Posted inଖେଳ

୩ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପରାସ୍ତ: ଅଷ୍ଟ୍ରେଲିଆର ସିରିଜ ସୁଇପ୍‌

ସିଡ୍‌ନୀ, ୬।୧ (ଏପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଟେଷ୍ଟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୭୯ ରନରେ ବୃହତ୍‌ ବିଜୟ ଲାଭ କରିଛି। ୪୧୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ସୋମବାର ୪ର୍ଥ ଦିବସରେ ମାତ୍ର ୧୩୬ ରନରେ ସୀମିତ ରହିଥିଲା। ପୂର୍ବରୁ ପର୍ଥ ଓ ମେଲବୋର୍ନ ଟେଷ୍ଟକୁ ଯଥାକ୍ରମେ ୨୯୬ ଓ ୨୪୭ ରନରେ ଜିତିଥିବା ଟିମ୍‌ ପାଇନ୍‌ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୩-୦ରେ ହାତେଇ ସିରିଜ କ୍ଲିନ୍‌ ସୁଇପ୍‌ କରିଛି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ୨ୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ଏହାର ନୈରାଶ୍ୟଜନକ ଟୁର୍‌ ଶେଷ କରିଛି। ଅପରପକ୍ଷରେ ସିରିଜ ଜିତିଥିବା ଅଷ୍ଟ୍ରେଲିଆ ଦଳ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ରେ ୧୦ ମ୍ୟାଚ୍‌ରୁ ୭ ବିଜୟ ଓ ୨ ପରାଜୟ ଓ ଗୋଟିଏ ଡ୍ର ସହ ୨୯୬ ପଏଣ୍ଟ ପାଇ ଟେବୁଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଭାରତ ୭ ମ୍ୟାଚ୍‌ରୁ ୭ ବିଜୟ ସହ ୩୬୦ ପଏଣ୍ଟ ପାଇ ପୂର୍ବବତ୍‌ ତାଲିକାର ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ ଖେଳି ୪ ପରାଜୟ ଓ ଗୋଟିଏ ବିଜୟ ସହ ୬୦ ପଏଣ୍ଟ ପାଇ ୫ମ ସ୍ଥାନ ଲାଭ କରିଛି।
ଅସମାପ୍ତ ୨ୟ ଇନିଂସ ସ୍କୋର ୪୦/୦ରୁ ଖେଳ ଆରମ୍ଭ କରି ଅଷ୍ଟ୍ରେଲିଆ ସୋମବାର ୨୧୭/୨ରେ ଇନିଂସ ଘୋଷଣା କରିଥିଲା। ଇନ୍‌ଫର୍ମ ଓପନର ଡେଭିଡ୍‌ ଓ୍ବାର୍ନର ୧୧୧ ରନ (୯ ଚୌକା)ର ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ। ଟେଷ୍ଟରେ ଏହା ତାଙ୍କର ୨୪ତମ ଶତକ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ଜୋ ବନର୍‌ସ ୪୦ ଓ ପ୍ରଥମ ଇନିଂସର ଦ୍ୱିଶତକ ହାସଲକାରୀ ମାର୍ନସ ଲାବୁସେନ ୫୯ ରନ କରିଥିଲେ। ଫଳରେ ପ୍ରଥମ ଇନିଂସରେ ୧୯୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିବା ଅଷ୍ଟ୍ରେଲିଆ ୪୧୬ ରନର କଷ୍ଟସାଧ୍ୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଥିଲା।
୪୧୬ ରନର ଲକ୍ଷ୍ୟକୁ ପିଛା କରିଥିବା କିଓ୍ବି ଦଳ ସ୍ପିନର ନାଥନ ଲିୟନଙ୍କୁ ସାମ୍ନା କରି ନ ପାରି ୪୭.୫ ଓଭରରେ ୧୩୬ ରନରେ ସମସ୍ତ ଉଇକେଟ୍‌ ହରାଇଥିଲା। ଦଳ ପକ୍ଷରୁ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୫୨, ରସ ଟେଲର ୨୨, ଉଇକେଟ୍‌କିପର ବିଜେ ଓ୍ବାଟ୍‌ଲିଂ ୧୯, ଟଡ୍‌ ଆଷ୍ଟଲ ୧୭ ରନ କରିଥିଲେ। ପ୍ରଥମ ଇନିଂସ (୫/୬୮) ଭଳି ଲିୟନ ୫୦ ରନ ବିନିମୟରେ ୫ ଉଇକେଟ୍‌ ସଫଳତା ପାଇଥିଲେ। ଫଳରେ ମ୍ୟାଚ୍‌ରେ ସେ ୧୧୮ ରନ ବ୍ୟୟରେ ମୋଟ୍‌ ୧୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଦ୍ୱିଶତକ ହାସଲକାରୀ ଲାବୁସେନ (୨୧୫)ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୪୫୪/୧୦ (ଲାବୁସେନ ୨୧୫, ନେଲ୍‌ ଓ୍ବାଗନର ୩/୬୬)।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୫୬/୧୦ (ଗ୍ଲେନ ଫିଲିପ୍ସ ୫୨, ଲିୟନ ୫/୬୮)।
ଅଷ୍ଟ୍ରେଲିଆ ୨ୟ ଇନିଂସ- ୨୧୭/୨, ଘୋଷଣା (ଓ୍ବାର୍ନର ୧୧୧*, ଲାବୁସେନ ୫୯)।
ନ୍ୟୁଜିଲାଣ୍ଡ ୨ୟ ଇନିଂସ- ୧୩୬/୧୦ (ଗ୍ରାଣ୍ଡହୋମ୍‌ ୫୨, ଟମ୍‌ ଲଥାମ ୧, ଜିତ୍‌ ରାଭାଲ ୧୨, ଲିୟନ ୫/୫୦)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?