Posted inଖେଳ

୨୦୨୧ ଟୋକିଓ ଅଲିମ୍ପିକ୍ସ : ଧୈର୍ଯ୍ୟ ହରାଇ ନାହାନ୍ତି ସାନିଆ

ନୂଆଦିଲ୍ଲୀ, ୧୭।୪- ଦୀର୍ଘ ଦୁଇବର୍ଷ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟେନିସରୁ ଦୂରେଇ ରହିବାପରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତର ସାନିଆ ମିର୍ଜା। ଲକ୍ଷ୍ୟଥିଲା ଟୋକିଓ ଅଲିମ୍ପିକ୍ସ। ମାତ୍ର କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଅଲିମ୍ପିକ୍ସ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି ଏବଂ ସମ୍ପୂର୍ଣ୍ଣ କ୍ରୀଡ଼ା କ୍ୟାଲେଣ୍ଡର ପ୍ରଭାବିତ ହୋଇଛି। ଏଥିରେ ନିରାଶ ହୋଇଥିଲେ ହେଁ ଧୈର୍ଯ୍ୟ ହରାଇ ନାହାନ୍ତି ଏହି ମହିଳା ଟେନିସ ତାରକା। କ୍ରୀଡ଼ା ଜଗତ ସ୍ବାଭାବିକ ସ୍ଥିତିକୁ ଫେରିବାପରେ ସେ ପୁଣି ସଫଳ ପ୍ରତ୍ୟାବର୍ତ୍ତନ କରି ୨୦୨୧ ଅଲିମ୍ପିକ୍ସ ଖେଳିବେ ବୋଲି ଆଶା ରଖିଛନ୍ତି ।
ବିଶ୍ୱର ପୂର୍ବତନ ମହିଳା ଡବଲ୍ସ ନମ୍ବରୱାନ ୩୩ ବର୍ଷୀୟା ସାନିଆ ନିଜର ସନ୍ତାନ ଜନ୍ମ ହେତୁକ ୨ ବର୍ଷ ବ୍ରେକ୍‌ ପରେ ଚଳିତ ବର୍ଷ ପ୍ରାରମ୍ଭରେ ଟେନିସ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୟୁକ୍ରେନର ନାଦିଆ କିଚେନୋକଙ୍କୁ ସାଥିକରି ସେ ହୋବାର୍ଟ ଇଣ୍ଟରନ୍ୟାଶନାଲ ଟାଇଟଲ ମଧ୍ୟ ଜିତିଥିଲେ। ତେବେ ଗୋଡ଼ ମାଂଶପେସୀ ଟାଣି ଧରିବାରୁ ସେ ଅଷ୍ଟ୍ରେଲିଆନ ଓପନ ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ । ”ମୁଁ ୨୦୨୦ ଅଲିମ୍ପିକ୍ସ ଲକ୍ଷ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲି । ଖେଳିବାକୁ ଶତପ୍ରତିଶତ ଫିଟ୍‌ ନ ଥିଲେ ମୁଁ କେବେହେଲେ ପ୍ରତ୍ୟାବର୍ତ୍ତନ କରି ନ ଥାନ୍ତି। ଟୋକିଓ ଗେମ୍ସ ବିଳମ୍ବ ମୋ ପାଇଁ ନୈରାଶ୍ୟ ଆଣିଛି। କାରଣ ଆସନ୍ତା ବର୍ଷ ବେଳକୁ ମୋର ବୟସ ଆଉ ଏକ ବର୍ଷ ଅଧିକ ହୋଇ ଯାଇଥିବ। ଟେନିସ କୋର୍ଟରେ ଅନେକ ସମୟରେ ବୟସର ପ୍ରଭାବ ପଡ଼ିଥାଏ“ ବୋଲି ସାନିଆ କହିଛନ୍ତି। ଉଚ୍ଚ ସ୍ତରରେ ଟେନିସ ଖେଳିବା ପାଇଁ ସେପରି ଅଭ୍ୟାସ କରିବାକୁ ପଡ଼ିଥାଏ। ଏଥିପାଇଁ ସମୟ ମଧ୍ୟ ଲାଗିଥାଏ। କେତେବେଳେ ବିଜୟ ମିଳିଥାଏ ତ କେତେକେଳେ ପରାଜୟ। ମୋ ରିଦିମ୍‌ ଏବେ ପୁଣି ବାଧାପ୍ରାପ୍ତ ହୋଇଛି। ଆଗାମୀ ଦିନରେ ପୁଣି ମୂଳରୁ ଆରମ୍ଭ କରିବାକୁ ହେବ । ମୋ ମତରେ ୨୦୨୧ ଅର୍ଥ ଅନେକ ବାଟ ଯିବାକୁ ଅଛି। ଅଲିମ୍ପିକ୍ସ ଗୋଟିଏ ବର୍ଷ ବାକିଥିବାରୁ ତା’ ପୂର୍ବରୁ ମୋତେ ଯୋଜନାବଦ୍ଧଭାବେ ଖେଳିବାକୁ ପଡ଼ିବ । ତେବେ ମୁଁ ପୁଣି ସଫଳ ପ୍ରତ୍ୟାବର୍ତ୍ତନ କରିବି ଏବଂ ୨୦୨୧ ଅଲିମ୍ପିକ୍ସ ଖେଳିବାନେଇ ଆଶା ରଖିଛି“ ବୋଲି ସାନିଆ ପ୍ରକାଶ କରିଛନ୍ତି।
ଟେନିସ କୋର୍ଟକୁ ଫେରିବାକୁ ବ୍ୟଗ୍ର ଥିଲେ ହେଁ କରୋନା ଭାଇରସ ସଂକ୍ରମଣ ସଙ୍କଟ ଟଳିବା ବେଳକୁ କ୍ରୀଡ଼ା ଜଗତ ସମ୍ଭବତଃ ଭିନ୍ନ ହୋଇ ଯାଇଥିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଟେନିସ ଗୁରୁତର ପ୍ରଭାବିତ ହୋଇଛି। ଏବେ ଟିଭି ଖୋଲିଲେ କୌଣସି ଖେଳ ସିଧାପ୍ରସାରଣ ହେଉନାହିଁ। ମୋ ଜୀବନକାଳ ମଧ୍ୟରେ ପୂର୍ବରୁ ଏପରି କେବେ ହୋଇ ନ ଥିଲା। ଟିଭି ସୁଇଚ୍‌ ଅନ୍‌ କଲେ କିଛି ନା କିଛି ଖେଳର ସିଧା ପ୍ରସାରଣ ହେଉଥିଲା। ଖେଳ ଦୁନିଆ ସ୍ବାଭାବିକ ସ୍ଥିତିକୁ ଶିଘ୍ର ଫେରିିବା ସମ୍ଭାବନା ମଧ୍ୟ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯୯୨ ବିଶ୍ୱକପ୍‌ ସଫଳତା ଦୋହରାଇବ ପାକିସ୍ତାନ

ଲଣ୍ଡନ, ୮ା୬- ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ଚଳିତ ବିଶ୍ୱକପ୍‌ରେ ଆଶାନୁଯାୟୀ ଅଭିଯାନ ଆରମ୍ଭ କରିପାରି ନାହିଁ। ହେଲେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବର୍ଷା...

ପଡିଆରେ କାଟୁଥିଲେ ଘାସ, ଏବେ ଦେଶ ପାଇଁ ଖେଳିବେ ୧୦୦ତମ ଟେଷ୍ଟ

ବ୍ରିସବେନ୍‌,୧୪।୧: ଆସନ୍ତା ଜାନୁୟାରୀ ୧୫ରୁ ବ୍ରିସବେନ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର୍‌...

ରଣଜୀ ଗ୍ରାଉଣ୍ଡରେ ପଶିଲା ଶାପ

ନୂଆଦିଲ୍ଲୀ,୯।୧୨- ସୋମବାରଠାରୁ ଚଳିତ ସିଜନର ରଣଜୀ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ହିଁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।...

ମୋର୍ଗାନ ଯୁଗ ଶେଷ

ଲଣ୍ଡନ,୨୮।୬: ସମସ୍ତ ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଓନ ମୋର୍ଗାନ। ମଙ୍ଗଳବାର ସେ ସମସ୍ତ ଫର୍ମାଟରୁ...

ଲଭ ଷ୍ଟୋରୀ: କୋଚ୍‌ଙ୍କ ଝିଅକୁ ବିବାହ କରିଥିଲେ ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୭: ସୁରେଶ ରାଇନା। ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ। ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ସାଙ୍ଗକୁ ଚମତ୍କାର ଫିଲ୍ଡିଂ...

ବ୍ୟକ୍ତିଗତ ଟିପ୍ପଣୀ ଦେଇ ଷ୍ଟୋଇନିସ୍‌ ଦଣ୍ଡିତ

ସିଡନୀ,୫।୧(ଏଏଫ୍‌ପି): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ସାଥି ଖେଳାଳିଙ୍କୁ ବ୍ୟକ୍ତିଗତ ଟିପ୍ପଣୀ ଦେଇ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ବିଗ୍‌ ବାସ୍‌ ଟି୨୦ ଲିଗ୍‌ରେ ଶନିବାର...

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ...

ଜୁଲାଇରେ ଖେଳାଯିବ ୫ମ ଟେଷ୍ଟ

ମୁମ୍ବାଇ,୨୨।୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୫ମ ଟେଷ୍ଟକୁ ବାତିଲ କରାଯାଇଥିଲା। ସେହି ମ୍ୟାଚ୍‌ ଆସନ୍ତା ବର୍ଷ ଜୁଲାଇରେ ଏଜବାଷ୍ଟନଠାରେ ଖେଳାଯିବ। ଏ...

Advertisement
Archives

Model This Week