୧୮ ବର୍ଷରେ ଫିଲ୍ମ ମେକର – ଅନ୍ତର୍ଜାତୀୟ ସ୍ତରରେ ରାଜକିଶୋରଙ୍କ ‘ମାୟା’ ପ୍ରଶଂସିତ

ଭୁବନେଶ୍ୱର,୧୯।୪(ବ୍ୟୁରୋ)- ବୟସ ମାତ୍ର ୧୮ବର୍ଷ। ହେଲେ ପ୍ୟାଶନ ଫିଲ୍ମ ମେକିଂ। ଏତେ କମ୍‌ ବୟସରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି ଓଡ଼ିଶାର ରାଜକିଶୋର ମହାପାତ୍ର। ସମାଜ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଦେଇଛି ନୂଆ ପରିଚୟ। କେବଳ ଏତିକି ନୁହେଁ, ତାଙ୍କ ଡକ୍ୟୁମେଣ୍ଟାରୀ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହେବା ସହ ପ୍ରଶଂସିତ ମଧ୍ୟ ହୋଇଛି।

ଭୁବନେଶ୍ୱରର ଛାତ୍ର ରାଜକିଶୋର ଏକ ସାମାଜିକ କାହାଣୀକୁ ଆଧାର କରି ନିର୍ମାଣ କରିଛନ୍ତି ପ୍ରାମାଣିକ ଚଳଚ୍ଚିତ୍ର ‘ମାୟା: ଏ ଷ୍ଟେଟ୍‌ ଅଫ୍‌ ଟ୍ରାନ୍ସ’। ୨୦୧୯ ଜାନୁୟାରୀ ୭ରେ ୟୁଟ୍ୟୁବ୍‌ରେ ରିଲିଜ ହୋଇଥିବା ଏହି ଶର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ ନିକଟରେ ଆମେରିକାର ଫିଲାଡେଲ୍‌ଫିଆ ସହରରେ ଅନୁଷ୍ଠିତ ଫିଲାଡେଲ୍‌ଫିଆ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଲ୍ମର ଆଓ୍ବାର୍ଡ ପାଇଛି। ଏହାବ୍ୟତୀତ ଏହି ଫିଲ୍ମ ମୁମ୍ବାଇର ଦାଦା ସାହେବ ଫାଲ୍‌କେ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ହେବାକୁ ମଧ୍ୟ ମନୋନୀତ ହୋଇଥିଲା। ସହରାଞ୍ଚଳ ବସ୍ତିରେ ରହୁଥିବା ଶିଶୁ ଓ କିଶୋରମାନେ କିଭଳି ପରିସ୍ଥିତିରେ ଫସି ନିଶା କବଳରେ ପଡ଼ୁଛନ୍ତି ଓ ଅତି ସାଧାରଣରେ ମିଳିପାରୁଥିବା ଅଠା, ଜୋତା ପଲିସ୍‌, ନେଲ୍‌ ପଲିସ୍‌ ଭଳି ଘରୋଇ ସାମଗ୍ରୀର ଅପବ୍ୟବହାର କରୁଛନ୍ତି, ତାହା ଉପରେ ଏହି ଫିଲ୍ମ ଆଧାରିତ ହୋଇଛି। ଏହି ସମ୍ବେଦନଶୀଳ ଘଟଣା ଉପରେ ଅଧିକ ଗବେଷଣା କରିବା ସହ ରାଜକିଶୋର ଫିଲ୍ମ ତିଆରି ପାଇଁ ପ୍ରାୟ ଦେଢ଼ବର୍ଷ କାମ କରିଥିଲେ। ଆଉ ଏଥିପାଇଁ ସେ ଭୁବନେଶ୍ୱରର ବିଭିନ୍ନ ବସ୍ତିକୁ ଯାଇ ସେଠାରେ ପିଲାମାନଙ୍କ ସହିତ କଥାବାର୍ତ୍ତା ହେବା ସହ ତାଙ୍କ ପରିସ୍ଥିତି ବୁଝିବାକୁ ପ୍ରୟାସ କରିଥିଲେ। ଏହାଛଡ଼ା ମନସ୍ତତ୍ତ୍ୱବିତ୍‌ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ଡ. ସୁଶାନ୍ତ ସାହୁ, ସାମାଜିକ କର୍ମୀ ଘାସିରାମ ପଣ୍ଡା, ଡଲି ଦାସ ପ୍ରମୁଖଙ୍କଠାରୁ ଏହାର କାରଣ, ନକାରାତ୍ମକ ପ୍ରଭାବ ଓ ପ୍ରତିକାର ସମ୍ପର୍କରେ ଅବଗତ ହୋଇଥିଲେ। କେବଳ ‘ମାୟା’ ନୁହେଁ, ସେ ଅନ୍ୟ କେତେକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ଏହାସହ ଅଜିତ୍‌ ଦାସ ଓ ବିକାଶ ଚୌଧୁରୀଙ୍କ ପରି ବରିଷ୍ଠ ଅଭିନେତାଙ୍କ ସହ କାମ କରିଛନ୍ତି। ଆଗକୁ ମଧ୍ୟ ଏହିଭଳି ସାମାଜିକ ଘଟଣାବଳୀକୁ ନେଇ ଫିଲ୍ମ ତିଆରି କରିବାକୁ ରାଜକିଶୋର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଦେହରେ ନିଆଁ ଲଗାଇବା ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ସରକାର…

ଭୁବନେଶ୍ୱର,୧୯ା୭: ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେବା ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ଏକ ବଡ଼ ବୟାନ...

FM କଲେଜ ଛାତ୍ରୀ ଘଟଣାରେ ସାଙ୍ଘାତିକ ତଥ୍ୟ ଦେଲେ ନନା: କହୁକହୁ କହିଲେ ରାଜନୀତିରୁ ସନ୍ୟାସ ….

ଭୁବନେଶ୍ୱର,୧୮।୭:  FM କଲେଜ ଛାତ୍ରୀଙ୍କ  ମୃତ୍ୟୁ ଘଟଣାକୁ ରାଜନୀତି କରାଯିବା ସହ ଏହା ମଧ୍ୟ ଦିନକୁ ଦିନ ନୂଆ ମୋଡ଼ ନେଉଛି। ବର୍ତ୍ତମାନ ଆଭ୍ୟନ୍ତରୀଣ କମିଟି...

ଦାନାବାନ୍ଧୁଛି ଆଉ ଏକ ଲଘୁଚାପ: ୨୬ ଯାଏ ପ୍ରବଳ ବର୍ଷା,ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୧୮।୭(ଅନୁରାଧା ମହାରଣା)- ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନାବାନ୍ଧୁଛି। ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ରୂପ ନେଇପାରେ।...

ବାଲୁକାକଳା ଶିଖାଉଛନ୍ତି ସୁଦର୍ଶନ ପଟ୍ଟନାୟକ…ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆଡ୍‌ମିଶନ୍‌?

ଭୁବନେଶ୍ୱର,୧୮।୭: ସ୍ୟାଣ୍ଡ ଆର୍ଟ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ। ସୁଦର୍ଶନ ପଟ୍ଟନାୟକ ବାଲିରେ କଳାକୃତି କରି ଏହାକୁ ବିଶ୍ୱବ୍ୟାପୀ ପ୍ରତିଷ୍ଠା ଦେଇଛନ୍ତି। ଯଦି ଆପଣ ମଧ୍ୟ...

ଚେତିଲେ ସରକାର: ସମସ୍ତ ଶିକ୍ଷାନୁଷ୍ଠାନକୁ କଡ଼ା ନିର୍ଦ୍ଦେଶ, ମହିଳା ସହାୟତା ନଂ ୧୮୧ ତୁରନ୍ତ…

ଭୁବନେଶ୍ୱର,୧୮।୭: ବାଲେଶ୍ୱର ଜିଲା ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଚହଳ ପଡ଼ିଥିବା ବେଳେ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି।...

ବିଜେଡି-କଂଗ୍ରେସ ସମୟରେ କ’ଣ ହେଉଥିଲା ଓଡ଼ିଶାବାସୀ ଜାଣିଛନ୍ତି: ଜୟନାରାୟଣ

ଭୁବନେଶ୍ୱର,୧୯।୭: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସିଲଭର୍‌ ମେଡାଲ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା କହି...

ସୌମ୍ୟାଶୀଙ୍କ ମୃତ୍ୟୁ ଘଟଣା: ପୁଣି ବଡ଼ ଘୋଷଣା କରିଦେଲେ ଭକ୍ତ, ହେବ…

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri