୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା

ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି। ବୁଧବାର ଆର.ଉଦୟଗିରି ଥାନା ନୂଆଗଡ ବ୍ଲକର ଅନୁଗୁରୁ ଗ୍ରାମ ନିକଟରେ ଥିବା ଏକ ପାହାଡ ଉପରେ ୧୨ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ୨୪ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଚଢାଉରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ପାଣିଗ୍ରାହୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମାହାନ୍ତି, ଥାନା ଅଧିକାରୀଣି ମମତା ନାୟକ, ଅବକାରୀ ଓଆଇସି ଜି. ସୁରିବାବୁ ଓ ରାଜସ୍ବ ଓ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ରଥରେ ବିଜେ ହେଲା ଆଜ୍ଞାମାନ

ପୁରୀ ଅଫିସ, ୨୨।୬: ମଙ୍ଗଳବାର ରଥଯାତ୍ରା। ଗୋଟିଏପଟେ ସୁପ୍ରିମକୋର୍ଟରେ ରଥଯାତ୍ରାକୁ ନେଇ ଜଣିକିଆ ଖଣ୍ଡପୀଠରେ ଶୁଣାଣି ଚାଲିଥିବା ବେଳେ ଅନ୍ୟପଟେ ତିନି ରଥକୁ ଆଜ୍ଞାମାଳ ବିଜେ...

ଗଞ୍ଜାମରେ ଆରମ୍ଭ ହେଲା ଐତିହାସିକ ପବିତ୍ର ଚନ୍ଦନଯାତ୍ରା

ଗଞ୍ଜାମ,୪।୫(ଡି.ଏନ୍‌.ଏ.): ଗଞ୍ଜାମରେ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟା ଅବସରରେ ଶ୍ରୀମଦନ ମୋହନ ଗୋପାଳ ସ୍ବାମୀଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯିବା...

ବରଗଡ଼ରେ ଗର୍ଭବତୀ ମହିଳାଙ୍କ ସମେତ ୧୬ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଲା

ବରଗଡ଼ ଅଫିସ,୧୪ା୬: ବରଗଡ଼ ଜିଲାରେ ରବିବାର ପୁଣି ୧୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭେଡେନ୍‌ ବ୍ଲକ ରୁଷୁଡା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମସି)ର...

ପୁରୁଷୋତ୍ତମପୁର ଏନ୍‌ଏସିର ଏହି ୭ ୱାର୍ଡରେ ୧୪୪ ଧାରା ଜାରି

ପୁରୁଷୋତ୍ତମପୁର,୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ପୁରୁଷୋତ୍ତମପୁର ଏନଏସି୍‌ର ୱାର୍ଡ ନଂ.୧ କନକାସାହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି....

ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଲାଣି ଶ୍ରୀମନ୍ଦିର

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନାକୁ ନେଇ ଏବେ ସବୁଆଡେ ଆତଙ୍କ। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢ଼େଇ କରୁଛି। ଭାରତ ବି ଏଦିଗରେ...

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଅବକାରୀ କାର୍ଯ୍ୟାଳୟ

ଖଣ୍ଡପଡ଼ା,୩୦ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ସହରର ୧୨ ନଂ ୱାର୍ଡ ଚିନିକଳ ସାହିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଅବକାରୀ ବିଭାଗର ନୂତନ କାର୍ଯ୍ୟାଳୟଟି ନିର୍ମାଣ କରାଯାଇଥିଲା। ତେବେ ସମ୍ପ୍ରତି ଏହା...

‘ପରୀକୁ ବଳି ଦିଆଯାଇଥିବା ସନ୍ଦେହ’

ନୟାଗଡ଼ ଅଫିସ,୪ା୧୨:ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁରହିଛି। ଏପରିସ୍ଥଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ...

ଇଛାମୃତ୍ୟୁ ନିବେଦନ ସତ୍ତ୍ୱେ ମିଳୁନି ରାଜେଶଙ୍କୁ ସହାୟତା

କେନ୍ଦୁଝର, ୪ା୨ (ସ୍ବ.ପ୍ର./ଡି.ଏନ.ଏ.)-ଘଟଗାଁ ବ୍ଲକ ଉପରଡିହା ଗ୍ରାମର ରାଜେଶ କୁମାର ବେହେରା (୨୪) ଦୁସାଧ୍ୟ ଉଇଲସନ ରୋଗରେ ପିଡିତ ଅଛନ୍ତି। ମା’ବାପା ଚିକିତ୍ସା କରି ବହୁ...

Advertisement
Archives

Model This Week