୨୦ ହଜାର ଲାଞ୍ଚ: ସହକାରୀ ନିର୍ଦ୍ଦେଶକ ଗିରଫ: ଘରୁ ବାହାରିଲା ୧୮ ଲକ୍ଷ ୩୦ ହଜାର ଟଙ୍କା

କଟକ ଅଫିସ, ୬।୧୧:ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେନାପତି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏହି ଲାଞ୍ଚ କଟକର ନିର୍ମଳ କୁମାର ଜେନା ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗ୍ରହଣ କରୁଥିଲେ। ନିର୍ମଳ ହେଉଛନ୍ତି ତାରେଣୀ ଏଣ୍ଟରପ୍ରାଇଜର୍ସର ଜଣେ ଅଂଶୀଦାର (ପାର୍ଟନର)। ଜେନାଙ୍କୁ ଅଧିକ ବହି ଛପାଇବା ନିମନ୍ତେ କାର୍ଯ୍ୟାଦେଶ ଦେବାକୁ ସେନାପତି ଏହି ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ଜେନା ୬୩୦୦ ବହି ଛପାଇବା କାର୍ଯ୍ୟାଦେଶ ପାଇଛନ୍ତି। ମଙ୍ଗଳବାର ନିଜ ଅଫିସ ଚାମ୍ବରରେ ବସି ସହକାରୀ ନିର୍ଦ୍ଦେଶକ ସେନାପତି ପୂର୍ବ ଦାବି ଅନୁଯାୟୀ ନିର୍ମଳଙ୍କଠାରୁ ୨୦ ହଜାର ଟଙ୍କା ଗ୍ରହଣ କରିଥିଲେ। ଏହି ସମୟରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ସେନାପତିଙ୍କ କଟକସ୍ଥିତ ଘର ଓ ଭୁବନେଶ୍ୱରସ୍ଥ ସରକାରୀ କ୍ବାର୍ଟର୍ସକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ତାଙ୍କ ଘରୁ ନଗଦ ୧୮ ଲକ୍ଷ ୩୦ହଜାର ଟଙ୍କା ଓ ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୫୧/୨୦୧୯ରେ ଏକ ମାମଲା ରୁଜୁ କରାଯିବା ସହ ସେନାପତିଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ମୁର୍ମୁଙ୍କ ବିଜୟ ପରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ପରିପ୍ରେକ୍ଷୀରେ...

ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୨(ବ୍ୟୁରୋ): ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ୍‌ ପଦ୍ମଭୂଷଣ ପ୍ରଫେସର ଡଃ. ତ୍ରିଲୋଚନ ପ୍ରଧାନଙ୍କର ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।...

ହତାଶାରେ ବିତୁଛି ଶିଳ୍ପୀ, ବୁଣାକାରଙ୍କ ଜୀବନ

ଭୁବନେଶ୍ୱର, ୫।୬ (ବ୍ୟୁରୋ): ଯେଉଁମାନଙ୍କ ପାଇଁ ଓଡ଼ିଶା ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପାଇଛି, ସେମାନେ ଆଜି ଦୁର୍ଦ୍ଦଶା ଓ ହତାଶାରେ ଜୀବନ ବିତାଉଛନ୍ତି। କୋଭିଡ୍‌...

ରାଶନକାର୍ଡ ଦିଆ ନ ଗଲେ ଅନଶନ

ଭଦ୍ରକ ଅଫିସ, ୧୪ା୧୦-ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରକୃତ ହତାଧିକାରୀ ବଞ୍ଚିତ ହେବା ଅଭିଯୋଗ ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି...

ଲୋକ ସଭାରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କଲେ ଓଡ଼ିଆ ଏମ୍‌ପି

ଭୁବନେଶ୍ୱର,୫।୭(ବ୍ୟୁରୋ) : ଲୋକ ସଭାରେ ଗୁରୁବାର ଏକାଧିକ ଓଡ଼ିଆ ଏମ୍‌ପି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ବିଜେଡି ଟିକେଟ୍‌ରେ ଆସ୍କାରୁ ବିଜୟୀ ହୋଇଥିବା ପ୍ରମିଳା ବିଶୋଇ...

ବୋହୂଙ୍କୁ ମାରି ପୋଡ଼ିଦେବା : ଘଟଣାରେ ୫ ଗିରଫ

ବୁଗୁଡ଼ା,୮ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ଗୌଡ଼ିଆବୋରଦା ଗ୍ରାମରେ ବୋହୂକୁ ହତ୍ୟା କରିି ପୋଡ଼ି ଦେବା ଘଟଣାରେ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ବୁଧବାର ୫ ଜଣଙ୍କୁ କୋର୍ଟଚାଲାଣ...

କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ: ୨୪ରେ ବନ୍ଦ ଡାକରା

ଝାରସୁଗୁଡା ଅଫିସ/ଲଖନପୁର,୨୩।୧୯(ଡି.ଏନ୍‌.ଏ.): କେନ୍ଦ୍ର ସରକାର କୋଲ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଭିନ୍ନ ଟ୍ରେଡ୍‌ ଯୁନିୟନ ବିରୋଧ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ...

ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ ପରିବର୍ତ୍ତନ: କୃଷିକାର୍ଯ୍ୟ ପାଇଁ କୋହଳ, ଭୁବନେଶ୍ୱର ପାଇଁ ପରବର୍ତ୍ତି ସମୟରେ ଆସିବ ସ୍ବତନ୍ତ୍ର ନିୟମ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆସନ୍ତା ୧୫ରୁ ଏପ୍ରିଲ ୩୦ ତାରିଖ ଯାଏ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ପୂର୍ବ ଭଳି ଯାନବାହାନ, ଦୋକାନବଜାର...

Advertisement
Archives

Model This Week