୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ ଧାନ ଚାଷ ଆରମ୍ଭ ହୋଇପାରୁ ନାହିଁ। ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷାରେ ଅନିୟମିତତା ଯୋଗୁ ଚଳିତ ଖରିଫ୍‌ ଋତୁରେ ଧାନଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ବ୍ଲକର ୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ ପଡ଼ିଥିବା ଜଣାଯାଇଛି।
ପ୍ରକାଶ ଯେ, ଚଳିତବର୍ଷ ବ୍ଲକରେ ମୋଟ ୨୦ ହଜାର ହେକ୍ଟର ଜମିରେ ଖରିଫ୍‌ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ଚାଷୀମାନେ ରଜ ସଂକ୍ରାନ୍ତି ପୂର୍ବରୁ ତଳିପକା ଓ ବୁଣା କାର୍ଯ୍ୟ ସାରି ଦେଇଥିଲେ। ପରେ ବର୍ଷାରେ ଧାନ ଗଜା ହୋଇ ଗଛ ଉଠିଥିଲା। କିନ୍ତୁ ଦୀର୍ଘଦିନ ଧରି ବର୍ଷା ନ ହେବା କାରଣରୁ ତଳିସବୁ ହଳଦିଆ ପଡ଼ିଗଲାଣି। ଧାନ ଗଛ ରୁଆଯିବା ପାଇଁ ହଳ ହୋଇଥିବା ଜମି ଶୁଖି ଫାଟି ଅଁା କରିଛି। ଖାଲୁଆ ଜମିରେ ନାମକୁମାତ୍ର ଧାନଚାଷ ଆରମ୍ଭ ହୋଇଛି। କେତେକ ଚାଷୀ ମଧ୍ୟ ପମ୍ପସେଟ୍‌ ଜରିଆରେ ଜଳସେଚନ କରି ଚାଷ ଆରମ୍ଭ କରିଛନ୍ତି। ଜୁଲାଇ ମାସରେ ୨୫୦ରୁ ୨୭୦ ମି.ମି. ସ୍ବାଭାବିକ ବର୍ଷା ହେବା କଥା। ମାତ୍ର ମାସ ଆରମ୍ଭରୁ ୯୦ ମି.ମି. ବର୍ଷା ହୋଇଥିବା ବେଳେ ପରେ ୩୦ ମି.ମି. ବର୍ଷା ହୋଇଛି। ଯାହା ଧାନ ଚାଷ ପାଇଁ ଆବଶ୍ୟକ କରୁଥିବା ପରିମାଣଠାରୁ ଯଥେଷ୍ଟ କମ୍‌। ଅପରପକ୍ଷେ ବ୍ଲକରେ ଥିବା ଜମି ମଧ୍ୟରୁ ୮ ହଜାର ହେକ୍ଟର ଜମି ଜଳସେଚିତ। ଦଶମୌଜା କେନାଲ, ଉଠା ଜଳସେଚନ, ରିଆନାଳ ମାଧ୍ୟମରେ ଏହିସବୁ ଜମି ଜଳସେଚିତ ହୋଇଥାଏ। ମାତ୍ର କେନାଲରେ ଟୋପାଏ ପାଣି ନ ଥିବାବେଳେ ଜଳସେଚନ ପଏଣ୍ଟ ସବୁ ଅଚଳ ହୋଇ ରହିଛି। ଫଳରେ ଜମିକୁ ଟୋପାଏ ପାଣି ଯିବା ସମ୍ଭବ ହୋଇପାରୁ ନାହିଁ। ଚଳିତବର୍ଷ ଖରିଫ୍‌ ଋତୁ ଆରମ୍ଭରୁ ଧାନଚାଷ ବାଧାପ୍ରାପ୍ତ ହୋଇଛି। ଏବର୍ଷ ଧାନ ଚାଷ ଠିକ୍‌ ଭାବେ ହୋଇ ନ ପାରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ଧୀର୍‌ ଆସନ୍ତା ସପ୍ତାହକ ମଧ୍ୟରେ ଠିକ୍‌ ପରିମାଣରେ ବର୍ଷା ନ ହେଲେ ଧାନଚାଷ ପ୍ରଭାବିତ ହୋଇ ଉତ୍ପାଦନ କମିବାର ଆଶଙ୍କା ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣପାରିଆ ଗାଁ ପୋଖରୀରେ ବିଦେଶୀ ପକ୍ଷୀ

ଖଇରା, ୨।୧(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ସୋର-କୁପାରୀ ରାସ୍ତାର ଅନତିଦୂରରେ ଥିବା ବଣପାରିଆ ପୋଖରୀକୁ ବିଦେଶୀ ପକ୍ଷୀଙ୍କ ଆଗମନ ପରିବେଶକୁ ଆକର୍ଷଣୀୟ କରିଛି । ପ୍ରତିବର୍ଷ...

ବିପର୍ଯ୍ୟସ୍ତ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ: ଝୁଡ଼ିରେ ବୁହା ହେଲେ ମହିଳା ରୋଗୀ

କେନ୍ଦୁଝର, ୩ା୭(ସ୍ବ.ପ୍ର.)-ଗମନାଗମନର ସୁବିଧା ପାଇଁ ସବୁ ଗ୍ରାମକୁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ଗ୍ରାମାଞ୍ଚଳ ରାସ୍ତା ଘାଟର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ...

ଗ୍ରାହକଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଥମିକତା

ବାଲେଶ୍ୱର ଅଫିସ, ୧୯ ।୨ ବିଦ୍ୟୁତ ଆବଣ୍ଟନର ଦାୟିତ୍ୱ ନେଇ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଉତ୍ତରଓଡ଼ିଶାରେ ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ...

ଜିଲା ମୁଖ୍ୟ ଚିକିତ୍ସାଳୟରେ ‘ମୋ ସରକାର ଟିମ୍‌’

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ଫକୀରମୋହନ ସରକାରୀ ମେଡ଼ିକାଲ କଲେଜକୁ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରେ ୩ ଜଣିଆ ମୋ ସରକାର...

୭ ଡାକ୍ତରଖାନାକୁ ୬ ଡାକ୍ତର

ବାଲିଆପାଳ,୨୮।୨(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଆପାଳ ବ୍ଲକର ୩ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବାବେଳେ ପଡ଼ୋଶୀ ଜଳେଶ୍ୱର ଏବଂ ବସ୍ତା ବ୍ଲକର...

ବେଆଇନ ମଦ ଦୋକାନ ଭାଙ୍ଗିଲେ ଅସନ୍ତୁଷ୍ଟ ମହିଳା

ଖଇରା, ୧୨।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରାଇଗଢିଆ ଗ୍ରାମରେ ଗତ ୫ବର୍ଷରୁ ଊର୍ଦ୍ଧ୍ୱ ହେଲା ବେଆଇନ ମଦ ବିକ୍ରୟ କେନ୍ଦ୍ର ଚାଲିଥିବା...

କେନାଲ, ରାସ୍ତା କାମ ନିମ୍ନମାନର ଅଭିଯୋଗ : କାର୍ଯ୍ୟ ବନ୍ଦ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ଖଇରା, ୨୦।୪(ଡି.ଏନ.ଏ.)-ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ଖଇରା ଉପଖଣ୍ଡ ଅଧୀନ ଗଡ଼ ଗ୍ରାମ ନିକଟରେ ଚାଲିଥିବା କେନାଲ ଓ ତତ୍‌ସଂଲଗ୍ନ ଆପ୍ରୋଚ ରୋଡ଼ କାର୍ଯ୍ୟ ନିମ୍ନମାନର...

ଓଡ଼ିଶା ମୁହାଁ ବିହାରୀ ମଦ ମାଫିଆ

ଭୋଗରାଇ,୨୦।୪(ଡି.ଏନ.ଏ.)-ବିହାରର ଦାଗୀ ମଦ ବେପାରୀ ଓ ମାଫିଆମାନେ ସେଠାରେ କଳା ତାଲିକାଭୁକ୍ତ ହେବା ପରେ ଏବେ ଓଡ଼ିଶା ମୁହଁା ହୋଇଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ରଥମଥର...

Advertisement
Archives

Model This Week