୩୨୮ ବର୍ଷ ପରେ ଇତିହାସର ପୁନରାବୃତ୍ତି: ଭଗବାନ୍‌ଙ୍କଠାରୁ ଭକ୍ତ ଅଲଗା

ପୁରୀ ଅଫିସ,୨୦ା୩: ଭକ୍ତ ପାଇଁ ଭଗବାନ। ଏମାନଙ୍କୁ କେହି ଅଲଗା କରିପାରିବେ ନାହିଁ। ଏମିତି ଆସ୍ଥା ଓ ବିଶ୍ୱାସ ନେଇ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତ ଆସିଥାନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜ ମନର କଥା ଗୁହାରି କରିଥାନ୍ତି। ହେଲେ ଦୀର୍ଘ ୩୨୮ବର୍ଷ ପରେ ଭକ୍ତ ପାଇଁ ଭଗବାନ ପ୍ରାସଙ୍ଗିକତାର କିଛିଟା ବ୍ୟତିକ୍ରମ ଘଟିବାକୁ ଯାଉଛି। ଶ୍ରୀକ୍ଷେତ୍ର ମାଟିରେ ଭଗବାନଙ୍କଠାରୁ ଭକ୍ତଙ୍କୁ ଦୂରେଇ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅତୀତରେ ଲୁଣ୍ଠନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁ ମହାପ୍ରଭୁଙ୍କ ଦର୍ଶନକୁ ବନ୍ଦ ରଖାଯାଇଥିବାବେଳେ ଏବେ କରୋନା ଭୂତାଣୁ ସଂକ୍ରମଣରୁ ଭକ୍ତଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରତ୍ନସିଂହାସନରେ ବିରାଜମାନ ମହାପ୍ରଭୁଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ଦିଆଯାଇଛି।
ଅତୀତରେ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଛି, ଯେଉଁଥିପାଇଁ ୨୨ଥର ମହାପ୍ରଭୁ ସ୍ଥାନାନ୍ତର ହୋଇଛନ୍ତି। ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇଥର ସ୍ଥାନାନ୍ତର ହୋଇଥିବାବେଳେ ୨୦ଥର ପୁରୀ ବାହାରକୁ ସ୍ଥାନାନ୍ତର ହୋଇଛନ୍ତି ମହାପ୍ରଭୁ। ଚତୁର୍ଦ୍ଧାବିଗ୍ରହଙ୍କୁ ୨ଥର ପାତାଳି କରାଯିବା ସହ ୨ଥର ବ୍ରହ୍ମ ସ୍ଥାନାନ୍ତର ହୋଇଛି। ଆକ୍ରମଣ ସମୟରେ ଖାଲିପଡ଼ିଛି ରତ୍ନସିଂହାସନ। ୧୬୨ବର୍ଷ ୪ମାସରୁ ଅଧିକ ଦିନ ପୁରୀ ବାହାରେ କଟାଇଛନ୍ତି ମହାପ୍ରଭୁ। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇପାରି ନାହାନ୍ତି ଭକ୍ତ। ୧୬୯୨ରେ ଏକରାମ ଖଁା ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସମ୍ରାଟ ଔରଙ୍ଗଜେବଙ୍କ ଆଦେଶ ଅନୁଯାୟୀ ମରମସ୍ତ ଖଁା ଜମାଉଲ୍ଲାଙ୍କୁ ସାଙ୍ଗରେ ଧରି ଏକରାମ ଏହି ଆକ୍ରମଣ କରିଥିଲେ। ଆକ୍ରମଣ ଖବର ପାଇ ସିଂହଦ୍ୱାର ବନ୍ଦ କରାଯାଇଥିଲା। ସେମାନେ ସିଂହଦ୍ୱାର କବାଟ ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ଭଣ୍ଡାର ଲୁଟ୍‌ପାଟ କରିଥିଲେ। ସେତେବେଳେ ତିନିଠାକୁରଙ୍କ ନକଲି ବିଗ୍ରହ ଏକରାମ୍‌ ଖଁାଙ୍କୁ ସମର୍ପି ଦିଆଯାଇ ବିଦା କରାଯାଇଥିଲା। ଗୋପନରେ ମହାପ୍ରଭୁଙ୍କୁ ବିମଳା ମନ୍ଦିର ପଛପଟକୁ ସ୍ଥାନାନ୍ତର କରାଯାଇଥିଲା। ଦେଉଳର ମୁଖଶାଳା ଭଙ୍ଗାଯାଇ ସିଂହଦ୍ୱାର ବାହାରପଟୁ ବନ୍ଦ କରି ଦିଆଯାଇଥିଲା। ନକଲି ମୂର୍ତ୍ତି ନେଇ ଏକରାମ୍‌ ଖଁା କଟକ ଚାଲିଯିବାପରେ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା। ଲୁଟ ସମୟରେ ଦକ୍ଷିଣ ଦ୍ୱାର ଚୋରା କବାଟ ବାଟେ ଯାଇ ସେବକମାନେ ଗୁପ୍ତରେ ପୂଜା କରୁଥିଲେ। ମାଦଳା ପାଞ୍ଜି ମତରେ ସେତେବେଳେ ଚନ୍ଦନ ଯାତ୍ରା ବନ୍ଦ ରହିଥିଲା। ରୁକ୍ମିଣୀ ହରଣ ନୀତି ମଧ୍ୟ ହୋଇ ପାରି ନ ଥିଲା ।
ଏକାଦଶୀ ତିଥିରେ ଉଠି ନ ଥିଲା ମହାଦୀପ। ରତ୍ନସିଂହାସନ ସାମ୍ନାରେ ଦେବସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏପରି କି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧା ହେଉ ନ ଥିଲା। ଏହାସତ୍ତ୍ୱେ ନିରାଡମ୍ବର ଭାବେ ଗୋପନରେ ମହାପ୍ରଭୁଙ୍କ ସେବାପୂଜା ଅବ୍ୟାହତ ରହିଥିଲା। ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କାହାରିକୁ ମନ୍ଦିର ଭିତରକୁ ଛଡ଼ାଯାଇ ନ ଥିଲା। ୧୮ଥର ଆକ୍ରମଣ ମଧ୍ୟରୁ ଏହି ଗୋଟିଏଥର ହଠାତ୍‌ ଆକ୍ରମଣ ହେବାରୁ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ହୋଇ ନ ଥିଲା। ଏବେ ୩୨୮ବର୍ଷ ପରେ ପୁଣି ସେହିଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି
ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦିପୁରରେ ‘ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୬: ‘ଆକାଶ ନ୍ୟୁ ଜେନେରେଶନ ’ମିସାଇଲର ବ୍ୟାବହାରିକ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ମଧ୍ୟାହ୍ନରେ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ...

ଛୁଟିରେ ଡାକ୍ତର, ରୋଗୀ ଛଟପଟ

ଭଞ୍ଜନଗର,୨।୧(ଡି.ଏନ୍‌.ଏ.)- ଭଞ୍ଜନଗର ଉପଖଣ୍ଡ ହସ୍‌ପିଟାଲ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ହସ୍‌ପିଟାଲ। ଉକ୍ତ ହସପିଟାଲକୁ ଜିଲା ହସପିଟାଲ ଠାରୁ ଅଧିକ ରୋଗୀ ଦୈନନ୍ଦିନ ଆସନ୍ତି। ଚାହିଦାକୁ ଦେଖି...

ବୋଲେରୋକୁ ଧକ୍କାଦେଲା ଡମ୍ପର: ଡ୍ରାଇଭରକୁ ଅଟକ ରଖିଲେ ଗ୍ରାମବାସୀ

ଯୋଡ଼ା,୧୩।୧୨(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ବାମେବାରୀ ଥାନା ଜୁରୁଡ଼ି – ବାମେବାରୀ ୨ ନଂ. ରାଜ୍ୟ ରାଜପଥ ଜୁରୁଡି କ୍ରେଚ ହଟିଂଠାରେ ଶୁକ୍ରବାର ଅପରାହ୍ନରେ ଏକ...

ଏ ବର୍ଷ ବି ବୋଲ୍‌ବମ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ବୋଲବମ୍‌ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶନାମା...

ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ୩ ଘଣ୍ଟା ବିଳମ୍ବରେ ଆସିଲା: ଏଥିରେ ଅଛନ୍ତି ଗଞ୍ଜାମର ୧୧୮୮ ଜଣ

ଛତ୍ରପୁର,୪ା୫(ଡି.ଏନ୍‌.ଏ.) : ସୁରଟରୁ ଆଉ ଏକ ଟ୍ରେନ୍‌ ସୋମବାର ୧୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଛି। ସେଥିରେ ଗଞ୍ଜାମ ଜିଲାର ୧୧୮୮...

ଅନୁଦାନ ହାତେଇବାକୁ ଅଭିନବ ଉଦ୍ୟମ

ଭଦ୍ରକ ଅଫିସ, ୨୦।୯ – ଦୃଷ୍ଟିହୀନ, ମୁକ, ବଧିର ସ୍କୁଲରେ ସରକାରୀ ଅନୁଦାନ ହାତେଇବା ପାଇଁ ସୁସ୍ଥ ପିଲାଙ୍କୁ ରଖି ଅଭିନବ ଉପାୟରେ ଚାଲିଥିଲା ଶିକ୍ଷାନୁଷ୍ଠାନ।...

୨୮ରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ, ପ୍ରସ୍ତୁତି ଶେଷ

ରାଜନଗର, ୨୭।୧୦ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ଅଧୀନ ମହିଷାସୁର ପଞ୍ଚାୟତ ପଡ଼ିଆଠାରେ ୨୮ ତାରିଖଠାରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ...

ବଜେଟ ପ୍ରତିକ୍ରିୟା: ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ

ସବୁ ବର୍ଗର ଲୋକ ଉପକୃତ ହେବେ ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକ ବିଶେଷ...

Advertisement


Archives

Model This Week