୨ ଆକ୍ରମଣକାରୀ ଦୋଷୀ ସାବ୍ୟସ୍ତ

ଶେରଗଡ଼,୧୭ା୭(ଡି.ଏନ.ଏ.)- ଶେରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ମାଡ଼ ମାରିବା ଓ ବ୍ଲେଡରେ ଆକ୍ରମଣ କରିବା ନେଇ ଏକ ମାମଲାଣ ଶୁଣାଣି କରି ବରମୁଣ୍ଡଳୀ ଗ୍ରାମର ଗଣେଶ ପାଢ଼ୀ, ରାମହରି ଗୌଡଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ଜାମିନରେ ଥିବାରୁ ସେମାନେ ଉପରିସ୍ଥ କୋର୍ଟରେ ଜାମିନ ଆବେଦନ କରିପାରନ୍ତି। ପ୍ରକାଶ ଯେ, ୯ା୫ା୨୦୧୪ରେ ବରମୁଣ୍ଡଳୀର ସୁରେନ୍ଦ୍ର ନାଥ ସାହୁ ବଟପଲ୍ଲୀ ସାହି ଦେଇ ସାଇକେଲରେ ଯାଉଥିବାବେଳେ ଗଣେଶ ଓ ରାମହରି ମାଡ଼ ମାରିବା ସହ ବ୍ଲେଡରେ ଆକ୍ରମଣ କରିଥିଲେ। ସୁରେନ୍ଦ୍ର ଶେରଗଡ଼ ଡାକ୍ତର ଖାନାରେ ଚିକିତ୍ସା ପରେ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ବଡ଼ଗଡ଼ ପୋଲିସ ନଂ.୬୩/୨୦୧୪ରେ ମାମଲା ରୁଜୁକରି ଜେଲ ପଠାଇଥିଲେ। ସେହି ମାମଲାର ଶୁଣାଣି କରି ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତି କରି ବିଚାରପତି ବର୍ଷେ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ସରୋଜ କୁମାର ମଲ୍ଲିକ ଓ ଏପିପି ରାଧାକୃଷ୍ଣ ଡାକୁଆ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲଙ୍କ ଆନ୍ଦୋଳନ ସ୍ଥଗିତ: ମଙ୍ଗଳବାର ଖୋଲିବ ସରକାରୀ କାର୍ଯ୍ୟାଳୟ

ବରଗଡ଼ ଅଫିସ,୧୪।୧୦: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବରଗଡ଼ ଜିଲା ଓକିଲ ସଂଘ ଚଳାଇଥିବା ଅର୍ଥନୈତିକ ଅବରୋଧ ଏବଂ...

ବନ୍ତ ତହସିଲଦାରଙ୍କ ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ/ ବନ୍ତ (ସ୍ବ.ପ୍ର), ୨୬।୫: କର୍ଫ୍ୟୁ କଟକଣା ସମୟରେ ବନ୍ତ ତହସିଲଦାର ଲୁଗା ଦୋକାନୀଙ୍କୁ ଦୋକାନ ଖୋଲାଇ ଶାଢ଼ୀ କିଣୁଥିବା ଘଟଣାରେ ମଙ୍ଗଳବାର ତଦନ୍ତ...

କରୋନା ଗୁଜବ ପ୍ରଚାରକରି ଜେଲ ଗଲେ ଯୁବକ

ତାଳଚେର,୧୮।୩(ନି.ପ୍ର.): କରୋନା ସମ୍ପର୍କରେ ମିଛ ଖବର ପ୍ରଚାରକରି ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ତାଳଚେର କଲିୟାରୀ ପୋଲିସ ମଙ୍ଗଳବାର ରାତିରେ ଗିରଫ କରି...

ଶଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

କଳିଙ୍ଗନଗର,୧୯ା୧୦(ଡି.ଏନ୍‌.ଏ.): ଦାନଗଦୀ ଫାଣ୍ଡି ଅର୍ନ୍ତଗତ ଓଳଲ ପଞ୍ଚାୟତରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଗ୍ରାମରେ ଘର ଜୋୟାଁ ରୁହୁଥିବା ଜଣେ ଯୁବକ ଶଶୁର...

CORONAVIRUS UPDATE: ଆଉ ୬ କରୋନା ପଜିଟିଭ ଚିହ୍ନଟ; ୧୬୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୪।୫(ବ୍ୟୁରୋ): ରାଜ୍ୟରେ ଆଉ ୬ କରୋନା ପଜିଟିଭ ସୋମବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ତେବେ ଏହି ୬ଜଣଙ୍କ ମଧ୍ୟରେ ଯାଜପୁରର ୪ ଜଣ ହୋଇଥିବା...

ରାଜ୍ୟରେ ଆଖି ବୁଜିଲେ ଆଉ ୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚିଛି।...

ଅସ୍ତରଙ୍ଗ ବେଳାଭୂମି ସଫେଇ କଲେ ମନ୍ତ୍ରୀ, ମାନବ ଶୃଙ୍ଖଳରେ ‘ମୋ ବିଚ୍‌’

କାକଟପୁର,୨୧ା୯(ଡି.ଏନ୍‌.ଏ.): ଶନିବାର ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ। ଏହି ଉପଲକ୍ଷେ ଅସ୍ତରଙ୍ଗ ବ୍ଲକ ଜାହାନିଆଁଠାରେ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ା, ଯୁବ ବ୍ୟାପାର, ପ୍ରଯୁକ୍ତିବିଦ୍ୟା ବିଭାଗ...

ଟ୍ରେନ୍‌ ବଗିରେ ଆଇସୋଲେଶନ ୱାର୍ଡର ପ୍ରସ୍ତୁତି

ପୁରୀ ଅଫିସ,୧୧ା୪: କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ସବୁସ୍ତରରେ ଉଦ୍ୟମ ଚାଲିଛି। ତଥାପି ଆୟତ୍ତକୁ ଆସୁନାହିଁ ବିଶ୍ୱ ମହାମାରୀ କରୋନା। ଦିନକୁ ଦିନ ଭାରତରେ...

Coronavirus Update


Archives

Model This Week

Why Dharitri