‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ ଯାହା ହୋଇଗଲେ ବି ଅକ୍ଟୋବର ୩୧ରେ ବିନା ଡିଲ୍‌ରେ ଇୟୁଠାରୁ ଅଲଗା ହେବା ପାଇଁ ବ୍ରିଟେନ ପ୍ରସ୍ତୁତ ବୋଲି ବୁଧବାର ଚେତାବନୀ ଦେଇଛନ୍ତି। ବ୍ରେକ୍‌ଜିଟ ପାଇଁ ସେ ଉଭୟ ପକ୍ଷ ମଧ୍ୟରେ ବୁଝାମଣାର ଏକ ବିକଳ୍ପ (ଉତ୍ତର ଆୟର୍ଲାଣ୍ଡ ସୀମା କିମ୍ବା ଏହା ନିକଟରେ ସୀମା ଶୁଳ୍କ ଯାଞ୍ଚ ପାଇଁ ଅନୁମତି ଦିଆ ନ ଯିବା) ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆୟର୍ଲାଣ୍ଡ ଦ୍ୱୀପର ‘ଅଲ୍‌-ଆଇଲାଣ୍ଡ ରେଗୁଲେଟୋରି ଜୋନ୍‌’ ଏକକ ବଜାର ପାଇଁ ଇୟୁରେ ରହିବ। କିନ୍ତୁ ଏହା ଉପରେ ସୀମା ଶୁଳ୍କ ଲାଗୁ ହେବ ନାହିଁ। ଏହାର ପରିଣାମ ପାଇଁ ବ୍ରିଟେନ ପ୍ରସ୍ତୁତ ଅଛି ବୋଲି ମାଞ୍ଚେଷ୍ଟରରେ କଞ୍ଜର୍ଭେଟିଭ୍‌ ପାର୍ଟିର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ୮ କୋଟି ଲୋକ ହରାଇବେ ଚାକିରି

ବେଜିଂ,୯।୫: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବହୁ ଶିଳ୍ପ ସଂସ୍ଥା ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିବା ଦ୍ୱାରା ସ୍ଥିତି ସ୍ବାଭାବିକ ହୋଇପାରୁନି।...

୩ ସପ୍ତାହର ବନ୍ଧୁତା

ଓ୍ବାଶିଂଟନ,୩୦ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟର୍‌ରେ ଅନ୍‌ଫଲୋ କରିଛନ୍ତି। କେବଳ ବ୍ୟକ୍ତିଗତ ଭାବେ ଟ୍ରମ୍ପ୍‌ ନୁହନ୍ତି, ବରଂ ପ୍ରେସିଡେଣ୍ଟ ଅଫ୍‌...

ଆର୍ମିରେ ଭର୍ତ୍ତି ହେବା ପାଇଁ ଏହି ଦେଶରେ ଯୁବତୀଙ୍କର ହୋଇଥାଏ ଭର୍ଜିନିଟି ଟେଷ୍ଟ, ଏବେ ଆସିଲା ଏମିତି ରିପୋର୍ଟ

ଜାକର୍ତ୍ତା: ଏମିତି ଦେଶ ଅଛି, ଯେଉଁଠି ଆର୍ମିରେ ଭର୍ତ୍ତି ହେବା ପାଇଁ ଯୁବତୀମାନଙ୍କର ଭର୍ଜିନିଟି ଟେଷ୍ଟ କରାଯାଉଥିଲା। ମାତ୍ର ଏବେ ଆଉ ଏପରି କରାଯିବ ନାହିଁ...

ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା...

ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଲେ କମଲା ହାରିସ୍‌

ଓ୍ବାଶିଂଟନ,୫ା୧୨: ଭାରତୀୟ ବଂଶୋଦ୍ଭବ ଆମେରିକା ସିନେଟର କମଲା ହାରିସ୍‌ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଯାଇଛନ୍ତି। ସେ ଜୋର୍‌ଦାର ପ୍ରଚାର ଆରମ୍ଭ କରିଥିଲେ ହେଁ...

ନବମ ସ୍ଥାନକୁ ଉଠିଲା ଭାରତ

ଓ୍ବାଶିଂଟନ/ବ୍ରାଜିଲିଆ/ନୂଆଦିଲ୍ଲୀ,୨୯ା୫: ଦିନ ଗଡ଼ୁଛି, ସଂଖ୍ୟା ବଢ଼ୁଛି। ଅସମ୍ଭାଳ ହେଲାଣି କରୋନା ସ୍ଥିତି। ବିଶ୍ୱର ୨୧୩ ଦେଶରେ ଏବେ ରାଜୁତି କରୁଛି କରୋନା ଭୂତାଣୁ। ଗୋଟାଏ ପରେ...

ବିଶ୍ୱର ସବୁଠାରୁ ମହଙ୍ଗା ବର୍ଗର:ଦାମ୍‌ ଜାଣିଲେ…

କୋଭିଡ-୧୯ ମହାମାରୀ ଓ ଲକ୍‌ଡାଉନ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇଦେଇଛି। ଏଥିଯୋଗୁ ରେଷ୍ଟୁରାଣ୍ଟ ବ୍ୟବସାୟ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ବେରୋଜଗାର...

ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିଜା ଦେଲାନାହିଁ ଆମେରିକା

ଓ୍ବାଶିଂଟନ,୭।୧: ନ୍ୟୁୟର୍କରେ ଆୟୋଜିତ ୟୁନାଇଟେଡ ନେଶନସ୍‌ ସିକ୍ୟୁରିଟି କାଉନସିଲ ମିଟିଂରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥାଆନ୍ତେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌।...

Advertisement


Archives

Model This Week