୨୪ ଘଣ୍ଟାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ):   ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର ଏବଂ କେନ୍ଦୁଝର ଜିଲାର ଅଳ୍ପ କେତେକ ସ୍ଥାନରେ ଏବଂ ନୂଆପଡା, ବଲାଙ୍ଗୀର, ବରଗଡ, ସୋନପୁର, ଅନୁଗୋଳ, ଦେବଗଡ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କନ୍ଧମାଳ ଏବଂ ବୌଦ୍ଧ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ୧୬ ତାରିଖରେ ମଧ୍ୟ ୧୯ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ପରଠାରୁ ରାଜ୍ୟରେ ତାତିର ପ୍ରକୋପ ବଢିବ। କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ତାତି ମଧ୍ୟ ବୃଦ୍ଧି ପାଇଲାଣି। ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ୩୭, ବଲାଙ୍ଗୀର ୩୬, ମାଲକାନଗିରି ୩୫.୮, ଭୁବନେଶ୍ୱର ୩୫.୪, ଅନୁଗୋଳ ୩୫.୯ ଏବଂ ରାୟଗଡାରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜମହଲ ଓଭରବ୍ରିଜରେ ଦୁର୍ଘଟଣା: କାର୍‌ ଧକ୍କାରେ ବିଏମ୍‌ସି ଇନ୍ସପେକ୍ଟର ମୃତ

ଭୁବନେଶ୍ୱର ୩୧ା୧୦ ( ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଓଭରବ୍ରିଜ ଉପରେ ରବିବାର ରାତି ପ୍ରାୟ ୧୨ଟା ୩୦ରେ ଏକ ଦୁର୍ଘଟଣା ଘଟିଛି। ଏଜି...

ଶୁକ୍ରବାର ଓଡ଼ିଶା ଆସିବେ ଗିରିରାଜ, ବାବୁଲ ସୁପ୍ରିୟୋ

ଭୁବନେଶ୍ୱର,୯।୧(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର...

ମାର୍କେଟ ବିଲ୍ଡିଂ ଖୋଲିବା ବାଟ ଫିଟୁନି

ଭୁବନେଶ୍ୱର, ୨।୮ (ବ୍ୟୁରୋ):ମାର୍କେଟ ବିଲ୍ଡିଂରେ କିଏ ବସିବ, କିଏ ଉଠିବ ତାକୁ ନେଇ ଚାଲିଛି ଟଣାଓଟରା। ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀ ମଧ୍ୟରେ ବିବାଦ...

ଭୁବନେଶ୍ୱରରେ ଗଡ଼ିବନି ରଥ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)- କରୋନା ପାଇଁ ଭୁବନେଶ୍ୱରରେ ଏଥର ଗଡ଼ିବନି ରଥ। ମାଉସୀ ଘର ଯିବେନି ଠାକୁର। ମନ୍ଦିର ପରିସରରେ ଅସ୍ଥାୟୀ ଜନ୍ମବେଦୀ କରାଯାଇ ସମସ୍ତ ନୀତିକାନ୍ତି ସମ୍ପନ୍ନ...

ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବଢ଼ିଲା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବଢ଼ାଇଛନ୍ତି ସରକାର। ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗ୍ରାଣ୍ଟ-ଇନ୍‌-ଏଡ ବୃଦ୍ଧି ଉପରେ ମଞ୍ଜୁରୀ ମିଳିଛି। ଅନୁଦାନପ୍ରାପ୍ତ...

ବୁଧବାର ଓଡିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବୁଧବାର ୩ ଦିନିଆ ଓଡ଼ିଶା ଆସିବେ। ତେବେ କାଲି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହେବା ନେଇ...

୨୩ରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ...

ପେଟ୍‌ କୋକ୍‌ ବ୍ୟବହାର ବନ୍ଦ କର: ଏନ୍‌ଜିଟି ନିର୍ଦ୍ଦେଶ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଶିଳ୍ପଗୁଡ଼ିକରେ ଜାଳେଣି ଭାବେ ବ୍ୟବହୃତ ହେଉଥିବା ପେଟ୍‌କୋକ୍‌ ଏବଂ ଫର୍ନେସ ଅଏଲ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହା କେବଳ ପରିବେଶ ନୁହେଁ, ମନୁଷ୍ୟ...

Advertisement
Archives

Model This Week