୨୪ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି

ଢେଙ୍କାନାଳ ଅଫିସ,୨୨ା୧୦

ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ଭସାଣି ଉତ୍ସବ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ସୋମବାର ଅପରାହ୍ନ ୪ଟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଶାନ୍ତିଶୃଙ୍ଖଳା ଓ ପରସ୍ପର ମଧ୍ୟରେ ସହଯୋଗର ମନୋବୃତ୍ତି ରଖି ଉତ୍ସବ ଆୟୋଜନ କରିବା ସହ ଢେଙ୍କାନାଳର ଐତିହ୍ୟ, ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଶୋଭାଯାତ୍ରା ସମୟରେ ପୂଜା ଅନୁଷ୍ଠାନଗୁଡିକର କର୍ମକର୍ତ୍ତାମାନେ ମେଢ ସହ ରହିବା ପାଇଁ ସେ କହିଥିଲେ ା ବୈଠକରେ ହୋଇଥିବା ଆଲୋଚନା ମୁତାବକ, ରାତି ପ୍ରାୟ ୧୧ଟା ମଧ୍ୟରେ ମେଢଗୁଡିକୁ କାଠଶଙ୍ଖ ଏବଂ ଅନ୍ୟାନ୍ୟ ଜଳାଶୟ ଗୁଡିକରେ ବିସର୍ଜନ କରିବା ପାଇଁ ପ୍ରୟାସ କରାଯିବ। ସକାଳ ୯ଟାରେ ୧ନଂ ମେଢ ମିନାବଜାର ପୂଜା ମଣ୍ଡପଠାରେ ଭସାଣି ଶୋଭାଯାତ୍ରା ଶୁଭାରମ୍ଭ ହେବ। ସେହିପରି ଯେଉଁ ମେଢଗୁଡିକ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ହେଉନାହିଁ ସେଗୁଡିକ ସନ୍ଧ୍ୟା ୬ଟା ପୂର୍ବରୁ ବାଜିଚୌକ ପର୍ଯ୍ୟନ୍ତ ଆସି ବିସର୍ଜନ ସ୍ଥଳିକୁ ଯିବା ପାଇଁ ଆଲୋଚନା ହୋଇଥିଲା ା ଚଳିତବର୍ଷ ମିଳିତ ଭସାଣି ଶୋଭାଯାତ୍ରାରେ ପ୍ରାୟ ୨୫ ମେଢ ସାମିଲ ହେବେ। ଦିନ ୧ଟାରୁ ୨ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଅନୁଷ୍ଠିତ ହେବ। ଭସାଣିରେ ଶବ୍ଦ ପ୍ରଦୂଷଣ ରୋକାଯିବା ଉପରେ ଗୁରୁତ୍ୱ ଦିଆଯିବ। ମେଢରୁ ମେଢ ମଧ୍ୟରେ ୫୦ ଫୁଟ ଦୂରତା ରହିବ ା ପୂଜା ପ୍ରତିଷ୍ଠାନର ସଦସ୍ୟ, କର୍ମକର୍ତ୍ତାମାନେ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବେ। ଏଥିପୂର୍ବରୁ ଜଳାଶୟଗୁଡିକୁ ବିସର୍ଜନ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ପୌରସଂସ୍ଥା କର୍ତ୍ତୃପକ୍ଷ ଓ ପୂର୍ତ୍ତବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶୋଭାଯାତ୍ରା ଯିବା ବାଟରେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ବିଦ୍ୟୁତ୍‌ ତାର ମରାମତି କରାଯିବାକୁ ସେସୁ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ମିଳିତବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା, ଭସାଣି ଶୋଭାଯାତ୍ରାର କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବ ପୂଜା କମିଟି ବୈଠରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ପୂଜା ପ୍ରତିଷ୍ଠାନଗୁଡିକ ପକ୍ଷରୁ ପ୍ରଦୀପ କୁମାର ଚୌଧୁରୀ, ସୁଧାଂଶୁ କୁମାର ଦଳେଇ, ଗୋପାଳ ପାତ୍ର, ଜ୍ଞାନେନ୍ଦ୍ର ବେହେରା, ଭାବଗ୍ରାହୀ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଭସାଣି ଶୋଭାଯାତ୍ରାର ସମୟ ସାରଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ...

ବୁଲୁଛି ‘କରୋନା’ ଗାଡି

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଅମାନିଆ ଲୋକଙ୍କୁ ସଚେତନ କରିବାକୁ ପ୍ରଥମେ ଭୁବନେଶ୍ୱରରେ କରୋନା ସ୍ଥାପତ୍ୟ ନିର୍ମାଣ କରିଥିଲେ କେତେଜଣ ଶିଳ୍ପୀ। ଏବେ ରାଜଧାନୀ ରାଜରାସ୍ତାରେ ବୁଲିବୁଲି ସଚେତନ କରୁଛି...

ପ୍ରଚାର ମଇଦାନରେ ବିଜେଡି ମେୟର ପ୍ରାର୍ଥୀ

ଭୁବନେଶ୍ୱର,୮।୩(ବ୍ୟୁରୋ): ଆଗାମୀ ୨୪ ତାରିଖରେ ରାଜ୍ୟର ପୌରାଞ୍ଚଳରେ ନିର୍ବାଚନ ହେବ। ସୋମବାର ନାମାଙ୍କନର ଶେଷ ହୋଇଥିବାବେଳେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ । ୧୪ରେ ଇଚ୍ଛୁକ...

ସମସିଆ ଘେରରେ ଆଖିଦାଦର ପିୟୁପିଏସ୍‌: ସ୍କୁଲରେ ଶିକ୍ଷକ ମର୍‌ଡ଼ିକେ ପଢ଼ାକୁଠି ଅଭାବ୍‌

ବିନିକା, ୨୪।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଆଏଜ୍‌କେ ୮ ବଛର ହେଲା ଅବେବସ୍‌ତା ଘେରରେ ରହିଛେ।...

ରାଜ୍ୟର ୩୪୩୯୪ ସ୍କୁଲରେ ନାହିଁ ଶୌଚାଳୟ

ଭୁବନେଶ୍ୱର, ୨୭ା୨ (ବ୍ୟୁରୋ): ରାଜ୍ୟରେ ଶିକ୍ଷାର ଉନ୍ନତି ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ରରେ ତାହା ପ୍ରତିଫଳିତ ହେଉନାହିଁ।...

ଚଢ଼ାଉ ସତ୍ତ୍ୱେ ଚାଲିଛି ଖଣିଜ ସମ୍ପଦ ଲୁଟ୍‌

ଖୋର୍ଦ୍ଧା ଅଫିସ,୧୬ା୫: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ଚାଲିଛି। ଦୈନିକ ଶହ ଶହ ଟ୍ରକରେ ମୋରମ, ବାଲି, କଳାମୁଗୁନି ପଥର, ବଉଳାମାଳା (ମନ୍ଦିର...

ଖବରକାଗଜରେ ଲୋକଙ୍କ କଥା ଉପସ୍ଥାପନ କରୁଥିଲେ ଗାନ୍ଧିଜୀ

ଢେଙ୍କାନାଳ ଅଫିସ,୩୧ା୧- ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଗୁରୁବାର ‘ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାମ ଉନ୍ମୋଚିତ...

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିନାକୀ: ମୁଖ୍ୟମନ୍ତ୍ରୀଙ୍କ ୨୧ ଲୋକ ସଭା ଜିତିବା ପ୍ରଶ୍ନର ଉତ୍ତରରେ କହିଲେ ଶାହଙ୍କୁ ୧୨୦+ ମିଶନ ନେଇ ପ୍ରଥମେ ପ୍ରଶ୍ନ କରାଯାଉ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୁରୀ ଜିଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟି ଭାଜପା ହାତକୁ ଯାଇଛି। ପୁରୀ ଓ ବ୍ରହ୍ମଗିରି ବିଧାନସଭା...

Advertisement
Archives

Model This Week