ଗୁଳିକରି ବନ୍ଧାହେଲେ ଅଭିଯୁକ୍ତ ପୁଅ

ବରପାଲି,୨।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ଥାନା ଅଧୀନ ଚିନାଜୁରି ନିକଟସ୍ଥ କଦଳୀମୁଣ୍ଡା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଗଙ୍ଗାଜଳ ମେହେରଙ୍କୁ ପୁଅ...

ବଅଁରପାଳ: ଦର ଆକାଶଛୁଅଁ।

ବଅଁରପାଳ, ୨ା୬(ଡି.ଏନ.ଏ.) ସୋମବାର ସାବିତ୍ରୀ ବ୍ରତ। ଏଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ମନ୍ଦିର, ଦୈବୀ ପୀଠରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଛି। ବିଭିନ୍ନ ପୂଜା କମିଟି...

ଜଗା ପାଇଁ ଉଚ୍ଛନ୍ନ ଜନମନ

ଅନୁଗୋଳ ଅଫିସ, ୧୪।୧୨:  ଆସନ୍ତା ୨୩ ତାରିଖରେ ଭକ୍ତଙ୍କ ପାଇଁ ବଡ଼ଦେଉଳ ଦ୍ୱାର ଖୋଲିବାକୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ କହିବା ପରେ...

ମହିଳାଙ୍କୁ ଆକ୍ରମଣ, ଜେଲଗଲେ ଶିକ୍ଷକ

ଭଞ୍ଜନଗର,୨୦।୧୨(ଡି.ଏନ୍‌.ଏ.)- ତାରସିଂ ପୋଲିସ ଶୁକ୍ରବାର ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେହେଲେ ପ୍ରତାପୁରର ଶଙ୍କର ନାୟକ। ମହିଳାଙ୍କ ଏତଲାକ୍ରମେ ନଂ.୧୯୫/୧୯ରେ ଏକ...

ନ୍ୟାୟ ମାଗିଲେ ଛେଳିଆ କ୍ଷତିଗ୍ରସ୍ତ

କଣିହାଁ, ୮।୫(ଡି.ଏନ୍‌.ଏ.): ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଦ୍ୱାରା କ୍ଷତିଗ୍ରସ୍ତ ଅନୁଗୋଳ ଜିଲା କଣିହାଁ ବ୍ଲକର ଛେଳିଆ ଗ୍ରାମବାସୀ ହକ୍‌ର ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ନ୍ୟାଯ୍ୟ ଦାବିରେ...

ନୟାଗଡ଼ରେ ଗୋଟିଏ ପରିବାରରୁ ୬ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ,୨୨ା୬: ନୟାଗଡ଼ରେ ସୋମବାର ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଜିଲା ସଦର ମହକୁମାରୁ ୯ ଓ ନୂଆଗାଁରୁ ୪ ଅଛନ୍ତି। ନୟାଗଡ଼...

ଲୋକଙ୍କୁ ମାସ୍କ ବାଣ୍ଟିଲା ପୋଲିସ

ଖୋର୍ଦ୍ଧା ଅଫିସ,୮ା୪: ଖୋର୍ଦ୍ଧା ବ୍ଲକ ତୋଟାପଡା ଗ୍ରାମରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛି ପୋଲିସ। ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ବୁଧବାର...

୧୫ ପରିବାର ଗାଁରୁ ବାସନ୍ଦ

କୋଷାଗୁମୁଡ଼ା/ନବରଙ୍ଗପୁର, ୩୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ଖୁଡୁଖୁଡ଼ି ଖେଳ ପାଇଁ ଗାଁରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। କୌଣସି ଶୁଭ ଅଶୁଭ କାମରେ ଯିବାକୁ ପରିବାର ସଦସ୍ୟଙ୍କୁ ବାରଣ। କୁନି...

Advertisement
Archives

Model This Week