୧୬ ପରିବାରଙ୍କୁ ଘରଭଡ଼ା ଛାଡ଼ କଲେ ରଘୁନାଥ

କଟକ ଅଫିସ,୨୦ା୪: ସହରରେ ଅଧାରୁ ଅଧିକ ଭଡ଼ାଟିଆ ବାସିନ୍ଦା। ଭଡ଼ା ରହୁଥିବା ଲୋକେ ବି ଅଧିକାଂଶରେ ବ୍ୟବସାୟ, ଛୋଟ ଦୋକାନ କିମ୍ବା କୌଣସି ଘରୋଇ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରନ୍ତି। କରୋନା ପ୍ରଭାବରୁ ହୋଇଥିବା ଲକଡାଉନ ଏବେ ବଳବତ୍ତର ଥିବାରୁ ରୋଜଗାରର ସମସ୍ତ ବାଟ ବନ୍ଦ। ଏଭଳି ପରିସ୍ଥିତିରେ ଭଡ଼ାଟିଆମାନଙ୍କୁ ଘରଭଡ଼ା ଛାଡ଼ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ରୋଭରଷ୍ଟ୍ରିଟ ଅଞ୍ଚଳର ରଘୁନାଥ ଦତ୍ତ। ଗୋଟିଏ କି ଦୁଇଟି ନୁହେଁ, ୧୬ ପରିବାରଠାରୁ ଗୋଟିଏ ମାସର ଘରଭଡ଼ା ନେବେନି ବୋଲି ସେ ଘୋଷଣା କରିଛନ୍ତି। କଟକରେ କୌଣସି ଘର ମାଲିକଙ୍କ ଏଭଳି ନିଷ୍ପତ୍ତି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି।
କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଏବେ ଚିନ୍ତିତ। କିଏ ଜୀବନ ପାଇଁ ତ ଆଉ କେହି ଜୀବିକା ପାଇଁ ଲଢେଇ କରୁଛି। କରୋନାର ପ୍ରଭାବରେ ସମସ୍ତେ ପ୍ରଭାବିତ। ନିଜର ମାନବିକତା ଦେଖାଇ ରଘୁନାଥ ସମସ୍ତ ଭଡ଼ାଟିଆଙ୍କ ଘରଭଡ଼ା ଛାଡ କରିଛନ୍ତି। ରଘୁନାଥ ନିଜର ପରିବାର ସହ ରହୁଛନ୍ତି। ରୋଜଗାର କହିଲେ କେବଳ ଘରଭଡ଼ା ବାବଦ ଆୟ। ସାହି କମିଟିର ସାଙ୍ଗଠନିକ ସମ୍ପାଦକ ଭାବେ ତାଙ୍କର ଅନ୍ୟ ପରିଚୟ ମଧ୍ୟ ରହିଛି। ସମାଜିକ କର୍ମୀ ଭାବେ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥାନ୍ତି। ନିଜ ଭଡ଼ାଟିଆଙ୍କୁ ଦୈନିକ ରନ୍ଧାଖାଦ୍ୟ ଦିଅନ୍ତି। ତାଙ୍କ ଘରେ ୧୬ଟି ପରିବାର ପ୍ରାୟ ୧୦ ବର୍ଷ ହେଲା ରହିଆସୁଛନ୍ତି। ସେମାନଙ୍କ ଏହି ବିପଦ ସମୟରେ ଛିଡା ହେବା ମୋର କର୍ତ୍ତବ୍ୟ ବୋଲି ରଘୁନାଥ କହିବା ସହ ଗୋଟିଏ ମାସରେ ଘରାଭଡ଼ା ଛାଡ କରିଛନ୍ତି। ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହେଲେ ଘର ଭଡ଼ା ସମ୍ପୂର୍ଣ୍ଣ ଛାଡ କରିଦେବେ ବୋଲି ରଘୁନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦୟନାଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଚାକୁଣ୍ଡା ଗାଁ ସାରାବାଡ଼ିର ୯୫ ବର୍ଷୀୟ ଉଦୟନାଥ ବିଷୋୟୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ...

୬ଘଣ୍ଟାରେ ୨୦ ବାଇକ୍‌ ଜବତ

ବଡ଼ସାହି,୯ା୪(ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଛି। ସରକାରଙ୍କ ନିୟମକୁ ଊଲ୍ଲଂଘନ କରି କେତେକ ଅସାମାଜିକ ଯୁବକ ବାଇକ ଯୋଗେ ଏଣେ ତେଣେ ବୁଲୁଥିବା...

ବନବିଭାଗର ‘ଅପରେଶନ ଗଜେନ୍ଦ୍ର’: ବାହୁଡ଼ିଲେ ଝାଡ଼ଖଣ୍ଡ ହାତୀପଲ

ସଜନାଗଡ଼, ୨୮।୧୧(ଡି.ଏନ.ଏ.)-ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟରୁ ୪ଦିନ ହେଲା ହାତୀପଲ ନୀଳଗିରି ବନାଞ୍ଚଳକୁ ଚାଲି ଆସି ଉପଦ୍ରବ ଚଳାଇଥିଲେ। ଯେତେ ଧାନ ଫସଲ ଖାଇଥିଲେ ତାହାଠାରୁ ଅଧିକ...

ଶବ ସତ୍‌କାର ଲାଗି ନାକ୍‌ଟେକଲେ ଜାତିଭାଇ: ସହଯୋଗ୍‌ର ହାତ୍‌ ବଢ଼ାଲେ ସାମାଜିକ କରମୀ

ବିଜେପୁର, ୨୧।୮ (ଡି.ଏନ୍‌.ଏ.): ମୁନୁଷ୍‌ ପୁର୍‌ଥିରୁ ଯାଇ ଚଁଦର୍‌ରେ ପୁହୁଁଚିଲାନ। ହେଲେ ଆଏଜ୍‌ ବି ଆମର ସମାଜରୁ ଅଁଧ୍‌ ବିଶୁଆସ, କୁସଂସ୍କାର ନାଇଁ ଯିବାର। ମୁନୁଷ୍‌...

ରାଜ ପରିବାରକୁ ଝଟକା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜନୀତିରେ ଓଡ଼ିଶା ରାଜ ପରିବାରର ସକ୍ରିୟ ଅଂଶଗ୍ରହଣ ରହିଆସିଛି। ବଲାଙ୍ଗୀର ଜିଲା ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ସେହିପରି...

ଛତ୍ରପୁରର ୫ ଲଜ୍‌ ଉପରେ ଚଢ଼ାଉ, ବନ୍ଦ ନିର୍ଦ୍ଦେଶ: ଅନ୍ୟ ରାଜ୍ୟର ୭ ଜଣ ଠାବ

ଛତ୍ରପୁର,୩ା୪(ଡି.ଏନ୍‌.ଏ.)- ଛତ୍ରପୁରର ୫ଟି ଲଜ୍‌ ଉପରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍‌ ଅଚାନକ ଚଢାଉ କରିଥିଲେ। ଏଥିରୁ ୨ଟି ଲଜ୍‌ରେ କେହି ନ ଥିବାବେଳେ...

ପିପିଇ କିଟ୍‌ ଦାନ କରିବାକୁ ଅନୁରୋଧ କଲେ ସୋନାକ୍ଷୀ

ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ନର୍ସ। ଏମାନେ ସିଧାସଳଖ କରୋନା...

ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୧୮

ଭୁବନେଶ୍ୱର,୨୦।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୮...

Coronavirus Update


Archives

Model This Week

Why Dharitri