Posted inଜାତୀୟ

୧୮ହଜାର ପକ୍ଷୀଙ୍କୁ ନୂଆ ଜୀବନ ଦେଲେ ସୀମା ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୨।୭: ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାରେ ଚୋରା ଚାଲାଣ ହେଉଥିବା ବିରଳ ପ୍ରଜାତିର କଇଁଛ ଓ କଙ୍କଡା ସମେତ ୧୮ହଜାରରୁ ଉର୍ଦ୍ଧ୍ୱ ପକ୍ଷୀଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ବିଏସ୍‌ଏଫ୍‌ର ସୁରକ୍ଷାକର୍ମୀ। ଏହି ସବୁ ଜୀବଙ୍କୁ ଅନ୍ତଃରାଷ୍ଟ୍ରୀୟ ବଜାରରେ ଚୋରାଚାଲଣକାରୀମାନେ ଚଢ଼ା ଦରରେ ବିକ୍ରି କରିିବା ସହ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଥିବା ଅଭିଯୋଗ ହୋଇଛି। ଦେଶର ସୀମା ସୁରକ୍ଷାର ଦାୟିତ୍ୱ ଯବାନଙ୍କ ଉପରେ ରହିଥିବା ବେଳେ ଦେଶର ବନ୍ୟପ୍ରାଣୀ ବା ଜୀବଜନ୍ତୁ ଏହି ସୁରକ୍ଷାରୁ ବାଦ୍‌ ପଡ଼ିବେ ବା କିପରି । ବିଲୁପ୍ତ ପ୍ରଜାତିର ଜୀବଜନ୍ତୁମାନେ ରାଜସ୍ତାନ, ଗୁଜରାଟ, ପଶ୍ଚିମ ବଙ୍ଗ, ଜମ୍ମୁ କଶ୍ମୀର, ମିଜୋରାମ ସମେତ ଅନ୍ୟ କିଛି ସୀମାରେ ଏମାନଙ୍କୁ ଦେଖିବାକୁ ମିଳିଥାଏ। ସୀମାରେ ଚୋରାଚାଲାଣକାରୀମାନେ ସମୁଦ୍ର ଉପକୂଳରେ ଥିବା ଦେଶରେ ପାରା, କପୋତ, ଏମୁ, କଙ୍କଡା ଓ କଇଁଛ ଆଦିଙ୍କୁ ଫଳ ବାକ୍ସ ଓ କଣା ଥିବା ଡବାରେ ଭର୍ତ୍ତି କରି ଚାଲାଣ କରିବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି। ଏମାନେ ସୀମାରେ ପ୍ରବେଶ କରିବା ଓ ବିଏସ୍‌ଏଫ୍‌ଙ୍କ ଆଖିରେ ଧୂଳି ଦେବା ଲାଗି ବନ୍ୟବିଭାଗଠାରୁ ନକଲି ଅନୁମତି ପତ୍ର ତିଆରି କରିଥାନ୍ତି। ସେହିପରି ଗତ ସପ୍ତାହରେ ବିଏସ୍‌ଏଫ୍‌ ଡିଆରଆଇ ସହ ମିଳିତ କାର୍ଯ୍ୟାନୁଷ୍ଠାନରେ ଆଇଜଲରୁ ୮ଚୋରାଚାଲାଣକରୀଙ୍କୁ ଗିରଫ କରିବା ସହ ୨୩ଟି ପାରା, ଏମୁ ଓ କପୋତକୁ ଜବତ କରାଯାଇଥିଲା। ଏମାନଙ୍କର ମୂଲ୍ୟ ପ୍ରାୟ ୨୮ଲକ୍ଷ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଯାଉ’

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା...

ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଉପହାର ଦେଇଥିବା କାର୍ଯ୍ୟକର୍ତ୍ତାଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦି

ଲକ୍ଷ୍ନୌ,୨୦।୨: ଉତ୍ତର ପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ସଭା ଚାଲିଛି। ଏହି କ୍ରମରେ ରବିବାର...

ଅଣାୟତ୍ତା ମୁହାଁ ଓମିକ୍ରନ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୭୮୧ ଛୁଇଁଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତିମଧ୍ୟରେ ଦେଶର...

କଂଗ୍ରେସ ଦଳ ମାନସିକ ବ୍ୟାଧିଗ୍ରସ୍ତ,୨୦୧୪ ପରେ ଦେଶର ରାଜନୈତିକ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ: ନଡ୍ଡା…

ଚେନ୍ନାଇ,୧୯।୩ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜେ.ପି. ନଡ୍ଡା ରବିବାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା...

ସବୁଠାରୁ ଧନୀ ଗଣେଶ

ମୁମ୍ବାଇ,୨।୯: ସମଗ୍ର ଦେଶରେ ସୋମବାର ଗଣେଶ ପୂଜା ପାଳନ କରାଯାଇଛି। ଏନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ମୁମ୍ବାଇର ବଡ଼ ପର୍ବ ଭାବେ ଜଣାଶୁଣା...

ଏଲଓସିରେ ମୁତୟନ ହେବେ ଟେରିଟୋରିଆଲ ଆର୍ମି ମହିଳା ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ…

ନୂଆଦିଲ୍ଲୀ,୭।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ଟେରିଟୋରିଆଲ ଆର୍ମି(ଟିଏ)ର ଇଞ୍ଜିନିୟର ରେଜିମେଣ୍ଟ ସହିତ ଭାରତ ପାକିସ୍ତାନର ଏଲଓସି ଗ୍ରୁପ...

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର…

ନୂଆଦିଲ୍ଲୀ,୫।୮: ଆତଙ୍କବାଦୀମାନେ ଭାରତରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ଜମ୍ମୁ ସୀମାରେ...

କ୍ୱାରାଣ୍ଟାଇନ୍‌ରେ ୧୦ ଜଣିଆ ଡବ୍ଲ୍ୟୁଏଚ୍‌ଓ ଅନୁସନ୍ଧାନକାରୀ ଟିମ୍‌

ଉହାନ,୧୪।୧: କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ସହରରେ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ୧୦ ଜଣିଆ ଅନୁସନ୍ଧାନକାରୀ ଟିମ୍‌ ପହଞ୍ଚିଛନ୍ତି। ସେମାନେ କରୋନା...

Advertisement
Archives

Model This Week