Posted inଜାତୀୟ

୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ସିଆଚୀନ୍‌ରେ ଶହୀଦ୍‌ ହୋଇଛନ୍ତି ୮୭୩ ଯବାନ: ପାକିସ୍ତାନଠାରୁ ଭୟଙ୍କର ଶତ୍ରୁ ପାଲଟିଛି ସ୍ଥାନୀୟ ପାଣିପାଗ

ଜମ୍ମୁ,୧୯।୧୧:ସିଆଚୀନ୍‌ ଗ୍ଲାସିୟର ପୃଥିବୀର ଉଚ୍ଚତମ ଯୁଦ୍ଧସ୍ଥଳ। ଏଠାରେ ଭାରତୀୟ ଯବାନ ୧୬ ରୁ ୨୦ ହଜାର ଫୁଟ ଉଚ୍ଚରେ ମୁତୟନ ହୋଇଥାନ୍ତି। ଦେଶ ସୀମାର ସୁରକ୍ଷା ପାଇଁ ମାଇନସ୍‌ ୫୦ ଡିଗ୍ରୀରୁ କମ୍‌ ତାପମାତ୍ରାରେ ଯବାନମାନେ ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାରେ ୧୯୮୪ଠାରୁ ଗତ ୩୫ ବର୍ଷ ମଧ୍ୟରେ ବିନା ଯୁଦ୍ଧରେ ୮୭୩ ଯବାନ ଶହୀଦ୍‌ ହୋଇଛନ୍ତି। ଏଠାକାର ପ୍ରତିକୂଳ ପାଣିପାଗ ସେମାନଙ୍କର ଜୀବନ ନେଇଛି। ଉଭୟ ଭାରତ ଏବଂ ପାକିସ୍ତାନର ୨୫୦୦ରୁ ଅଧିକ ସୁରକ୍ଷା କର୍ମଚାରୀଙ୍କର ମୃତ୍ୟୁ ଅତ୍ୟଧିକ ଥଣ୍ଡା ଅବା ବରଫ ଝଡ଼ ଯୋଗୁ ଘଟିଛି। ୨୦୧୨ରେ ପାକିସ୍ତାନର ଗୟାରି ବେସ୍‌ କ୍ୟାମ୍ପ୍‌ରେ ହିମ ସ୍ଖଳନ ଯୋଗୁ ୧୨୪ ପାକିସ୍ତାନୀ ସୈନିକ ଏବଂ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥଲା। ଏଠାରେ ଭାରତ ୧୯୮୪ରେ ମିଲିଟାରୀ ବେସ୍‌ ସ୍ଥାପନ କରିଥିଲା। ଏଠାରେ ୩ ହଜାର ଭାରତୀୟ ଯବାନ ମୁତୟନ ହୋଇଛନ୍ତି। ପ୍ରତିଦିନ ଯବାନଙ୍କ ସୁରକ୍ଷା ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏଠାରେ ଅଧିକ ଦିନ ରହିଲେ ଯବାନଙ୍କ ଶୁଣିବା ଏବଂ ଦେଖିବା କ୍ଷମତା କମିବାରେ ଲାଗିଥାଏ। ଏହା ସହିତ ସ୍ମୃତିଶକ୍ତି ମଧ୍ୟ କମିଯାଇଥାଏ। ଅତ୍ୟଧିକ ଥଣ୍ଡା ଯୋଗୁ ଶରୀରର ନିମ୍ନ ଅଂଙ୍ଗରେ ରକ୍ତ ପ୍ରଭାବ କମିବା ଯୋଗୁ ବହୁ ସମୟରେ ଯବାନଙ୍କ ପାଦ ଆଙ୍ଗୁଳି ପଚି ଯାଇଥାଏ। ଶେଷରେ ଏହାକୁ କଟା ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ

ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା...

ଲେହରେ ଗର୍ଜିଲେ ମୋଦି

ଲେହ,୩।୭: ସମସ୍ତଙ୍କୁ ଚକିତ କଲାଭଳି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି।...

ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ଲାଗି ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି...

ଭାରତର କଡ଼ା ଜବାବ: ନିୟନ୍ତ୍ରଣ ରେଖାରେ ୧୦ରୁ ଅଧିକ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୫।୮: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି। ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ପାକିସ୍ତାନୀ ସୈନ୍ୟ ଭାରତୀୟ ସେନାଙ୍କ...

ଲକ୍‌ଡାଉନ ନିୟମ ଭାଙ୍ଗି ଗିରଫ ହେଲେ ୧୦,୭୨୯

ମୁମ୍ବାଇ,୧୮।୪: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକ ନ...

କଂଗ୍ରେସର ଭାରତକୁ ବିଭାଜନ କରିବା ଅଭ୍ୟାସ ରହିଛି, ଭାଜପାର କଡ଼ା ସମାଲୋଚନା…

ପଣଜୀ,୧୩।୯ : ଭାରତ ଯୋଡ ଯାତ୍ରାକୁ ନେଇ କଂଗ୍ରେସ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଏହି ମର୍ମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ...

ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶାହା, ମଣିପୁର ସ୍ଥିତି ସମ୍ପର୍କରେ ଦେଲେ ସୂଚନା

ନୂଆଦିଲ୍ଲୀ,୨୬।୬: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ବିରୋଧୀ ମୋଦୀ ସରକାରଙ୍କ ଉପରେ କ୍ରମାଗତ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ସ୍ବରାଷ୍ଟ୍ର...

ନାଗରିକତା ସଂଶୋଧନ ବିଲ୍‌: ମୋଦିଙ୍କୁ ସମର୍ଥନ କଲା ଶିବସେନା

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ସମେତ କିଛି ଦଳ ବିରୋଧ କରୁଥିବା...

Advertisement
Archives

Model This Week