ଯୁକ୍ତ ୨ ପରୀକ୍ଷା କେନ୍ଦ୍ର ଚୟନରେ ଅନିୟମିତତା ପ୍ରସଙ୍ଗ: ୨୦ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ନେଇ ଗତ ୭ତାରିଖରେ ଅନୁଷ୍ଠିତ ପରୀକ୍ଷା ପରିଚାଳନା କମିଟି ବୈଠକରେ ୬ଜଣ ସଦସ୍ୟ ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ନାନା ବାଦ ବିବାଦ ଦେଖାଯିବା ପରେ ରବିବାର ପୂର୍ବରୁ ଚୂଡାନ୍ତ ହୋଇସାରିଥିବା ପରୀକ୍ଷା କେନ୍ଦ୍ର ତାଲିକାରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ଚୟନ ହୋଇଥିବା ୧୧୪୨ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ୨୦ କେନ୍ଦ୍ର ବଦଳାଯିବାକୁ ନିଷ୍ପତ୍ତି ହୋଇଥିବା ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ସୂଚନା ଦେଇଛନ୍ତି। ରବିବାର ପୂର୍ବାହ୍ନ ୧୧ଟା ସମୟରେ ବସିଥିବା ପରୀକ୍ଷା ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହାସହ ପୂର୍ବରୁ କପି ହୋଇଥିବା କଲେଜରେ ଯେପରି ପରୀକ୍ଷା କେନ୍ଦ୍ର ନ ହେବ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
କମିଟି ସଦସ୍ୟ ତଥା ବିଜେଡି ବିଧାୟକ କିଶୋର ମହାନ୍ତି କହିଛନ୍ତି ଯେ, ଯେଉଁ ପରୀକ୍ଷା କେନ୍ଦ୍ର ଚୟନ କରାଯାଇଥିଲା ସେଥିରୁ ୨୦ଟି ବଦଳାଇବାକୁ ସ୍ଥିର ହୋଇଛି। ବହୁତ ଆବାସିକ ମହାବିଦ୍ୟାଳୟକୁ ଏଥର ପରୀକ୍ଷା କେନ୍ଦ୍ର ତାଲିକାରେ ରଖାଯାଇଥିଲା। ଅପରପକ୍ଷରେ ଅନେକ ସରକାରୀ ଏବଂ ଭଲ କଲେଜକୁ ଜାଣିଶୁଣି ବାଦ୍‌ ଦିଆଯାଇଥିଲା। ଏନେଇ ଆପତ୍ତି ଉଠାଇବା ପରେ ଏଥିରେ ସଂଶୋଧନ କରିବା ପାଇଁ ସ୍ଥିର ହୋଇଛି ଏବଂ ତାଲିକା ମଧ୍ୟ ପ୍ରସ୍ତୁତ ହୋଇସାରିଛି। କପି ହେଉଥିବା କେନ୍ଦ୍ରରେ ଯେପରି ପରୀକ୍ଷା ନ ହେବ ଏବଂ ପିଲାମାନେ ଭଲରେ ପରୀକ୍ଷା ଦେଇପାରିବେ ତା’ ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ମହାନ୍ତି କହିଛନ୍ତି।
ଗତ ବୈଠକରେ କମିଟି ସଦସ୍ୟ ଅଭିଯୋଗ କରିଥିଲେ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କିଛି ଅସାଧୁ କର୍ମଚାରୀ ଟଙ୍କା ଖାଇ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି କରିଛନ୍ତି। ପରୀକ୍ଷା ପରିଚାଳନା କମିଟି ଯେଉଁ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରିଥିଲା ତାହା ପରିବର୍ତ୍ତନ କରାଯାଇ ଆଉ ଏକ ନୂଆ ତାଲିକା ପ୍ରକାଶ କରାଯାଇଥିଲା। ଯେଉଁ କଲେଜଗୁଡିକରେ ପୂର୍ବବର୍ଷ କପି ହୋଇନାହିଁ କିମ୍ବା ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯାଇନାହିଁ ସେଠାରେ ଏଥର ପରୀକ୍ଷା କେନ୍ଦ୍ର କରିବା ଲାଗି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର କମିଟି ପ୍ରସ୍ତାବକୁ ବେଖାତିର କରି ମନଇଚ୍ଛା ପୁରୁଣା ତାଲିକାକୁ ବଦଳାଇ ଦେବା ସହିତ ନୂଆ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏପରିକି କମିଟି ସଦସ୍ୟଙ୍କୁ ମଧ୍ୟ ଜଣାଇ ଦିଆଯାଇ ନ ଥିଲା ବୋଲି ଅଭିଯୋଗ ହୋଇଥିଲା। ତେଣୁ ଏହାକୁ ବିରୋଧ କରି ୪ ଅଧ୍ୟାପକଙ୍କ ସହ ଦୁଇ ବିଧାୟକ ବୈଠକ ଅଧାରୁ ଉଠିଆସିଥିଲେ। ପ୍ରକାଶ ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା କମିଟିର ୧୦ଜଣ ସଦସ୍ୟ ମଧ୍ୟରୁ ଦୁଇଜଣ ବିଧାୟକ, ୪ଜଣ କଲେଜ ଅଧ୍ୟାପକ ଏବଂ ୪ଜଣ ସରକାରୀ ଅଧିକାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୦୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୧୫୯ଜଣ, କଟକରୁ ୧୪୧,...

ସାନ ରାମଚନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷ: ପୋଲିସର ମୃଦୁ ଲାଠିଚାଳନା, ୭୦ରୁ ଉର୍ଦ୍ଧ୍ୱ ଅଟକ

ଗଞ୍ଜାମ,୨୩ା୬(ଡି.ଏନ.ଏ.)-ରମ୍ଭା ଥାନା ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ଗ୍ରାମରେ ଓଡିଆର୍‌ପି ଯୋଜନାରେ ମିଳୁଥିବା ଗୃହକୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୪ ବର୍ଷରୁ ଉର୍ଦ୍ଧ୍ୱ ହେବ ଛକାପଞ୍ଝା...

୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର,୫-୨(ବ୍ୟୁରୋ):ସହରାଞ୍ଚଳରେ ପ୍ଲାନ ବାହାରେ କୋଠାବାଡି ନିର୍ମାଣ କରିଥିବା କିମ୍ବା ଅନୁମୋଦନ ନ ନେଇ ଘର ତିଆରି କରିଥିବା ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ରାଜ୍ୟ ସରକାର ମଙ୍ଗଳବାର...

‘ଭିତ୍ତିଭୂମି ସଜାଡ଼ି ପାରିଛି ଆଇଆଇଆଇଟି’

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଆଇଟି) ଜାତୀୟସ୍ତରରେ ପ୍ରମୁଖ ଅନୁଷ୍ଠାନ ଭାବେ ଉଭା ହୋଇଛି। ୨୦୦୬ରେ ଆରମ୍ଭ...

ରାଜଧାନୀରୁ ଆଉ ୨୮୧ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୩୧୫

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ୨୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୯୨ କ୍ୱାରାଣ୍ଟାଇନରୁ ରହିଥିବା ବେଳେ ୮୯ ଲୋକାଲ କେସ୍‌ ରହିଛି।...

ଭିତରକନିକା ଆର୍ଦ୍ରଭୂମିକୁ ଉଜାଡ଼ିବ ପ୍ରଦୂଷିତ ଜଳ

କେନ୍ଦ୍ରାପଡ଼ା ଅଫିସ,୧୧ା୭: ଭିତରକନିକା ଓ ଚିଲିକା ଆର୍ଦ୍ରଭୂମିର ଜଳ ପ୍ରଦୂଷଣ ସମ୍ପର୍କରେ ଜୁନ୍‌ ୩୦ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର...

ନୂଆ ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରର ବୋଲି ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୮।୫(ବ୍ୟୁରୋ)-ରାଜ୍ୟରେ ଆଉ ୨୫ କରୋନା ପଜିଟିଭ ଶୁକ୍ରବାର ସନ୍ଧ୍ୟାରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ୨୪ଜଣ ଥିବାବେଳେ ଖୋର୍ଦ୍ଧା ଜିଲାର ଜଣେ ଥିବା ସୂଚନା...

ପୁଣି ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମୁଖ୍ୟ କାର୍ଯ୍ୟାଳୟର ଆଉ କିଛି କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ୪ କର୍ମଚାରୀ...

Advertisement
Archives

Model This Week