୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି ୨ଟି ବୁଥ୍‌ରେ ସାନି ମତଦାନ ହେଉଛି। ସୁନ୍ଦରଗଡ଼ ରଙ୍ଗାଢିପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୨୧୩ ନଂ ମତଦାନ କେନ୍ଦ୍ରରେ ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ୨୬  ପ୍ରତିଶତ ମତଦାନ ହୋଇଥିଲା । ଏହି ମତଦାନ କେନ୍ଦ୍ରରେ ୯୫୭ ଜଣ ମତଦାତା ରହିଛନ୍ତି । ସେହିପରି ବଣାଇଁ ବିଧାନସଭା ନିର୍ବାଚନମଣ୍ଡଳୀର ୧୨୯ନଂ ବୁଥରେ ମଧ୍ୟ ସାନି ମତଦାନ ହେଉଛି । ଏଠାରେ ୯୪୧ଜଣ ଭୋଟର ରହିଛନ୍ତି। ଉଭୟ ବୁଥ୍‌ରେ ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଥିବାବେଳେ ମହିଳା ଓ ପୁରୁଷମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ରଙ୍ଗାଢିପା ବୁଥ୍‌ ଭିତରକୁ ବାରମ୍ବାର ଦଳୀୟ ପ୍ରାର୍ଥୀମାନେ ଯିବାଆସିବା କରିବା ଓ ବୁଥ୍‌ ସମ୍ମୁଖରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ନେତାମାନେ ଭୋଟରଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଖୋଲାଖୋଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ କିଛି ସମୟ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ରୁ ଜାତୀୟ ନାଟ୍ୟ ମହୋତ୍ସବ

ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆସନ୍ତା ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଆୟୋଜିତ ହେବ ଜାତୀୟ...

୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା...

ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ...

ଧୂଳିରେ ଅତିଷ୍ଠ ସହରବାସୀ

ସମ୍ବଲପୁର,୨୬।୧୧(ଭବାନୀ ଶଙ୍କର ଭୋଇ)ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତାକାର୍ଯ୍ୟ ଦୀର୍ଘଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରି...

ସମ୍ବଲପୁର-ବନାରସ ଟ୍ରେନ୍‌ ବିଶାଖାପାଟଣାକୁ ସମ୍ପ୍ରସାରିତ

ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର):କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଅର୍ଘ୍ୟ ଅର୍ପଣ

ସମ୍ବଲପୁର,୧୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଛଟ୍‌ପର୍ବ ପାଳନ କରାଯାଇଛି। ରବିବାର ସମ୍ବଲପୁର ସହରର ବିଭିନ୍ନ ନଦୀ ଘାଟ ସମେତ ବିଭିନ୍ନ...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଜମନକିରା,୧୯।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସରଡ଼ା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି।...

ଜଙ୍ଗଲରୁ ମିଳିଲା ଦନ୍ତା ହାତୀର ମୃତଦେହ

ନାକଟିଦେଉଳ, ୧୯।୧୧(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ସାଲେଭଟା ପଞ୍ଚାୟତ କୁନ୍ଦେଇଜୁରୀ ଗ୍ରାମ ନିକଟ ଜଙ୍ଗଲରେ ରବିବାର ଏକ ଦନ୍ତାହାତୀର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri