Posted inଜାତୀୟ

୨୯ ଥର ନିର୍ବାଚନ ଲଢିଥିବା ଭାଜପାର ଯୁବ ଅଧ୍ୟକ୍ଷ ଗୋଟିଏ ଥର ବି ହାରିନାହାଁନ୍ତି

ନୂଆଦିଲ୍ଲୀ,୨୭।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ୫୦ ବର୍ଷ ବୟସରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳି ଥିବାରୁ ତାଙ୍କୁ ସବୁଠାରୁ ଯୁବ ଅଧ୍ୟକ୍ଷ ବୋଲି କୁହାଯାଏ। କେବଳ ସେତିକି ନୁହେଁ ସେ ଭାଜପାର ପରାମର୍ଶଦାତା ଭାବେ ମଧ୍ୟ ବେଶ୍‌ ପରିଚିତ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କ ରଣନୀତି ବେଶ୍‌ ଭଲ କାମ କରିଥିବା ବେଳେ ଦଳ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛି। ୨୦୧୪ରେ ଶାହ ଉତ୍ତର ପ୍ରଦେଶରେ ସାଧାରଣ ନିର୍ବାଚନରେ ମାଟ ୮୦ ଆସନରୁ ଭାଜପାକୁ ଦେଇଥିଲେ ୭୩। ସେହିଭଳି ୨୦୧୯ରେ ମଧ୍ୟ ଦଳର ପରାମର୍ଶ ଦାତା, ପ୍ରାର୍ଥୀ ଚୟନ ଏମିତିକି ପ୍ରଚାର ଭଳି ମୁଖ୍ୟ ଦାୟିତ୍ୱ ନେଇ ଭାଜପାକୁ ବିଜୟ ଆଣି ଦେଇଥିବା କୁହାଯାଏ। ସେଥିପାଇଁ ମୋଦିଙ୍କ ପରେ ତାଙ୍କୁ ଭାଜପାର ବଡ ନେତାଭାବେ ଗ୍ରହଣ କରାଯାଏ। ୧୯୬୪ରେ ଜନ୍ମ ନେଇଥିବା ଶାହଙ୍କ ପରିବାରରେ କେହି ସକ୍ରିୟ ରାଜନୀତିରେ ନ ଥିବା ବେଳେ ମାତ୍ର ୧୪ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘରେ ଯୋଗ ଦେଇଥିଲେ। ଆଉ ୧୭ ବର୍ଷ ବୟସରେ ସେ ମୋଦିଙ୍କ ସହ ଭେଟ ହୋଇଥିଲେ। ୨୨ ବର୍ଷ ବୟସରେ ଭାଜପାରେ ସାମିଲ ହେବା ସହ ୩୫ ବର୍ଷ ବୟସରେ ମନ୍ତ୍ରୀ ଓ ୫୦ ବର୍ଷରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିଲେ। ସେ ପ୍ରଥମ ଥର ୧୯୮୮ରେ ପ୍ରାଇମେରୀ କୋଅପରେଟିଭ୍‌ ବଡି ପାଇଁ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୯ଟି ନିର୍ବାଚନ ଲଢିଥିବା ଶାହ ଗୋଟିଏ ବି ନିର୍ବାଚନରେ ହାରି ନ ଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଚିକିତ୍ସା ପାଇଁ ଗ୍ଲେନ୍‌ମାର୍କର ନାଜାଲ ସ୍ପ୍ରେ ‘ଫାବି ସ୍ପ୍ରେ’…

ନୂଆଦିଲ୍ଲୀ, ୯।୨ : କରୋନା ମହାମାରୀର ଚିକିତ୍ସା ପାଇଁ ଅନ୍ୟ ଏକ ଔଷଧ ନାଜାଲ ସ୍ପ୍ରେ ଆକାରରେ ପହଞ୍ଚିଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଏକ ନାଇଟ୍ରିକ ଅକ୍ସାଇଡ...

ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ତ୍ରିକୋଣୀୟ ହେବାରେ ଲାଗିଛି ତୈଳ ଯୁଦ୍ଧ: ଭାରତ ସହିତ ଏସିଆ ରାଷ୍ଟ୍ରସମୂହ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୮।୯: ସୌଦିର ତୈଳ ବିଶୋଧନାଗାର ଉପରେ ଇରାନ୍‌ ହୁତି ସୈନ୍ୟଙ୍କ ଡ୍ରୋନ୍‌ ଆକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏହାଯୋଗୁ ଇରାନ୍‌-ସୌଦି ସମ୍ପର୍କରେ...

ଡେଲ୍‌ଟାକୁ ଟପିବ ଓମିକ୍ରନ୍‌ ସଂକ୍ରମଣ

ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍‌-୧୯ର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି...

କରୋନା ମୁକାବିଲା ଲାଗି ଚାଇନାକୁ ବ୍ରିଟିଶ ଅର୍ଥନୀତିଜ୍ଞଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ଭାଇରସ ଭାରତରେ ଆରମ୍ଭ ହୋଇ ନ ଥିବାରୁ ବ୍ରିଟିଶ ଅର୍ଥନୀତିଜ୍ଞ ଜିମ୍‌ ଓ ନିଲ୍‌ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଭାରତର ବ୍ୟବସ୍ଥାକୁ...

ଧମକ ଦେଲା ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌…

ଶ୍ରୀନଗର,୨୭।୧୦: ଆତଙ୍କବାଦୀ ସଂଗଠନ ୟୁଏଲ୍‌ଏଫ୍‌ ପକ୍ଷରୁ ଜମ୍ମୁ-କଶ୍ମୀରର ବାସିନ୍ଦା ନ ଥିବା ଲୋକଙ୍କୁ ଧମକ ଦିଆଯାଇଛିି। ୟୁଏଲ୍‌ଏଫ୍‌ କହିଛି ଯେ, ଅଣ-କଶ୍ମୀର ବାସିନ୍ଦା ଶୀଘ୍ର ରବିବାର...

ଭାଜପାକୁ ଭୋଟ ଦେବାରୁ ଘରୁ ତଡି ଦେଲେ ସ୍ବାମୀ

ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଭାଜପାକୁ ଭୋଟ ଦେବାରୁ ତାଙ୍କ ସ୍ବାମୀ ଘରୁ ତଡି ଦେଇଥିବା ଜଣେ ମହିଳା ଅଭିଯୋଗ...

ଗୁଣ୍ଡାମାନେ ଗେରୁଆ ବସ୍ତ୍ର ପିନ୍ଧିଲେ ତାଙ୍କୁ ସଂନ୍ଥ କୁହାଯିବନି: ଭୁପେଶ ବଘେଲ

ରାୟପୁର,୨୮ ।୧୨: ଛତିଶଗଡ଼ର ରାଜଧାନୀ ରାୟପୁରରେ ନିକଟରେ କରାଯାଇଥିବା ଧର୍ମ ସଂସଦରେ ଧର୍ମଗୁରୁ କାଳିଚରଣ ମହାରାଜ ମହାତ୍ମା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ ।...

Advertisement
Archives

Model This Week