Posted inଜାତୀୟ

୩୫୮ ଖଣି ଲିଜ୍‌ ବାତିଲ ଆବେଦନ:କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫।୭(ପି.ଟି.):ସାନି ମୂଲ୍ୟାୟନ କରା ନ ଯାଇ ଦେଶରେ ୩୫୮ରୁ ଅଧିକ ଲୁହାପଥର ଖଣି ବିଭିନ୍ନ କମ୍ପାନୀକୁ ଆବଣ୍ଟନ କରାଯିବା ଅଥବା ଲିଜ୍‌ ମିଆଦ ବୃଦ୍ଧି କିମ୍ବା ବଳବତ୍ତର ରଖାଯାଇଥିବାରୁ ସେଗୁଡ଼ିକୁ କାହିଁକି ବାତିଲ କରା ନ ଯିବ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଜବାବ ରଖିବା ଲାଗି ସରକାର କୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି।
ଆଇନ ଅନୁଯାୟୀ ଉପଯୁକ୍ତ ପଦ୍ଧତିରେ ଖଣିଗୁଡିକୁ ଲିଜ୍‌ ଦିଆଯାଇ ନ ଥିବାରୁ ସେଗୁଡିକର ଲିଜ୍‌ ବାତିଲ କରିବା ଲାଗି ଆବେଦନକାରୀ ଆଇନଜୀବୀ ଏମ୍‌.ଏଲ୍‌. ଶର୍ମା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ବି.ଆର୍‌. ଗଭାଇଙ୍କ ଖଣ୍ଡପୀଠ ଜବାବ ଦେବା ଲାଗି ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ଓ ମାମଲାର ସମ୍ପୂର୍ଣ୍ଣ ଶୁଣାଣି ହେବା ଆବଶ୍ୟକ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏ.ଏନ୍‌.ଏସ୍‌. ନାଦ୍‌କର୍ନି ହାଜର ହୋଇ ଜବାବ ରଖିବା ଲାଗି କୋର୍ଟଙ୍କୁ ଅଧିକ ସମୟ ମାଗିଥିଲେ। ଏପ୍ରିଲ ୧୬ରେ ସର୍ବୋଚ୍ଚ ଅଦାଲତ ଅଭିଯୋଗ ଉପରେ ଏତଲା ଦାଏର କରିବା ସହ ଘଟଣାର ତଦନ୍ତ କରିବା ଲାଗି ସିବିଆଇକୁ କହିଥିଲେ। ଏହା ବ୍ୟତୀତ ମାମଲା ପରିଚାଳନାରେ ସହାୟତା ଲାଗି ବରିଷ୍ଠ ଆଇନଜୀବୀ ପି.ଏସ୍‌. ନରସିଂହଙ୍କୁ ଆମିକସ୍‌ କ୍ୟୁରୀ ନିଯୁକ୍ତ କରିଥିଲେ। ସରକାର ୨୮୮ଟି ଖଣିର ଲିଜ୍‌କୁ ବଢ଼ାଇ ଦେଇଛନ୍ତି। ଏହା ବଦଳରେ ରାଜନୈତିକ ଦଳଗୁଡିକୁ ମୋଟା ଅଙ୍କର ଚାନ୍ଦା ମିଳିଥିବା ଶର୍ମା ଜାଣିବାକୁ ପାଇଥିଲେ। ଏଥିପାଇଁ ୪ ଲକ୍ଷ କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଥିତ୍ବା ଶର୍ମା ତାଙ୍କ ପିଟିଶନ୍‌ରେ ଦର୍ଶାଇଥିଲେ। ୩୫୮ରୁ ଅଧିକ ଖଣିର ଲିଜ୍‌ ମିଆଦ ବଢ଼ାଯାଇଛି କିମ୍ବା ନୂଆ ଲିଜ୍‌ ଦିଆଯାଇଛି। ଏଥିପାଇଁ ଖଣିର ପୁନଃମୂଲ୍ୟାୟନ କରାଯାଇନି କିମ୍ବା ନିଲାମ ପ୍ରକ୍ରିୟାର ସହାୟତା ନିଆଯାଇନାହିଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆଇନ ଅନୁଯାୟୀ ଖୋଳାଯାଇଥିବା ଲୁହାପଥରର ବଜାର ମୂଲ୍ୟ ଅନୁଯାୟୀ ଅର୍ଥ ସମ୍ପୃକ୍ତ ଖଣି କମ୍ପାନୀଗୁଡିକଠାରୁ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ପିଟିଶନର ଅଦାଲତଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କମଲନାଥଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ/ଭୋପାଳ,୧୬।୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ। ଏହା ପୂର୍ବରୁ ଭୋପାଳରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ...

ଭୀଷଣ ରୂପ ନେଲା ଅମ୍ଫନ୍‌: ମେ ୨୦ରେ ସ୍ଥଳଭାଗରେ ମାଡ଼ ହେବାର ପୂର୍ବାନୁମାନ

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଏବେ ଭୀଷଣ ରୂପ...

ଆଣ୍ଟିଲିୟା ବାହାରେ ଥିବା ବିସ୍ଫୋରକ ଭର୍ତ୍ତି କାର ମାଲିକଙ୍କ ମୃତଦେହ ଉଦ୍ଧାର!

ମୁମ୍ବାଇ,୫ ।୩: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ବହୁତଳ ପ୍ରାସାଦ ଆଣ୍ଟିଲିୟା ବାହାରେ ନିକଟରେ ଏକ ବିସ୍ଫୋରକ ଭତ୍ତି ସ୍କାର୍ପିଓକୁ ସନ୍ଦିଗ୍ଧ ଅବସ୍ଥାରେ ଜବତ କରାଯାଇଥିଲା ।...

ସାନିଟାଇଜର ସ୍ପ୍ରେ କରିବ ରୋବୋ

ନୂଆଦିଲ୍ଲୀ ,୩୧।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏଥିଲାଗି ସାମାଜିକ ଦୂରତା ସହିତ ରାସ୍ତାଘାଟକୁ ବିଶୁଦ୍ଧ କରିବା ଲାଗି ସାନିଟାଇଜର ସ୍ପ୍ରେ...

୧୦ଲକ୍ଷ ପୋଷ୍ଟକାର୍ଡରେ ‘ଜୟ ଶ୍ରୀରାମ’ ଲେଖି ମମତାଙ୍କ ପାଖକୁ ପଠାଇବ ଭାଜପା

କୋଲକାତା,୨।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗନକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଶନିବାର ଉତ୍ତର ୨୪ ପ୍ରଗଣାଠାରେ ତ୍ରୁଣମୂଳ କଂଗ୍ରେସର ଏକ ସଭା...

ପାଣି ବଦଳରେ ସାନିଟାଇଜର୍‌ ପିଇଦେଲେ କମିଶନର

ମୁମ୍ବାଇ,୩।୨: ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ଯୁଗ୍ମ କମିଶନର ରମେଶ ପାୱାର ବୁଧବାର ଦିନ ହଠାତ୍‌ ପାଣି ବଦଳରେ ସାନିଟାଇଜର ପିଇଦେଇଛନ୍ତି। ରମେଶ ପାଓ୍ବାର ବଜେଟ ଉପସ୍ଥାପନ...

ଭାଜପାକୁ ଶାସନରୁ ହଟାଇବାକୁ ଚାହୁଁଛନ୍ତି ଜନତା: ପାଓ୍ବାର

ନୂଆଦିଲ୍ଲୀ,୨୩।୧୨: ଝାଡଖଣ୍ଡ ବିଧାନସଭାର ଫଳାଫଳକୁ ଦେଖି ଏନ୍‌ସିପି ନେତା ଶରଦ ପାଓ୍ବାର ତାଙ୍କର ମତ ରଖିଛନ୍ତି। ପାଓ୍ବାର କହିଛନ୍ତି, ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ...

ନୂଆ ଭାରତ ଗଠନର ସଙ୍କେତ ଦେଲେ ମୋଦି: ନିର୍ମାଣ ହେବ ୨ କୋଟି ଘର, ୧୫ କୋଟି ଘରେ ପହଞ୍ଚିବ ପିଇବା ପାଣି, ପ୍ରତି ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା

ନୂଆଦିଲ୍ଲୀ,୧୫।୮: ନୂଆ ଭାରତ ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଙ୍କେତ ଦେଇଛନ୍ତି। ନୂଆ ଭାରତରେ ଲୋକଙ୍କ ପାଇଁ ୨ କୋଟି ଘର ନିର୍ମାଣ...

BGU
Play 250+ Trending Games
Archives

Model This Week

Why Dharitri