୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ

ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍‌ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ, ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିବା ଜିଲାପାଳ ଡ. ଅଜିତ କୁମାର ମିଶ୍ର କହିଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ପୂର୍ବରୁ ତ୍ରିପାକ୍ଷିକ ଚୁକ୍ତି ହୋଇଛି। ଏଠାରେ ଖ୍ରୀଷ୍ଟିୟାନ ହସ୍ପିଟାଲ ସ୍ବାସ୍ଥ୍ୟସେବା ଯୋଗାଇବ। କରୋନା ସନ୍ଦେହ ଓ କରୋନା ପଜିଟିଭଙ୍କୁ ଏଠାରେ ଚିକିତ୍ସା କରାଯିବ। କ୍ୱାରାରଣ୍ଟାଇନ ସେଣ୍ଟର ସହ ଆଇସୋଲେଶନ ୱାର୍ଡ, ଲାବ୍‌, ଭେଣ୍ଟିଲେଟର ଆଦି ସୁବିଧା ଏଠାରେ ରହିଛି। ଖ୍ରୀଷ୍ଟିୟାନ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ସମେତ ୧୦ ଜଣ ତାଲିମପ୍ରାପ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଏଠାରେ ନିୟୋଜିତ ହୋଇଛନ୍ତି। ନାଲ୍‌କୋ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ପାଇଁ ଅର୍ଥ ଦେବ। ଏନେଇ ଚୁକ୍ତି ମଧ୍ୟହୋଇ ସାରିଛି। ତେବେ ଜିଲାରୁ ୧୧୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୬୮ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ୪୪ ନମୁନା ପରୀକ୍ଷା ରିପୋର୍ଟ ଆସିନାହିଁ। ଏହି ରିପୋର୍ଟ ଆସିବା ପରେ ଲକ୍‌ଡାଉନ କଟକଣାରେ କିଛି କୋହଳ କରାଯିବ କି ନାହିଁ ତାହା ତାହା ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ମିଶ୍ର କହିଛନ୍ତି। ଉଦ୍‌ଘାଟନ ସମୟରେ ଏସ୍‌ପି ନୀତିନ କୁସଲକର, ଅତିରିକ୍ତ ଜିଲାପାଳ ନିମାଇ ଚରଣ ସୂତାର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ, ଥାନା ଅଧିକାରୀ ତାରିକ ଅହମ୍ମଦ, ଖ୍ରୀଷ୍ଟିୟାନ ହସ୍ପିଟାଲର ମୁଖ୍ୟ ସର୍ଜରି ବିଶେଷଜ୍ଞ ସନ୍ତୋଷ କୁମାର ନାଗ, ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ କୁମାର ପ୍ରହରାଜ, ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଚୌଧୁରୀ ଶୋଭାରାଣୀ ମିଶ୍ର, ଉପଜିଲାପାଳ ଭାସ୍କର ରଇତୋ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ଣ୍ଣାଙ୍ଗ ହୋଇପାରିଲାନି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର: ଅଧିକ ଅନୁଦାନକୁ ମନା କଲେ ସରକାର

ନୟାଗଡ଼ ଅଫିସ, ୩ା୨(ଲୋକନାଥ ମିଶ୍ର): ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବା ଅଭିଯୋଗ...

ବାରିଗାଁ-ପୁରୁଣିଆ ରାସ୍ତାରୁ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଘସିପୁରା,୩୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ-ପୁରୁଣିଆ ରାସ୍ତା ବିଲ ପାର୍ଶ୍ୱରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗୁହାଳିଆ...

ଇଟାଲୀରେ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି

ରୋମ,୧୧।୪: ଇଟାଲୀରେ କରୋନା ଭାଇରସ୍‌ ବେଲଗାମ୍‌ ହୋଇପଡ଼ିଛି। ଦିନକୁ ଦିନ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇଟାଲୀରେ ଏପର୍ଯ୍ୟନ୍ତ କରୋନାରେ...

ରାସ୍ତାପାର୍ଶ୍ୱରୁ ଗଛକଟା, ଭେଣ୍ଡିଂ ଜୋନ୍‌କୁ ନେଇ ପ୍ରଶାସନ-ଅଞ୍ଚଳବାସୀ ମୁହାଁମୁହିଁ

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ସହରାଞ୍ଚଳର ସାନବଜାର ମାଛ ମର୍କେଟଠାରେ ଚାଲିଥିବା ବେଳେ ସହରବାସୀ...

ଜଣେ ଯୁବ ସଂଗଠକଙ୍କୁ ହରାଇଲା ଭାଜପା

କୋକସରା,୨।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଭାଜପା କୋକସରା ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ବିନୋଦ ନାଏକଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ କଳାହାଣ୍ଡି...

ଏସ୍‌ପି, ତଦନ୍ତକାରୀ ଅଧିକାରୀ, ପିପି ସମ୍ବର୍ଦ୍ଧିତ

ଅନୁଗୋଳ ଅଫିସ, ୪।୮-ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱର ପୋଲିସ ଭବନ ଠାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ଅନୁଷ୍ଠିତ ‘ପରି’ କାର୍ଯ୍ୟକ୍ରମରେ ଅନୁଗୋଳ ନାବାଳିକା...

ଦିନ ଦ୍ୱିପ୍ରହରରେ ସୁନା ଦୋକାନରୁ ଲୁଟ୍‌: ଗ୍ରାହକ ଅଳଙ୍କାର ଦେଖିବା ବେଳେ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର,୧୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବଡବଜାରରେ ଥିବା ଏକ ଗହଣା ଦୋକାନରୁ ଶନିବାର ମଧ୍ୟାହ୍ନରେ ଲୁଟ୍‌ ହୋଇଛି । ଦୋକାନୀ ଜଣେ ଗ୍ରାହକଙ୍କୁ ସୁନା ଅଳଙ୍କାର...

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ:୨୪।୮: ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲୀଲତା ଦାସଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ...

Advertisement
Archives

Model This Week