୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଅଷ୍ଟମୀ: ଅଭାବ ଅନାଟନରେ ଚେରମୂଲି ସାହାଭରସା

କୋକସରା, ୧୫ା୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି(୪୫)। ସେ ଅନେକ ବଛର ହେଲା କେହେନ୍‌ସି ଗୁଟେ ଅଜାନା ରୋଗ୍‌ରେ ଯୁଝୁଛନ୍‌। ହେଲେ ପରିବାରଟା ଅଭାବ ଅନାଟନରେ ପେସି ହେଉଥିଲାବେଲେ ଅଷ୍ଟମୀକଁର ଚିକିତ୍ସା ଚିନ୍‌ତା ସପନରେ ବି ଭାବି ନାଇଁ ପାରବାର।
ସୂଚନା ଅନ୍‌ସାରେ କୁସୁମଖୁଣ୍ଟି ଗାଁର ଚନ୍ଦ୍ରଶେଖର ମାଝି। ପରିବାର କହେଲେ ମାଏକିନା ଅଷ୍ଟମୀ, ୪ ଝି ଆର ବୁଢ଼ି ମା’କେ ନେଇ ତାକର ସଁସାର। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଫିଦିନ ଦୁଇମୁଠା ଖାଏବାର ଯୁଗାଡ଼ରେ ଲାଗି ରହୁଛନ୍‌। ଏନ୍‌ତାଥି ଅଷ୍ଟମୀ ଗଲା ୧୭ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଯୁଝୁଛନ୍‌। ଚନ୍ଦ୍ରଶେଖର ବହୁତ ବଛର ଆଗ୍‌ରୁ ତାହାକୁ ନବରଙ୍ଗପୁର ମିଶନ ଡାକ୍‌ତରଖାନାରେ ଦେଖେଇଥିଲେ। ହେଲେ ସେଠାନେ ଡାକ୍‌ତର ଅଷ୍ଟମୀକୁଁ କେହେନ୍‌ସି ବଡ଼ ଡାକ୍‌ତରଖାନାକେ ନେଇ ଚିକିସତ୍ା କରବାକେ ପରାମଶ ଦେଇଥିଲେ। ଏନ୍‌ତାଥି ଚନ୍ଦ୍ରଶେଖର ମୁହୁଁକାନ ଶୁଖେଇ ଅଷ୍ଟମୀକୁଁ ଧରି ଘରକେ ଫିରି ଆଏଲେ। ଇଆଡ଼େ ଅଭାବ ଅନାଟନ ଲାଗି ଚନ୍ଦ୍ରଶେଖର ଅଷ୍ଟମୀକୁଁ ଚିକିସତ୍ା ଲାଗି କେହେନ୍‌ସି ବଡ଼ ଡାକ୍‌ତରଖାନା ନାଇଁ ନେଇପାରଲେ। ଘରେ ରଖି ଚେରମୂଲି ଉଷୋକଷା କଲେ। ହେଲେ ଗଲା ୭ ମାସ ହେବା ଅଷ୍ଟମୀ ଅତି ଦୁରବଲ ହେଇଯିବାର ସଂଗେ ଦିହିଟା ତାକର ଶୁଖିଯାଇ ହାଡ଼କଁକାଲି ଲେଖେଁ ଦିଶୁଛେ। ଏନ୍‌ତାଥି ସେ ଠିକ୍‌ସେ ଚାଲବୁଲ କରି ନାଇଁପାରବାର। ତାକର ଦିହେ କାଣା ବେମାର ଅଛେ ବି ପରୀକ୍ଷା ନିରୀକ୍ଷା ଅଭାବୁ ଜନା ନାଇଁ ପଡ଼ବାର। ଇଆଡ଼େ ଚନ୍ଦ୍ରଶେଖର ଗଲା ବଛର ଖଁଜ୍‌ଖାପ୍‌ କରି ବଡ଼ ଝି’କେ ବିହା କରିଛନ୍‌। ହେଲେ ଏହେଦେ ବି ତାକର ଉପରେ ୩ ବଢ଼ଲା ଝି’ ଆର ବୁଢ଼ିମାର ବୋଝ୍‌ ରହିଛେ। ଏନ୍‌ତାଥି ସେ ଅଷ୍ଟମୀକଁର ଚିକିସତ୍ା କଥା ଚିନ୍‌ତା ବି କରି ନାଇଁପାରବାର। ଫିଦିନ ସଖାଲ ପାଏଲେ କୁଲି ମଜୁରି କରି ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଘରର ଏନ୍‌ତା ପରିସ୍ଥିତିରେ ୩ ଝି’ ଭିତରୁ ତୁଳସୀ ଆର ଅନା ମାଟ୍ରିକ ପାସକରି ପାଠ୍‌ପଢ଼ାରେ ଗଏଁଠ୍‌ ପକେଇଛନ୍‌। ଇଆଡ଼େ ପରିବାରକେ ମିଲୁଥିବାର ସରକାରୀ ସାହାଯ୍‌ କହେଲେ ମାସିକ ୩୦ କେ.ଜି. ଚାଉଲ ଆର ବୁଢ଼ି ମା’ ପାଉଥିବାର ୩ଶହ ଭତା ଟଁକା ସାହାଭରସା। ଏନ୍‌ତା ପରିସ୍ଥିତିରେ ଚନ୍ଦ୍ରଶେଖର ଉପେ ଶୂଇନ୍‌ ହେଇ ଗଣମାଧ୍ୟମ ଜରିଆରେ ଅଷ୍ଟମୀକଁର ଚିକିସତ୍ା ସାହାଯ୍‌ ଲାଗି ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠିକୁଁ ପଚରାଲାରୁ ଘଟନା ବାବ୍‌ଦେ ମୋର ପାସେ ଖବର ନାଇଁଥାଇ। ଅଷ୍ଟମୀକଁର ଚିକିସତ୍ା ଲାଗି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀକଁର ସଂଗେ ଆଲୋଚନା କରି ଯେନ୍‌ଟା ହେବା ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri