Posted inଜାତୀୟ

୨ ମାସରେ ୬୦୦ ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ,୧୨ା୧୦: ପାକିସ୍ତାନୀ ସେନା ସୀମାରେ ୨ ମାସ ମଧ୍ୟରେ ୬୦୦ରୁ ଊର୍ଦ୍ଧ୍ୱ ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି। ସୀମା ସେପଟୁ ଗୁଳିବର୍ଷା ଓ ମୋର୍ଟାର ମାଡ଼ରୁ କ୍ଷାନ୍ତ ରହିବା ପାଇଁ ପାକିସ୍ତାନକୁ ଚେତାଇଦେଇଛି ଭାରତ। ପ୍ରତିପକ୍ଷ ସେନା ସୀମାନ୍ତବାସୀଙ୍କୁ ଟାର୍ଗେଟ କରିବା ବନ୍ଦ ନ କଲେ ପରିଣାମ ଭୋଗିବ ବୋଲି ହଟ୍‌ଲାଇନ୍‌ରେ ତାଗିଦ କରାଯାଇଛି। ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ୍‌ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ସେନା କମାଣ୍ଡରମାନଙ୍କ ସମ୍ମିଳନୀ ହେବ। ଏହାସହ ରାଓ୍ବତ୍‌ ନିୟନ୍ତ୍ରଣରେଖା (ଏଲ୍‌ଓସି) ପରିଦର୍ଶନ କରି ସୀମା ସ୍ଥିତି ସମୀକ୍ଷା କରିବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁସାରେ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଏଲ୍‌ଓସିରେ ସର୍ବାଧିକ ଉତ୍ତେଜନା ଦେଖାଦେଇଛି। ଭାରତ-ପାକିସ୍ତାନ ମଧ୍ୟରେ ଥିବା ୭୭୮ କି.ମି. ବିସ୍ତୃତ ଏଲ୍‌ଓସିରେ ଚଳିତବର୍ଷ ଶତ୍ରୁପକ୍ଷ ୨,୩୨୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିସାରିଲାଣି, ଯାହାକି ୨୦୦୩ ପରଠୁ ସର୍ବାଧିକ। ଚଳିତବର୍ଷ ୩୧ ଯବାନ ଶହୀଦ ହୋଇଥିବାବେଳେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଏଲ୍‌ଓସି ଏବଂ ଜମ୍ମୁ-କଶ୍ମୀରରେ ଅଦ୍ୟାବଧି ୧୪୭ ଆତଙ୍କବାଦୀ ନିହତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଡିଫେନ୍ସ କଲୋନୀ ସ୍କୁଲରେ ବୋମା ଆତଙ୍କ: ଇ-ମେଲରେ ଧମକ ମିଳିବା ପରେ ପହଞ୍ଚିଲା ବମ୍‌ ସ୍କ୍ବାଡ୍‌…

ନୂଆଦିଲ୍ଲୀ,୧୨।୪ : ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଦ ଇଣ୍ଡିଆନ ସ୍କୁଲରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ଅଭିଭାବକ ଏବଂ...

ମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ: ବଜେଟର ହେଉ ପୂର୍ଣ୍ଣ ବ୍ୟବହାର, ଟିମ ଭଳି କାମ କର, ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ଯୋଜନା

ନୂଆଦିଲ୍ଲୀ,୨୮ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଟିମ୍ ବା ଦଳୀୟ ଭାବନାର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ସମସ୍ତ...

ଦେଶର ୪ ରାଜ୍ୟର ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଦେଶର ୫ଟି ରାଜ୍ୟରେ ବାଦୁଡ଼ିଙ୍କଠାରେ କରୋନା ଭୂତାଣୁ ଥିବା ଭାରତୀୟ ଗବେଷକ ସୂଚନା...

ଠିକ୍‌ ସମୟରେ ପହଞ୍ଚି ନ ପାରିବାରୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୦।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବାରଥିଲା। ଘରୁ...

ବିବେକ ଜୋହ୍‌ରି ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ୍‌, ୧ା୯(ପି.ଟି.): ଆଇପିଏସ୍‌ ଅଫିସର ବିବେକ କୁମାର ଜୋହ୍‌ରି ଶନିବାର ବିଏସ୍‌ଏଫ୍‌ର ୨୫ତମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏସ୍‌ଏଫ୍‌ ମୁଖ୍ୟାଳୟଠାରେ ୧୯୮୪ ବ୍ୟାଚ୍‌...

ବନ୍ଧକ ଥିବା ସମସ୍ତ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର

ଲକ୍ଷ୍ନୌ,୩୧।୧: ଉତ୍ତରପ୍ରଦେଶର ଫରୁଖାବାଦ ଜିଲାରେ ଜଣେ ଦୁର୍ବୃତ୍ତ ପ୍ରାୟ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦିକରି ରଖିଥିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ...

ପ୍ରଥମ ପର୍ଯ୍ୟାୟରେ ୮୯ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ…

ଅହମଦାବାଦ,୧।୧୨ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୮୯ ଟି ଆସନ ପାଇଁ ମତଦାନ ଗୁରବାର ଆରମ୍ଭ ହୋଇଛି। ୧୯ ଟି ଜିଲାରେ ଥିବା...

ଫେସ୍‌ବୁକ ବନ୍ଧୁଙ୍କୁ ବିବାହ କରିବା ପାଇଁ ଶ୍ରୀଲଙ୍କାରୁ ଭାରତ ଆସିଲେ ଯୁବତୀ

ନୂଆଦିଲ୍ଲୀ,୩୦।୭: ପାକିସ୍ତାନରୁ ଭାରତ ପଳାଇଆସିଥିବା ସୀମା ହେଦର ଏବଂ ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମିନାହିଁ। ଏବେ ଜଣେ ଶ୍ରୀଲଙ୍କା...

Advertisement
Archives

Model This Week