୨ଥର ବିବାହ କରିଥିଲେ ରଫି

ମୁମ୍ବାଇ: ବଲିଉଡ୍‌ ଗାୟକ ମହମ୍ମଦ ରଫି ଆଜି ଆମ ଗହଣରେ ନାହାନ୍ତି ସତ। କିନ୍ତୁ ତାଙ୍କ କଣ୍ଠର ଯାଦୁଗରି ଏବେ ବି ଶ୍ରୋତାଙ୍କ ହୃଦୟରେ ଗୁଞ୍ଜରିତ ହେଉଛି। ‘ୟେ ରେଶମି ଜୁଲଫେ’, ‘କ୍ୟା ହୁଆ ତେରା ଓ୍ବାଦା’ ଭଳି ଗୀତରେ କଣ୍ଠଦାନ କରିଥିବା ମହାନ ଗାୟକ ମହମ୍ମଦ ରଫିଙ୍କର ଆଜି ଜନ୍ମଦିନ।୧୯୨୪ ଡିସେମ୍ବର ୨୪ରେ ପଞ୍ଜାବ ଅମୃତସର ନିକଟସ୍ଥ କୋଟଲା ସୁଲତାନ ସିଂହରେ ସେ ଜନ୍ମଗ୍ରହଣ କରିଥିଲେ। ନିଜ କ୍ୟାରିୟରରେ ବହୁତ ସୁପରହିଟ ଗୀତରେ କଣ୍ଠଦାନ କରିଥିବା ବେଳେ କଓ୍ବାଲି, ସୁଫି, ରୋମାଣ୍ଟିକ ଓ ଦୁଃଖଦ ଗୀତ ଗାଇ ସେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ହେଲେ ତାଙ୍କର କେତେକ ଗୀତ ପଛରେ କିଛି ରୋଚକ କାହାଣୀ ମଧ୍ୟ ରହିଛି। ଏକଦା ଗୀତ ଗାଉଥିବା ବେଳେ ତାଙ୍କର ମୁହଁରୁ ରକ୍ତ ବାହାରିଥିଲା। କୁହାଯାଏ ଫିଲ୍ମ ବେଜୁ ବାବରାର ‘ ଓ ଦୁନିଆ କେ ରଖଓ୍ବାଲେ’ ଗୀତ ଗାଇବା ପାଇଁ ରଫି ୧୫ଦିନ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। କିନ୍ତୁ ଗୀତ ଗାଇବା ସମୟରେ ତାଙ୍କର କଣ୍ଠ ପୂରା ଖରାପ୍‌ ହୋଇଯାଇଥିଲା। ସେ ଆଉ ଗୀତ ଗାଇପାରିବେନି ବୋଲି କୁହାଯାଉଥିବା ବେଳେ କିନ୍ତୁ କିଛି ବର୍ଷ ପରେ ସେ ପୁଣି ଉକ୍ତ ଗୀତକୁ ରେକର୍ଡ କରିଥିଲେ। ସେହିପରି ଫିଲ୍ମ ‘ନୀଲକମଲ’ର ସୁପରହିଟ ଗୀତ ‘ ବାବୁଲ କି ଦୁଆଁଏ ଲେତି ଯା’ର ଗୀତ ଗାଉଥିବା ସମୟରେ ସେ କାନ୍ଦିପକାଇଥିଲେ ବୋଲି ଶୁଣିବାକୁ ମିଳିଛି। କାରଣ ଏହି ଗୀତର ରେକର୍ଡିଂର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ଝିଅଙ୍କର ନିର୍ବନ୍ଧ କରିଥିଲେ। ଏହି ଗୀତରେ ଭାବୁକ ହୋଇପଡ଼ି ସେ କାନ୍ଦି ପକାଇଥିଲେ। ପରେ ଏହି ଗୀତକୁ ଜାତୀୟ ପୁରସ୍କାର ମିଳିଥିଲା। ତେବେ ରଫିଙ୍କର ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ଦୁଇଟି ବିବାହ କରିଥିଲେ। ସେ ନିଜର ପ୍ରଥମ ବିବାହ ସମସ୍ତଙ୍କଠାରୁ ଲୁଚାଇ ରଖିଥିବା ବେଳେ ଏହି କଥା କେବଳ ଘରଲୋକ ଜାଣିଥିଲେ। ଏହି କଥା କେବେ ବି ବାହାରକୁ ଆସି ନ ଥା’ନ୍ତା, ଯଦି ତାଙ୍କ ବୋହୂ ୟାସ୍ମୀନ ଖାଲିଦଙ୍କ ଏକ ବହିରେ ଏନେଇ ଉଲ୍ଲେଖ ହୋଇ ନ ଥା’ନ୍ତା। ତାଙ୍କର ପ୍ରକାଶିତ ଏକ ବହି ‘ମହମ୍ମଦ ରଫି ମେରେ ଅବ୍ବା’.. ରେ ରଫିଙ୍କର ପ୍ରଥମ ବିବାହ ବିଷୟରେ ଲେଖାହୋଇଥିଲା। ୧୩ବର୍ଷ ବୟସରେ ସେ ତାଙ୍କ କକାଙ୍କ ଝିଅ ବଶୀରନ୍‌ ବେଗମଙ୍କୁ ପ୍ରଥମ ବିବାହ କରିଥିଲେ। କିନ୍ତୁ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା। ଏହାପରେ ୨୦ବର୍ଷ ବୟସରେ ରଫି ଦ୍ୱିତୀୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri