Posted inଖେଳ

୨୦୨୩ ମହିଳା ବିଶ୍ୱକପ୍‌ ଆୟୋଜନରୁ ଓହରିଲା ବ୍ରାଜିଲ

ସାଓ ପାଉଲୋ,୯।୬(ଏପି): ୨୦୨୩ ଫିଫା ମହିଳା ବିଶ୍ୱକପ ଆୟୋଜନରୁ ବ୍ରାଜିଲ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆୟୋଜନ ନେଇ ବ୍ରାଜିଲ ତା’ର ବିଡ୍‌ ପ୍ରତ୍ୟାହାର କରିନେଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ବ୍ରାଜିଲ ଫିଫାକୁ ଆର୍ଥିକ ଆଶ୍ୱାସନା ଦେବାକୁ ଅକ୍ଷମତା ପ୍ରକାଶ କରିଛି। ଏ ନେଇ ବ୍ରାଜିଲ ଫୁଟବଲ କନଫେଡେରେଶନ (ବିଏଫ୍‌ସି) ସୋମବାର ଏ ନେଇ ସୂଚନା ଦେଇଛି। ପୂର୍ବରୁ ଦକ୍ଷିଣ ଆମେରିକାର କୌଣସି ଦେଶ ଏହି ଟୁର୍ନାମେଣ୍ଟ ଆୟୋଜନ କରି ନାହାନ୍ତି। ତେଣୁ ବିଏଫ୍‌ସି କଲମ୍ବିଆର ବିଡ୍‌କୁ ସମର୍ଥନ କରିବ ବୋଲି କହିଛି। ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଜାପାନ ମଧ୍ୟ ବିଡ୍‌ ଦାଖଲ କରିଛି। ସେହିପରି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ବିଡ୍‌ ଦାଖଲ କରିଛନ୍ତି। ତେବେ ଜାପାନ ଓ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡର ବିଡ୍‌କୁ ବିଏଫ୍‌ସି ସମର୍ଥନ କରିବ ନାହିଁ। ଏ ନେଇ ଜୁନ୍‌ ୨୫ ତାରିଖରେ ଅନ୍ତିମ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।
କୋଭିଡ୍‌ -୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଆର୍ଥତ୍କ ବିପର୍ଯ୍ୟୟ ପାଇଁ ବ୍ରାଜିଲ ତା’ର ବିଡ୍‌ ପ୍ରତ୍ୟାହାର କରିନେଇଛି। ବ୍ରାଜିଲ ଏ ନେଇ ବଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫାକୁ ଅବଗତ କରିଛି। ଏଭଳି ପରିସ୍ଥିତିରେ ବିଶ୍ୱକପ୍‌ ଆୟୋଜନ ନେଇ ବିଡ୍‌ ଦାଖଲ କରିବା ଠିକ୍‌ ହେବ ନାହିଁ ବୋଲି ବ୍ରାଜିଲ ତରଫରୁ କୁହାଯାଇଛି। କୋଭିଡ୍‌-୧୯ କାରଣରୁ ବ୍ରାଜିଲ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ରାଜିଲ ମଧ୍ୟ ଏହି ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟର୍‌ଙ୍କୁ ହୃଦୟରୁ ପସନ୍ଦ କରୁଥିଲେ ନାନା ପାଟେକର: ଆଉଟ୍‌ ହେଲେ ଖାଉ ନ ଥିଲେ…

ମୁମ୍ବାଇ,୮।୧୦: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?