Posted inଜାତୀୟ

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’ ନାମକ ଭେଣ୍ଡି କିସମ ପ୍ରସ୍ତୁତ କରିଛନ୍ତି। ଏହି ଭେଣ୍ଡି ଦେଖିବାକୁ ଲାଲ୍‌ ରଙ୍ଗ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌, ଆଇରନ୍‌ ଏବଂ କ୍ୟାଲସିୟମ୍‌ ରହିଛି। ଏହି ଭେଣ୍ଡି କିସମ କିଲୋ ପିଛା ଶହେରୁ ୫ ଶହ ଟଙ୍କାରେ ବିକ୍ରି ରହିଛି। ତେବେ ଏହାର ବିହନ ଖୁବ୍‌ ଶୀଘ୍ର ଦେଶର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ଯୋଗାଇ ଦିଆଯିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡ. ବିଜେନ୍ଦ୍ରଙ୍କ ନେତୃତ୍ୱରେ ଏଭଳି କିସମ ଭେଣ୍ଡି ଲାଗି ୧୯୯୫-୯୬ରେ ଗବେଷଣା ଆରମ୍ଭ ହୋଇଥିଲା। ଗବେଷଣାରେ ତାଙ୍କୁ ଡ.ଏସ୍‌.କେ. ସାନଓ୍ବାଲ, ଡ. ଜି.ପି. ମିଶ୍ରା ଏବଂ ଟେକ୍ନିକାଲ ସହାୟକ ସୁଭାଷ ଚନ୍ଦ୍ର ପ୍ରମୁଖ ଆବଶ୍ୟକ ସହାୟତା କରିଥିଲେ। ଏହି ଭେଣ୍ଡି କିସମ ୧୧-୧୪ ସେମି ଲମ୍ବ ହୋଇଥିବାବେଳେ ଏହାର ଗୋଲେଇ ୧.୫-୧.୬ ସେମି ରହିଛି। ଏହି ରଙ୍ଗର ଭେଣ୍ଡି ସାଧାରଣତଃ ପାଶ୍ଚାତ୍ୟ ରାଷ୍ଟ୍ରରେ ଅଧିକ ଚାଷ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ମାସରେ ଆମେରିକା ଗସ୍ତ କରିପାରନ୍ତି ମୋଦି: ବାଇଡେନ ରାଷ୍ଟ୍ରପତି ହେବା ପରେ ଏହା ହେବ ମୋଦିଙ୍କ ସହ ପ୍ରଥମ ସାକ୍ଷାତ

ନୂଆଦିଲ୍ଲୀ,୪ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଯାଇ ପାରନ୍ତି । ସେପ୍ଟେମ୍ବର ୨୩-୨୪କୁ ତାଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା...

ଆର୍ୟନଙ୍କ ଉପରୁ ହଟିଲା ସପ୍ତାହକୁ ଥରେ ହାଜିରା କଟକଣା

ମୁମ୍ବାଇ, ୧୫।୧୨: ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜାମିନ ସର୍ତ୍ତ ଅନୁଯାୟୀ ଆଉ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଫିସରେ...

କେଜରିଓ୍ବାଲଙ୍କୁ ପାରିଲେନି ୨୦୦ରୁ ଅଧିକ ଭାଜପା ଏମ୍‌ପି: ପୁଣି ଏଏପି ହାତରେ କ୍ଷମତା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଯାଉଛି। ଭାଜପା ପ୍ରଚାର...

ଚୋକ୍‌ସିଙ୍କୁ ଭାରତ ଆଣିବା ଲାଗି କେତେ ଖର୍ଚ୍ଚ ହେବ

ନୂଆଦିଲ୍ଲୀ, ୩୧।୫: ପିଏନ୍‌ବି ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଆଣିବା ପାଇଁ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କମଲ ହାସନ

ଚେନ୍ନାଇ,୧୯।୨: ଅଭିନେତା-ରାଜନେତା କମଲ ହାସନ ତାମିଲନାଡୁର ଏରୋଡ ଇଷ୍ଟ ଆସନ ଉପନିର୍ବାଚନରେ ଶାସକ ଡିଏମକେ ନେତୃତ୍ୱରେ ସିକ୍ୟୁଲାର ପ୍ରଗତିଶୀଳ ମିଳିତ ମେଣ୍ଟ ପାଇଁ ପ୍ରଚାର କରିବେ।...

ପୂର୍ବତନ ମଣିପୁର ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା

ସିମ୍‌ଲା, ୭।୧୦: ମଣିପୁରର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପ୍ରାକ୍ତନ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ସିମ୍‌ଲାସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯...

ବିବିସି ଡକ୍ୟୁମେଣ୍ଟାରୀ ନେଇ ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ମୋଦିଙ୍କୁ ରାଜଧର୍ମ ପାଳନ କରିବାକୁ କହିଥିଲେ ବାଜପେୟୀ…

ନୂଆଦିଲ୍ଲୀ,୨୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସିର ଏକ ଡକ୍ୟୁମେଣ୍ଟାରୀକୁ ସେନ୍ସର କରିଥିବାରୁ କଂଗ୍ରେସ ଶନିବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଦଳ ପ୍ରଶ୍ନ...

ଆର୍ଯ୍ୟ ସମାଜର ବିବାହ ପ୍ରମାଣକୁ ସ୍ବୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୬: ପ୍ରେମ ବିବାହକୁ ନେଇ ଆର୍ଯ୍ୟ ସମାଜ ପକ୍ଷରୁ ଦିଆଯାଇଥିବା ପ୍ରମାଣ ପତ୍ରର ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ...

Advertisement
Archives

Model This Week