Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ: ପଞ୍ଚମ ଟାଇଟଲ ଲକ୍ଷ୍ୟରେ ଭାରତ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଓ ବାଂଲାଦେଶ ରବିବାର ପରସ୍ପରକୁ ଭେଟିବେ। ସ୍ଥାନୀୟ ସେନଓ୍ବେଜ୍‌ ପାର୍କ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ପ୍ରିୟମ ଗର୍ଗଙ୍କ ନେତୃତ୍ୱାଧୀନ ଭାରତ ହଟ୍‌ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବାଂଲାଦେଶ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଟାଇଟଲ ମୁକାବିଲାରେ ଏଥର ଦକ୍ଷିଣ ଏସିଆର ଦୁଇଟି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ।
ଭାରତ କ୍ୱାର୍ଟର ଓ ସେମିଫାଇନାଲରେ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ପୂର୍ବରୁ ଭାରତ ସର୍ବାଧିକ ୪ଥର ଟାଇଟଲ ହାସଲ କରିସାରିଛି। ଅପରପକ୍ଷରେ ବାଂଲାଦେଶ ପ୍ରଥମଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିଲେ ମଧ୍ୟ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ବାଂଲାଦେଶ ମଧ୍ୟ କ୍ୱାର୍ଟର ଓ ସେମିଫାଇନାଲରେ ଯଥାକ୍ରମେ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି।
ଗତ ୨୦୧୮ ସଂସ୍କରଣରେ ପୃଥ୍ବୀ ଶ ଓ ଶୁବମନ ଗିଲଙ୍କ ଭଳି ଖେଳାଳି ଦମ୍‌ଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୃଥ୍ବୀ ସିନିୟର ଦଳ ପାଇଁ ଖେଳିଛନ୍ତି ଓ ଶୁବମନ ଖେଳିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଏଥର ଓପ୍‌ନର ଯଶସ୍ବୀ ଜୈସୁଆଲ, ସ୍ପିନର ରବି ବିଷ୍ଣୋଇ ଓ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫାଇନାଲରେ ମଧ୍ୟ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ୧୯ ବର୍ଷରୁ କମ୍‌ କ୍ରିକେଟରେ ଭାରତ ଏକ ଅପ୍ରତିଦ୍ୱନ୍ଦ୍ୱୀ ଦଳ ଭାବେ ଉଭା ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତୃଣମୂଳସ୍ତରରେ କ୍ରିକେଟର ବିକାଶ ପାଇଁ ଅନ୍ୟ ବୋର୍ଡଙ୍କ ତୁଳନାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛି ଓ ଏହାର ଫଳ ଏବେ ଦେଖିବାକୁ ମିଳୁଛି।
ସେମିଫାଇନାଲରେ ଭାରତ ୧୦ ଉଇକେଟରେ ପାକିସ୍ତାନକୁ ହରାଇଥିଲା। ୨୦୦୦ରେ ଭାରତ ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏହାପରେ ଭାରତ ସପ୍ତମ ଫାଇନାଲ ଖେଳିବାକୁ ଯାଉଛି। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳ ହେଲେ ସିନିୟର କ୍ରିକେଟରେ ଜଣେ ସଫଳ ହେବ, ତାହା କହିହେବ ନାହିଁ। ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଭାରତ ଟାଇଟଲ ହାସଲ କରିଥିଲେ ମଧ୍ୟ ପରେ ସେ ସଫଳ ହୋଇପାରି ନ ଥିଲେ। ଭାରତୀୟ ଦଳରେ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ରାହୁଲ ଡ୍ରାଭିଡ୍‌ଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଭାରତୀୟ ଜୁନିୟର କ୍ରିକେଟ ଠିକ ଦିଗରେ ଅଗ୍ରସର ହେଉଛି। ଏହି ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ଦଳ ବିଶ୍ୱର ବିଭିନ୍ନ ସ୍ଥାନରେ ୩୦ଟି ମ୍ୟାଚ୍‌ ଖେଳି ତା’ର ପ୍ରସ୍ତୁତି କାର୍ଯ୍ୟକାରୀ କରିଥିଲା। ଦକ୍ଷିଣ ଆଫ୍ରିକା ପାଣିପାଗ ସହ ଖାପ ଖୁଆଇବା ପାଇଁ ଭାରତ ବିଶ୍ୱକପ୍‌ ପୂର୍ବରୁ ଏଠାରେ ଏକ ଚତୁଃରାଷ୍ଟ୍ରୀୟ ସିରିଜ ଖେଳିଥିଲା।
ଅନ୍ୟପଟେ ୨୦୧୮ରେ ବାଂଲାଦେଶ ଗତ ସଂସ୍କରଣର କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା। ଗତ ଦୁଇବର୍ଷ ହେବ ବାଂଲାଦେଶ ତାର ପ୍ରସ୍ତୁତି ନିରବଚ୍ଛିନ୍ନ ଭାବେ ଚାଲୁ ରଖିଥିଲା। ଭାରତ ଇଂଲଣ୍ଡରେ ତ୍ରିରାଷ୍ଟ୍ରୀୟ ସିରିଜ ଓ ଗତବର୍ଷ ଏସିଆ କପ୍‌ ଜିତିଥିଲେ ମଧ୍ୟ ବାଂଲାଦେଶ ଲଢୁଆ ଖେଳ ପ୍ରଦର୍ଶନ କରିଛି। ବାଂଲାଦେଶ ଏକ ଲଢୁଆ ଦଳ। ଏହି ଦଳ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି ବୋଲି ଭାରତୀୟ ଫିଲ୍ଡିଂ କୋଚ୍‌ ଅଭୟ ଶର୍ମା କହିଛନ୍ତି। ତେବେ ଅବାଞ୍ଚିତ ଚାପ ନେବାକୁ ଆମେ ଚାହୁଁନାହୁଁ ବୋଲି ବାଂଲାଦେଶ ଅଧିନାୟକ ଆକବର ଅଲି କହିଛନ୍ତି।
ଟପ୍‌ ଅର୍ଡରରେ ଜୈସୁଆଲ, ପ୍ରିୟମ ଓ ଦିବ୍ୟାଂଶ ସାକସେନା ଦାୟିତ୍ୱରେ ରହିବେ। ସୁପର ଫର୍ମରେ ଥିବା ଜୈସୁଆଲ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ୩୧୨ ରନ ସଂଗ୍ରହ କରିସାରିଲେଣି। ୫ଟି ମ୍ୟାଚ୍‌ ଖେଳି ସେ ୧୫୬ ରନ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେମିଫାଇନାଲରେ ସେ ପାକିସ୍ତାନ ବିପକ୍ଷରେ ଶତକୀୟ ପାଳି ଖେଳି ଅପରାଜିତ ରହିଥିଲେ। ଦ୍ରୁତ ବୋଲିଂରେ ସୁଶାନ୍ତ ମିଶ୍ର, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂ ନୂଆ ବଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଲେଗ୍‌ ସ୍ପିନର ରବି ବିଷ୍ଣୋଇ ମଧ୍ୟ ନିର୍ଣ୍ଣାୟକ ପ୍ରଦର୍ଶନ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୨୦୭ ରନ ସଂଗ୍ରହ କରିଥିଲା। ଚଳିତ ବିଶ୍ୱକପ୍‌ରେ ଏକମାତ୍ର ଦଳ ଭାବେ ଶ୍ରୀଲଙ୍କା ଭାରତ ବିପକ୍ଷରେ ୨୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛି। ବାଂଲାଦେଶ ତରଫରୁ ମହମୁଦୁଲ ହାସନ ଜୟ, ତାନ୍‌ଜିଦ୍‌ ହାସନ ବ୍ୟାଟିଂରେ ଓ ବାମହାତୀ ସ୍ପିନର ରାକିବୁଲ ହାସନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ବାଂଲାଦେଶ ବପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛି। ତେଣୁ ଫାଇନାଲ ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ଯଶସ୍ବୀ ଜୈସୁଆଲ, ଦିବ୍ୟାଂଶ ସାକସେନା, ତିଲକ ବର୍ମା, ଧ୍ରୁବ ଜୁରେଲ (ଉଇକେଟ କିପର), ସିଦ୍ଧେଶ ବୀର, ଅଥର୍ବ ଅଙ୍କୋଲେକର, ରବି ବିଷ୍ଣୋଇ, ସୁଶାନ୍ତ ମିଶ୍ରା, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂ, ବିଦ୍ୟାଧର ପାଟିଲ, ଶୁଭାଙ୍ଗ ହେଗ୍‌ଡେ, ଶାଶ୍ୱତ ରାଓ୍ବତ୍‌ ଓ କୁମାର କୁଶଗ୍ରା।
ବାଂଲାଦେଶ ଦଳ: ଆକବର ଅଲି (ଅଧିନାୟକ), ଅଭିଷେକ ଦାସ, ହାସନ ମୁରାଦ, ମହମୁଦୁଲ ହାସନ ଜୟ, ଏସ୍‌.ଏମ. ମେହେରୋବ, ପରଭେଜ ହୋସେନ ଇମୋନ, ପ୍ରାନ୍ତିକ ନୋରୋଜ ନାବିଲ, ରାକିବୁଲ ହାସନ, ଶାହାଦତ ହୋସେନ, ଶହିନ ଆଲମ, ସାମିମ୍‌ ହୋସେନ, ସୋରିଫୁଲ ଇସ୍‌ଲାମ, ତାନଜିଦ୍‌ ହାସନ, ତାନ୍‌ଜିମ ହାସନ ସାକିବ ଓ ତୋହ୍ବିଦ ହୃଦୟୋ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧.୩୦
ସ୍ଥାନ: ପୋଚେଫ୍ସଟ୍ରୁମ (ଦକ୍ଷିଣ ଆଫ୍ରିକା)
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବଡ଼ ହଲଚଲ: ବାଦ୍‌ ପଡ଼ିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ!

ନୂଆଦିଲ୍ଲୀ,୧୧।୧୦: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ନିଜ ବ୍ୟାଟିଂ ଫର୍ମ ପରଖିବା ସହ ମ୍ୟାଚ ଅଭ୍ୟାସ ହାସଲ କରିବା ପାଇଁ ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?