୨୦ରୁ ୫୦୦ ଟଙ୍କା

ରଜରେ ପାନର ମଜା ଯୋଗାଇ ଦେବାକୁ ପ୍ରସ୍ତୁତ ହେଲେଣି ବ୍ୟବସାୟୀ। ଶହୀଦନଗରରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍‌ ଏବଂ ସିଆରପିଏଫ୍‌ ଛକ, ବନାରସୀ ଓ ଡିଲକ୍ସ ଭଳି ପ୍ରାୟ ୨୦ରୁ ଊଦ୍ଧର୍‌ବ ଭେରାଇଟ୍‌ର ପାନ ଓ ଏହାର ଭଳିକି ଭଳି ମସଲା ଉପଲବ୍ଧ ହେଲାଣି ରାଜଧାନୀ ବଜାରରେ। ଶହୀଦନଗରଠାରେ ଥିବା ବନାରସୀ ପାନଭଣ୍ଡାର ପକ୍ଷରୁ ରଜ ଅବସରରେ ବିଭିନ୍ନ ପ୍ରକାରର ଫ୍ଲେଭର ପାନ ସହ ମିଠା ଓ ଜର୍ଦା ପାନ ଭଳି ଏକାଧିକ ରଜପାନ ବିକ୍ରିପାଇଁ ଉପଲବ୍ଧ ହେଉଛି। କଲିକତା ଓ ବାଙ୍ଗାଲୋରରୁ ସ୍ବତନ୍ତ୍ର ପାନପତ୍ର ଆସୁଛି। ଦିଲ୍‌ଖୁସ୍‌, ଦିଲ୍‌ ବାହାର୍‌, ଦିଲ୍‌ ଦିୱାନା, ଦିଲୱାଲା, ରାଜୱାଡି, ବଣ୍ଟି ବବ୍‌ଲି ପାନ୍‌, ଘୁଙ୍ଗୁରୁ, ମାୱା, ଡାଏଟ୍‌ ପାନ୍‌, ଫାୟାର୍‌ ପାନ୍‌, ଦବଙ୍ଗ ପାନ୍‌ ଭଳି ଆକର୍ଷଣୀୟ ନାମରେ ପାନ ମିଳୁଛି। ଏହାଛଡା ଫ୍ଲେଭର ପାନ ମଧ୍ୟରେ ଷ୍ଟ୍ରବେରୀ, ଚକୋଲେଟ୍‌, ପାଇନଆପଲ୍‌, ବଟରବ୍ଜ୍ରଚ୍‌, ଆପଲ, ଅରେଞ୍ଜ, ମ୍ୟାଙ୍ଗୋ, କେଶର ଏବଂ ଲିଚି ଫ୍ଲେଭରର ପାନ ଏଠାରେ ଗ୍ରାହକମାନେ ପାଇ ପାରୁଛନ୍ତି। ଯାହାର ଦାମ୍‌ ୨୦ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର୍ଯ୍ୟନ୍ତ ରହୁଛି। ଏହି ପାନରେ ସୋଲ ମିକ୍ସ, ରିମ୍‌ଝିମ୍‌, ହଲଚଲ, ସମ୍‌ ସୂପାରି, ଜିଲତାନ, ନଡିଆ ମିକ୍ସ, ଚକ୍‌ଲେଟ୍‌ ମିକ୍ସ, ଲବଙ୍ଗ ସୁପାରୀ ମିକ୍ସ, ମଧୁରୀ ପ୍ରଭୃତି ମସଲା ସହ ସଜାଇବା ପାଇଁ ଚେରୀ ବ୍ୟବହୃତ ହେଉଛି। ରାଜ୍ୟ ଓ ରାଜ୍ୟ ବାହାରୁ ଏହି ମସଲାଗୁଡିକ ଅଣାଯାଉଛି। ରଜ ପାଇଁ ସ୍ବତନ୍ତ୍ର ଗିଫ୍ଟ ପ୍ୟାକିଂ ମଧ୍ୟ ହେଉଛି। ଯାହାକୁ ଗ୍ରାହକମାନେ ପରଷ୍ପରକୁ ଉପହାର ସ୍ବରୂପ ଦେବା ପାଇଁ କିଣି ନେଉଛନ୍ତି।
ଅସମାପିକା ସାହୁ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବୁଲା କୁକୁରଙ୍କ ଗଣନା ପାଇଁ ନିୟୋଜିତ ହେବ ସଂସ୍ଥା

ଭୁବନେଶ୍ୱର, ୭।୧୨ (ବ୍ୟୁରୋ):  ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କ ଅନେକ ସମୟରେ ଅସହ୍ୟ ହୋଇପଡୁଛି। ସେମାନଙ୍କ ପାଇଁ କେତେବେଳେ ଦୁର୍ଘଟଣା ଘଟୁଛି ତ ଆଉ କେତେବେଳେ...

ଆତ୍ମହତ୍ୟା ଏଡ଼ାଇବାକୁ ସାମଗ୍ରିକ ରଣନୀତି ଆବଶ୍ୟକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ବର୍ତ୍ତମାନ ଆତ୍ମହତ୍ୟା ପ୍ରବଣତା ଦିନକୁ ଦିନ ବଢିବାରେ ଲାଗିଛି। ପାରିବାରିକ କଳହ, ପ୍ରେମ ପ୍ରତାରଣା, ଅର୍ଥନୈତିକ ସମସ୍ୟା ଭଳି ଅନ୍ୟାନ୍ୟ କାରଣ ପାଇଁ ସେଲିବ୍ରିଟି...

ଦୁଇଭାଗ ହେବ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ୨୦୦୮ରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବା ସମୟରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଜନସଂଖ୍ୟା ଥିଲା ୧୦ଲକ୍ଷ। ବର୍ତ୍ତମାନ ଏହା ୧୬ ଲକ୍ଷ...

ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ ଅଫିସ୍‌, ୯।୧୨:ସୋମବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଅନ୍ତରୀଣ...

ପ୍ରତିଷ୍ଠା ହେବ ୫ ନୂଆ ହସ୍ତଶିଳ୍ପ କ୍ଲଷ୍ଟର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ହସ୍ତଶିଳ୍ପ କାରିଗରମାନଙ୍କର ବିକାଶ ସହ ଓଡ଼ିଶା ହସ୍ତଶିଳ୍ପର ପ୍ରଚାର ପ୍ରସାର ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୫ରୁ ଊର୍ଦ୍ଧ୍ୱ ହ୍ୟାଣ୍ଡିକ୍ରାଫ୍ଟ କ୍ଲଷ୍ଟର୍‌। ଚଳିତବର୍ଷ ନୂତନ...

ଷ୍ଟାଡିୟମ୍‌ରୁ ଭୟଙ୍କର ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୩।୪(ବ୍ୟୁରୋ): ଛତିଶଗଡ଼ର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରୁ ସାରା ଦେଶକୁ ବ୍ୟାପିଗଲା ସଂକ୍ରମଣ, ଯାହା ଏବେ ଭୟଙ୍କର ରୂପ ନେଇଛି। ସେହିଠାରୁ...

ଜୁନ୍‌ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍‌ମାସ) ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ...

ଓଡ଼ିଶାର ଆକ୍ସନ ପ୍ଲାନ୍‌କୁ କେନ୍ଦ୍ରର ମଞ୍ଜୁରୀ

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର...

Advertisement
Archives

Model This Week