୧୬ ବର୍ଷୀୟ ସ୍ପର୍ଶଙ୍କ ଶରୀରରେ ୧୩୦ଟି ଫ୍ରାକ୍ଚର: ମୋଦିଙ୍କ ସାମ୍ନାରେ ଗାଇବେ ଜାତୀୟ ସଙ୍ଗୀତ

ହ୍ୟୁଷ୍ଟନ୍‌,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିଛନ୍ତି। ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ହାଓଡି ମୋଦିି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ଏହି ମେଗା ଇଭେଣ୍ଟରେ ୫୦ ହଜାରରୁ ଅଧିକ ମୂଳ ଭାରତୀୟ ବାସିନ୍ଦା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ମୂଳର ଜଣେ ୧୬ ବର୍ଷୀୟ ଛାତ୍ର ସ୍ପର୍ଶ ଶାହ ମୋଦିଙ୍କ ସାମ୍ନାରେ ଜାତୀୟ ସଙ୍ଗୀତ ପରିବେଷଣ କରିବେ। ସ୍ପର୍ଶ ଜନ୍ମରୁ ଅଷ୍ଟିଓଜେନେସିସ୍‌ ଇମ୍ପରଫେକ୍ଟା ନାମକ ଏକ ରୋଗରେ ପୀଡ଼ିତ। ଏହି କାରଣରୁ ତାଙ୍କ ଶରୀରରେ ସାମାନ୍ୟ ଆଘାତ ହେଲେ ହାଡ ଭାଙ୍ଗିଯାଏ। ତାଙ୍କ ଶରୀରରେ ଏବେ ୧୩୦ଟି ଫ୍ରାକ୍ଚର ରହିଛି। ଡାକ୍ତରଙ୍କ କହିବା ମୁତାବକ, ସ୍ପର୍ଶ ନିଜ ମା’ଙ୍କ ପେଟରେ ଥିବାବେଳେ ତାଙ୍କର ୩୫ଟି ହାଡ ଭାଙ୍ଗିଯାଇଥିଲା। ସ୍ପର୍ଶ ଜଣେ ଭଲ କଣ୍ଠଶିଳ୍ପୀ। ସେ ଆମେରିକାର ନ୍ୟୁଜର୍ସିରେ ରୁହନ୍ତି। ସ୍ପର୍ଶ ମୋଦିଙ୍କୁ ଭେଟିବାକୁ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାମାନେ ବି କରିପାରିବେ ଅନେକ ବିବାହ

ଜୋହାନ୍ସବର୍ଗ,୨୯।୬: ଦକ୍ଷିଣ ଆଫ୍ରିକା ସରକାର ନିଜର ଏକ ବିବାଦୀୟ ପ୍ରସ୍ତାବକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅନେକ ଦେଶରେ ପୁରୁଷଙ୍କର ଏକରୁ ଅଧିକ ପତ୍ନୀଙ୍କୁ ବିବାହ କରିବାର...

ବିଷାକ୍ତ ମଦ ପିଇ ଗଲା ୨୨ ଜୀବନ

ଆଙ୍କାରା,୧୭।୧୨: ତୁର୍କୀର ଇସ୍ତାନବୁଲ୍‌ରେ ବିଷାକ୍ତ ମଦ ପିଇ ୨୨ ଜଣଙ୍କ ଜୀବନ ଯାଇଛି । ଅନ୍ୟ ୧୬ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ୧୪୦ ଲକ୍ଷ ଲୋକ ପଳାୟନ କରିଛନ୍ତି

ନ୍ୟୁୟର୍କ,୩ା୧୧: ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରାୟ ୧୪୦ ଲକ୍ଷ ଲୋକଙ୍କୁ ପଳାଇବା ପାଇଁ ବାଧ୍ୟ କରିଛି। ଏହା ବିଶ୍ୱ ବ୍ୟାପୀ ଶରଣାର୍ଥୀ ଏବଂ ବିସ୍ଥାପିତଙ୍କ ସଂଖ୍ୟାକୁ ୧୦...

ରୁଷିଆରେ ଫେସ୍‌ବୁକ୍‌ ସହିତ ଆଉ କିଛି ଓ୍ବେବ୍‌ସାଇଟ୍‌ ଡାଉନ୍‌

ମସ୍କୋ,୪ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଘମାଘଟ ଯୁଦ୍ଧ ଚାଲିଛି। ଏହା ଭିତରେ ରୁଷିଆର ଅନେକ ମିଡିଆ ଓ୍ବେବସାଇଟ ଡାଉନ୍‌ ହୋଇଥିବା ଜଣାପଡ଼ିଛି। ଏଥିରେ ଫେସବୁକ୍‌ ମଧ୍ୟ ଅନ୍ତର୍ଭୁକ୍ତ।...

ତୁର୍କୀ-ସିରିଆ ପରେ ଚାଇନାରେ ଶକ୍ତିଶାଳୀ ଭୂକମ୍ପ

ବେଜିଂ,୨୩ ।୨: ସିରିଆ ଓ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପର ଛାତିଥରା ଦୃଶ୍ୟ ମନରୁ ଲିଭି ନ ଥିବା ବେଳେ ଗୁରୁବାର ସକାଳେ ଚାଇନା ଓ...

ଭାରତୀୟ ଆଇଟି କମ୍ପାନୀର ବଦଳିଲା ଭାଗ୍ୟ, କ୍ଷଣିକ ମଧ୍ୟରେ ୫୦୦ ପାଲଟିଲେ କୋଟିପତି…

ଓ୍ବାଶିଂଟନ,୨୩।୯: ଭାରତୀୟ ଆଇଟି କମ୍ପାନୀ ଫ୍ରେଶ୍‌ଓ୍ବାର୍କ ଆମେରିକାର ନାସଡାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ତାଲିକାଭୁକ୍ତ ହୋଇଛି। ଏହାଦ୍ୱାରା କ୍ଷଣିକ ମଧ୍ୟରେ ୫୦୦ ଲୋକ କୋଟିପତି ପାଲଟି ଯାଇଛନ୍ତି।...

ରୁଷିଆରେ ସୈନ୍ୟ ସଙ୍କଟ

କିଭ୍‌/ମସ୍କୋ,୧୯ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା...

ତୁର୍କୀକୁ ସାହାର୍ଯ୍ୟର ହାତ ବଢାଇଲା ତାଇୱାନ, ନିଜ ଦରମା ଟଙ୍କା ଦାନ କରିବେ ରାଷ୍ଟ୍ରପତି-ଉପରାଷ୍ଟ୍ରପତି

ଆଙ୍କାରା,୧୦।୨: ଫେବୃଆରୀ ୬ରେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପ ଯୋଗୁ ୨୧ ହଜାରରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଏଭଳି ବିପର୍ଯ୍ୟୟରେ ତୁର୍କୀକୁ ସାହାଯ୍ୟ...

Advertisement
Archives

Model This Week