Advertisement
Posted inଜାତୀୟ

୨ ବର୍ଷରେ ଭାଜପା ପାଇଛି ୯୧୫ କୋଟି

ନୂଆଦିଲ୍ଲୀ,୧୦ା୭ (ପି.ଟି.): ଭାଜପା ୨୦୧୬ରୁ ୨୦୧୮ ମଧ୍ୟରେ ୧୫ ଶହ ଶିଳ୍ପ ଜଗତରୁ ୯୧୫ କୋଟିରୁ ଅଧିକ ଟଙ୍କା ଚାନ୍ଦା ଆକାରରେ ପାଇଛି। ଏହି ସମୟ ମଧ୍ୟରେ କଂଗ୍ରେସକୁ ମିଳିଥିବା ଚାନ୍ଦାଠାରୁ ଏହା ୧୬ଗୁଣରୁ ଅଧିକ ବୋଲି ଜଣାପଡ଼ିଛି। ଏହି ଦୁଇବର୍ଷ ମଧ୍ୟରେ ଜାତୀୟ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ସମ୍ପର୍କରେ ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରୁ ରାଜନୈତିକ ଦଳଗୁଡ଼ିକୁ ଏହି ସମୟ ମଧ୍ୟରେ ମିଳିଥିବା ଚାନ୍ଦା ମଧ୍ୟରେ ଭାଜପାର ଅଂଶ ୯୩% ବୋଲି ଜଣାପଡ଼ିଛି।
୬ଟି ଜାତୀୟ ରାଜନୈତିକ ଦଳ ମଧ୍ୟରୁ ଭାଜପାକୁ ୧,୭୩୧ କର୍ପୋରେଟ୍‌ ୯୧୫.୫୯୬ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଥିବାବେଳେ କଂଗ୍ରେସକୁ ୧୫୧ କର୍ପୋରେଟ୍‌ ୫୫.୩୬ କୋଟି ଟଙ୍କା ଦେଇଛନ୍ତି। ସେହିଭଳି ଏନ୍‌ସିପିକୁ ୨୩ କର୍ପୋରେଟ୍‌ରୁ ୭.୭୩୭ କୋଟି ଟଙ୍କା ମିଳିଛି। ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ କର୍ପୋରେଟମାନଙ୍କଠାରୁ ସ୍ବେଚ୍ଛାକୃତ ଚାନ୍ଦା ୨୦ ହଜାର ଟଙ୍କାରୁ ଅଧିକ ଥିଲା। ଭାଜପାକୁ ୯୪% ଓ କଂଗ୍ରେସକୁ ୮୧% ମିଳିଥିଲା। କିନ୍ତୁ ୨୦୧୨-୧୩ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଭାଜପାକୁ ସର୍ବାଧିକ ୧,୬୨୧.୪୦ କୋଟି ଟଙ୍କା ଅର୍ଥାତ୍‌ ମୋଟ କର୍ପୋରେଟ୍‌ ଚାନ୍ଦାର ୮୩.୪୯% ମିଳିଥିଲା।
ରିପୋର୍ଟ ମୁତାବକ ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ଜାତୀୟ ଦଳଗୁଡ଼ିକୁ କର୍ପୋରେଟ ଚାନ୍ଦା ପରିମାଣ ୧୬୦% ବଢ଼ିଛି। ସେହିଭଳି ୨୦୧୨-୧୩ରୁ ୨୦୧୭-୧୮ ମଧ୍ୟରେ ଏହି ଚାନ୍ଦା ପରିମାଣ ୪୧୪% ବୃଦ୍ଧିପାଇଛି। କିନ୍ତୁ ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ଦଳଗୁଡ଼ିକୁ ସେଭଳି କର୍ପୋରେଟ୍‌ ଚାନ୍ଦା ମିଳିପାରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୬-୧୭ରୁ ୨୦୧୭-୧୮ ମଧ୍ୟରେ ଜାତୀୟ ଦଳକୁ କର୍ପୋରେଟ୍‌ ଚାନ୍ଦା ୨୫.୦୭% କମିଥିବା ଜଣାପଡ଼ିଛି। ଅନ୍ୟ ଜାତୀୟ ରାଜନୈତିକ ଦଳ ସିପିଆଇ, ସିପିଏମ୍‌, ଏଆଇଟିସିର କର୍ପୋରେଟ୍‌ ପାଣ୍ଠିକୁ ଏଡିଆର୍‌ ସ୍ଥାନ ଦେଇଛି। ସିପିଆଇକୁ ସବୁଠାରୁ କମ୍‌ ଅର୍ଥାତ୍‌ ୨% କର୍ପୋରେଟ୍‌ ଚାନ୍ଦା ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର...

ଗୁଲାମ ନବୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିଲେ ମୋଦି, କହିଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ, ୨୭।୮ : କଂଗ୍ରେସରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ।...

ଅସ୍ତ୍ର ସଂଶୋଧନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ବଣ୍ଡା,୧୬ା୧୨(ପି.ଟି.): ଅସ୍ତ୍ର(ସଂଶୋଧନ) ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଫଳରେ କୌଣସି ବ୍ୟକ୍ତି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର...

ନାବାଳିକାଙ୍କୁ ବଳାତ୍କାର କରି ଖସି ପଳାଉଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ଧରିଲା ଆର୍‌ପିଏଫ୍‌

ଲକ୍ଷ୍ନୌ,୨୫ା୯: ଉତ୍ତରପ୍ରଦେଶର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ କୋଝିକୋଡ ରେଳ ଷ୍ଟେଶନରେ ଛାଡ଼ିବା ଉଦ୍ୟମ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରାଯାଇଛି। ଜଣେ ୧୬ ବର୍ଷୀୟା...

ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍‌ ୮ଟା ୫୯ରେ...

ପଳାତକ ଚୋକ୍‌ସି ଆଣ୍ଟିଗୁଆରୁ ଫେରାର୍‌…

ନୂଆଦିଲ୍ଲୀ,୨୫।୫: କୋଟି କୋଟି ଟଙ୍କାର ବ୍ୟାଙ୍କ ଅର୍ଥ ହେର୍‌ଫେର୍‌ କରିଥିବା ପଳାତକ ଘୋଷିତ ହୋଇଥିବା ମେହୁଲ ଚୋକ୍‌ସି ଆଣ୍ଟିଗୁଆରୁ କୌଣସି ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି। ସେ...

ବିପିନ୍‌ ରାଓ୍ବତ ପ୍ରଥମ ସିଡିଏସ୍‌

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌(ସିଡିଏସ୍‌) ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତଙ୍କ ନାମ ଘୋଷଣା କରାଯାଇଛି।...

ପେଗାସସ୍‌ ଗୁପ୍ତଚରୀ ରାଷ୍ଟ୍ରବିରୋଧୀ…

ନୂଆଦିଲ୍ଲୀ,୨୮।୭: ପେଗାସସ୍‌ ଗୁପ୍ତଚରୀ ନେଇ ବିରୋଧି ଦଳଙ୍କ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ହରଡ଼ଘଣାରେ ପଡ଼ିଛନ୍ତି। କଂଗ୍ରେସ...

Advertisement
Archives

Model This Week