୧୯ ଦିନ ଧରି ନିଜାମୁଦ୍ଦିନ୍‌ ପାଲଟିଥିଲା କରୋନା ସଂକ୍ରମଣର କେନ୍ଦ୍ର !

ନୂଆଦିଲ୍ଲୀ,୧।୪: ନିଜାମୁଦ୍ଦିନ୍‌ର ତବଲିଗ୍‌ ଜମାତ୍‌ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜମାତ୍‌ ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ହେବାର ଯୋଜନା ଥିଲା। ତେବେ ଏଠାରେ ମାର୍ଚ୍ଚ ୧୩ଠାରୁ ଲୋକଙ୍କ ସମାବେଶ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୩ରୁ ୩୧ ପର୍ଯ୍ୟନ୍ତ ଏହା ସଂକ୍ରମଣର କେନ୍ଦ୍ର ପାଲଟି ଥିଲେ ମଧ୍ୟ କରୋନାରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅବଲମ୍ବନ କରିବା ମାର୍ଗଦର୍ଶିକା ଜାରି କରିଥିବା କେନ୍ଦ୍ର ଏବଂ ଦିଲ୍ଲୀ ରାଜ୍ୟ ସରକାର କାହିଁକି ନୀରବ ରହିଥିଲେ ସେ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ କରିଛି। ଦେଶରେ ପ୍ରତିଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ସରକାର ହାତ ବାନ୍ଧି ବସିବା ଯୁକ୍ତି ସଙ୍ଗତ ନୁହେଁ ବୋଲି କୁହାଯାଉଛି। ଦେଶ କରୋନା ଆଁରେ ଥିବାବେଳେ ଏକାଠି ଏତେ ସଂଖ୍ୟକ ପରସ୍ପରକୁ ଚିହ୍ନି ନ ଥିବା ଲୋକେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏକାଠି ରହିବା ଦ୍ୱାରା ପରିସ୍ଥିତି ସଙ୍କଟ ଜନକ ହୋଇଥିଲା। ଶେଷରେ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ନିଜାମୁଦ୍ଦିନ୍‌ରେ ଅଟକି ରହିଥିବା ୧,୫୪୮ ଲୋକଙ୍କୁ ବାହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ୧୨୦ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୪,୯୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବାସହ...

୧୦୦୦ ପୋଲିସ କର୍ମଚାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୧୦ା୧: ରାଜଧାନୀ ଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ସୋମବାର ଦିଲ୍ଲୀ ପୋଲିସର ପ୍ରାୟ ୧୦୦୦ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ପୋଲିସ...

ଭାରତରେ ବଢ଼ିଚାଲିଛି ସଂକ୍ରମଣ: ନିଜ ନାଗରିକଙ୍କୁ ଫେରାଇନେବ ଚାଇନା

ନୂଆଦିଲ୍ଲୀ,୨୫ା୫-ଭାରତ-ଚାଇନା ସୀମାରେ ଗତ କିଛିଦିନ ହେଲା ଉତ୍ତେଜନା ଲାଗି ରହିଛି। ଏହାର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଥିଲେ ହେଁ ସମାଧାନର...

କେରଳରେ ଫସିଥିବା ୪୦ ଜଣ ଭଦ୍ରକ ଫେରୁଛନ୍ତି

ଭଦ୍ରକ ଅଫିସ,୪ା୫: କେରଳରେ ଫସିଥିବା ୪୦ ଜଣ ସୋମବାର ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ଭଦ୍ରକ ଜିଲା...

ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍‌ପିଏଲ୍‌ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଆସନ୍ତା...

ଶରଣାର୍ଥୀ ଥଇଥାନକୁ ନେଇ ତ୍ରିପୁରା ଜଳୁଛି

ଅଗରତାଲା, ୨୨।୧୧: ବ୍ରୁ ଶରଣାର୍ଥୀମାନଙ୍କ ଥଇଥାନ ବିରୋଧରେ ବିକ୍ଷୋଭ ଶନିବାର ହିଂସାତ୍ମକ ରୂପ ନେଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ...

ବିଳମ୍ବ ହେଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ, ୨୭।୮(ପି.ଟି.): ଜେଇଇ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷାରେ ଅଧିକ ବିଳମ୍ବର ପରିଣାମ ଗୁରୁତର ହୋଇପାରେ ବୋଲି ଆଇଆଇଟି, ଦିଲ୍ଲୀର ନିର୍ଦ୍ଦେଶକ ଭି. ରାମଗୋପାଳ ରାଓ...

ଲାଇସେନ୍ସ ନ ଥିଲେ ମେଡିସିନ୍‌ ଦୋକାନ ବନ୍ଦ

ଅନୁଗୋଳ ଅଫିସ, ୬।୪- ଅନୁଗୋଳ ପୌରପାଳିକା ଅଧୀନରେ ଥିବା ମେଡିସିନ୍‌ ଦୋକାନ ଗୁଡ଼ିକରେ ଭିଡ଼ ବଢ଼ୁଛି। ଲୋକମାନେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଛନ୍ତି। ଯେଉଁ ମେଡିସିନ...

Advertisement


Archives

Model This Week