୩୫ ଶ୍ରମିକ ବସ୍‌ ଯୋଗେ କେନ୍ଦୁଝର ଫେରିଲେ

କେନ୍ଦୁଝର,୩୦ା୪(ଡି.ଏନ୍‌.ଏ): ସଂଗରୋଧ ଅବଧି ଶେଷ କରିବା ପରେ ୩୫ ଜଣ ଶ୍ରମିକଙ୍କୁ ଅନୁଗୁଳ ଜିଲା ପ୍ରଶାସନ ବସ୍‌ ଯୋଗେ କେନ୍ଦୁଝରକୁ ପଠାଇଛି। ଏହି ଶ୍ରମିକମାନେ ୧୪ ଦିନ ସଂଗରୋଧ ଅବଧି ଶେଷ କରିଥିବା ନେଇ ଅନୁଗୁଳ ଜିଲା ପ୍ରଶାସନ ପ୍ରମାଣପତ୍ର୍ର ପ୍ରଦାନ କରି ସ୍ବତନ୍ତ୍ର ବସ୍‌ ଯୋଗେ ପଠାଇଛି। ସୂଚନା ଅନୁଯାୟୀ, ଢ଼େଙ୍କାନାଳ ଜିଲା ହିନ୍ଦୋଳଠାରେ ଏକ ନିର୍ମାଣଧିନ ପେଟ୍ରୋଲ ପମ୍ପରେ ଘଟଗଁ। ବ୍ଲକ ଖଣ୍ଟଘର ପଞ୍ଚାୟତ ତଣ୍ଡିବେଡା ଗ୍ରାମର ୧୪ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଯିବାରୁ ଏହି ଶ୍ରମିକମାନେ ଘରକୁ ଫେରି ପାରି ନ ଥିଲେ। ଲକ୍‌ଡାଉନ ସମୟରେ ଚାଲି ଚାଲି ଘରକୁ ଫେରୁଥିବାବେଳେ ଅନଗୁଳ ଜିଲା ବଅଁରପାଳଠାରେ ପୋଲିସ ସହାୟତାରେ ସେମାନଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେହିପରି ଭବାନୀପାଟଣାଠାରେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ପିଛୁଳାବେଡା ଗ୍ରାମର ୧୭ଜଣ ଶ୍ରମିକ ବିଏସ୍‌ଏନ୍‌ଏଲ କମ୍ପାନୀରେ କେବୁଲ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ଭବାନୀପାଟଣାରୁ ଅନୁଗୁଳକୁ ଏକ ଟ୍ରକ୍‌ ଯୋଗେ ଆସିଥିଲେ। ସେଠାରୁ ଚାଲି ଚାଲି କେନ୍ଦୁଝର ଅଭିମୁଖେ ଆସୁଥିବାବେଳେ ବଇଣ୍ଡା ନିକଟରେ ପୋଲିସ ସେମାନଙ୍କୁ ଅଟକାଇ ନିକଟସ୍ଥ ଲୁଆମୁଣ୍ଡା କ୍ୱାରାଣ୍ଟାଇନ ସେଣ୍ଟରରେ ରଖିଥିଲା। ତେଲକୋଇ ଅଞ୍ଚଳର ୪ଜଣ ଶ୍ରମିକଙ୍କୁ ପାଲଲହଡା କ୍ୱାରାଣ୍ଟାଇନ ସେଣ୍ଟରରେ ମଧ୍ୟ ରଖାଯାଇଥିଲା। ସମସ୍ତ ଶ୍ରମିକଙ୍କ ସଂଗରୋଧ ଅବଧି ଶେଷ ହେବା ପରେ ଅନୁଗୁଳ ଜିଲା ପ୍ରଶାସନ ସଂଗରୋଧ ଶେଷ କରିଥିବା ମୋଟ ୩୫ ଜଣ ଶ୍ରମିକଙ୍କୁ ବସ୍‌ ଯୋଗେ କେନ୍ଦୁଝରକୁ ପଠାଇଥିଲେ। ଏହି ଶ୍ରମିକମାନେ ବୁଧବାର ସକାଳେ କେନ୍ଦୁଝରରେ ପହଞ୍ଚିଥିବାବେଳେ କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ,ଗ୍ରାମୀଣ ଶ୍ରମ ନିରୀକ୍ଷକ ବୃନ୍ଦାବନ ଜୁଆଙ୍ଗ,ମୁଖ୍ୟ କିରାଣୀ ଲଳିତେନ୍ଦୁ ମହାନ୍ତ ସେମାନଙ୍କୁୁ ୨ଟି ଗାଡ଼ିରେ ନିଜ ନିଜ ଗଁାକୁ ପଠାଇବାର ବ୍ୟବସ୍ଥା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri